ଆନନ୍ଦ ବଜାର ଠାରୁ ଜଗନ୍ନାଥପୁର ଛକ ପର୍ଯ୍ୟନ୍ତ ଥିବା ରାସ୍ତାକୁ ବନ୍ଦ କରିବାକୁ ବିରୋଧ, ଉପଜିଲ୍ଲାପାଳଙ୍କୁ ଭେଟିଲେ ଅଭିଭାବକ

ତାଳଚେର: ସ୍ଥାନୀୟ ଆନନ୍ଦ ବଜାର ଠାରୁ ଜଗନ୍ନାଥପୁର ଛକ ପର୍ଯ୍ୟନ୍ତ ଥିବା ରାସ୍ତାକୁ ଥର୍ମାଲ ନୂତନ ପ୍ଲାଣ୍ଟ ସମ୍ପ୍ରସାରଣ ନିମନ୍ତେ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜାରି ନିର୍ଦ୍ଦେଶନାମାକୁ ବିରୋଧ କରି ଜିଲ୍ଲା ଅଭିଭାବକ ମହାସଂଘ ଓ ତାଳଚେର ଅଭିଭାବକ ସଂଘ ମିଳିତ ଭାବରେ ଉପଜିଲ୍ଲାପାଳ ବିଶ୍ୱରଂଜନ ରଥଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ରାସ୍ତା ବନ୍ଦ ହେଲେ ସ୍କୁଲର ଛାତ୍ରଛାତ୍ରୀ କିଭଳି ଭାବରେ ଅସୁବିଧାର ସମ୍ମୁଖୀନ ହେବେ ଏ ସମ୍ବନ୍ଧରେ ଅବଗତ କରାଇଥିଲେ। ଥର୍ମାଲ ଏନ […]

ଆନନ୍ଦ ବଜାର ଠାରୁ ଜଗନ୍ନାଥପୁର ଛକ ପର୍ଯ୍ୟନ୍ତ ଥିବା ରାସ୍ତାକୁ ବନ୍ଦ କରିବାକୁ ବିରୋଧ, ଉପଜିଲ୍ଲାପାଳଙ୍କୁ ଭେଟିଲେ ଅଭିଭାବକ
ତାଳଚେର: ସ୍ଥାନୀୟ ଆନନ୍ଦ ବଜାର ଠାରୁ ଜଗନ୍ନାଥପୁର ଛକ ପର୍ଯ୍ୟନ୍ତ ଥିବା ରାସ୍ତାକୁ ଥର୍ମାଲ ନୂତନ ପ୍ଲାଣ୍ଟ ସମ୍ପ୍ରସାରଣ ନିମନ୍ତେ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜାରି ନିର୍ଦ୍ଦେଶନାମାକୁ ବିରୋଧ କରି ଜିଲ୍ଲା ଅଭିଭାବକ ମହାସଂଘ ଓ ତାଳଚେର ଅଭିଭାବକ ସଂଘ ମିଳିତ ଭାବରେ ଉପଜିଲ୍ଲାପାଳ ବିଶ୍ୱରଂଜନ ରଥଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏହି ରାସ୍ତା ବନ୍ଦ ହେଲେ ସ୍କୁଲର ଛାତ୍ରଛାତ୍ରୀ କିଭଳି ଭାବରେ ଅସୁବିଧାର ସମ୍ମୁଖୀନ ହେବେ ଏ ସମ୍ବନ୍ଧରେ ଅବଗତ କରାଇଥିଲେ। ଥର୍ମାଲ ଏନ ଟି ପିସି ନୂତନ ପ୍ଲାଣ୍ଟ ସମ୍ପ୍ରସାରଣ ଏକ ସ୍ୱାଗତ ପଦକ୍ଷେପ ହେଲେ ମଧ୍ୟ ମେଧାବୀ ଛାତ୍ରଛାତ୍ରୀ ଏଠାରେ ପ୍ରକଳ୍ପ ଅଧୀନରେ ଥିବା ତିନୋଟି ସ୍କୁଲ ଡିଏଭି, ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟ ଓ ପବ୍ଲିକ ସ୍କୁଲ ରହିଛି। ଏହି ବିଦ୍ୟାଳୟରେ ପ୍ରାୟ ୨୫୦୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ତେବେ ଉପଜିଲ୍ଲାପାଳ ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି। ଆଜି ଦାବିl ବେଳେ ଜିଲ୍ଲା ଅଭିଭାବକ ମହାସଂଘ ସଂଯୋଜକ ସଂଜୀବ କୁମାର ପଟ୍ଟନାୟକ, ରାଜ୍ୟ ସଂଯୋଜକ ବିସ୍ମୟ କୁମାର ଦାସ, ତାଳଚେର ଅଭିଭାବକ ସଂଘ ସଭାପତି ବିଭୂତି ଭୂଷଣ ପରିଡା, ତାଳଚେର ଅଭିଭାବକ ସଂଘ କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଦାସ କୋଷାଧକ୍ଷଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।