ଓଜନକୁ ନିୟନ୍ତ୍ରଣରେ ରଖିବା ସହିତ ଆଣ୍ଟିସେପ୍ଟିକର କାମ କରିଥାଏ ବ୍ରାଉନ୍ ସୁଗାର, ଜାଣନ୍ତୁ ଏହାର ଫାଇଦା

ନୂଆଦିଲ୍ଲୀ ୧୪/୦୭: ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ସର୍ବଦା ଖାଦ୍ୟରେ ଚିନି କମ୍ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଚିନି ଖାଇବା ଦ୍ୱାରା ମସ୍ତିଷ୍କରେ ରାସାୟନିକ ପ୍ରତିକ୍ରିୟା ହେତୁ ସେରୋଟୋନିନ୍ ଡିସାର୍ଜ ହୋଇଥାଏ, ଯାହା ସ୍ୱଭାବରେ ଚିଡାପଣ ଏବଂ ଉଦାସୀନତା ବଢାଇଥାଏ । ଏଥି ସହିତ, ଚିନିର ଅତ୍ୟଧିକ ବ୍ୟବହାର ଚର୍ବି ଅପେକ୍ଷା ଅଧିକ କ୍ଷତି କରିଥାଏ, ଯାହା ମଧୁମେହର କାରଣ ହୋଇପାରେ । କିନ୍ତୁ ଯଦି ଆପଣ ବ୍ରାଉନ୍ ସୁଗାର ବ୍ୟବହାର କରୁଛନ୍ତି, ତେବେ ଆପଣ ଏହିପରି ସମସ୍ୟାରୁ ଦୂରେଇ ରହିପାରିବେ । ବ୍ରାଉନ୍ ସୁଗାରର ପୋଷକ ତତ୍ତ୍ୱ: ବାସ୍ତବରେ, ବ୍ରାଉନ୍ ସୁଗାରରେ କମ୍ କ୍ୟାଲୋରୀ, ଆଇରନ୍, କ୍ୟାଲସିୟମ୍, ପୋଟାସିୟମ୍, ଜିଙ୍କ୍, କପର୍, ଫସଫରସ୍, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ ବି ଏବଂ ଅନ୍ୟାନ୍ୟ ଉପାଦାନ ରହିଥାଏ ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । କଣ ହୋଇଥାଏ ବ୍ରାଉନ ସୁଗାର: ବ୍ରାଉନ୍ ସୁଗାର ଗୁଡର ଏକ ଶୁଦ୍ଧ ରୂପ ଏବଂ ଏହାର ପ୍ରସ୍ତୁତିରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ ନାହିଁ । ଆସନ୍ତୁ ଜାଣିବା ବ୍ରାଉନ୍ ସୁଗାର ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ- ବ୍ରାଉନ୍ ସୁଗାର ଖାଇବାର ଫାଇଦା: ହଜମ ପ୍ରକ୍ରିୟା ଠିକ୍ କରିଥାଏ: ଖାଦ୍ୟରେ ବ୍ରାଉନ୍ ସୁଗାର ଅନ୍ତର୍ଭୁକ୍ତ କରିବା ଦ୍ୱାରା ହଜମ ଭଲ ହୋଇଥାଏ ।  ଯଦି ଆପଣଙ୍କର କୋଷ୍ଠକାଠିନ୍ୟର ସମସ୍ୟା ରହିଛି, ତେବେ ଗରମ ପାଣିରେ ଅଦା ଏବଂ ଏକ ଛୋଟ ଚାମଚ ବ୍ରାଉନ୍ ସୁଗାର ବ୍ୟବହାର କରନ୍ତୁ, ଏହା ଆପଣଙ୍କୁ ତୁରନ୍ତ ଆରାମ ଦେଇଥାଏ । ମେଦବହୁଳତା କମ୍ କରିଥାଏ: ମେଦବହୁଳତା ହ୍ରାସ କରିବାରେ ବ୍ରାଉନ୍ ସୁଗାର ବହୁତ ପ୍ରଭାବଶାଳୀ । ଏଥିରେ ଖୁବ୍ କମ୍ କ୍ୟାଲୋରୀ ରହିଥାଏ ଏବଂ ଏହା ମେଟାବୋଲିଜିମକୁ ବଢାଇଥାଏ । ଯେଉଁ କାରଣରୁ ଭୋକ କମ୍ ଲାଗିଥାଏ ଏବଂ ଓଜନ ନିୟନ୍ତ୍ରଣ କରିବା ସହଜ ହୋଇଥାଏ । ତ୍ୱଚାରେ ଚମକ ଆଣିଥାଏ: ଚର୍ମ ପାଇଁ ବ୍ରାଉନ୍ ସୁଗାର ଏକ ଅଦ୍ଭୁତ ଜିନିଷ । ଏଥିରେ ଭିଟାମିନ୍ ବି ଥାଏ ଯାହା ବାର୍ଦ୍ଧକ୍ୟ ଜନିତ ସମସ୍ୟାକୁ ଦୂର କରିଥାଏ । ଏହା ବ୍ୟତୀତ ମିନେରାଲ୍ ଉପାଦାନ ମଧ୍ୟ ଏଥିରେ ମିଳିଥାଏ ଯାହା ଚର୍ମ କୋଷ ପାଇଁ ଲାଭଦାୟକ ହୋଇଥାଏ । ଚର୍ମକୁ ଉଜ୍ଜ୍ୱଳ କରିବା ପାଇଁ ଆପଣ ବ୍ରାଉନ୍ ସୁଗାରକୁ ସ୍କ୍ରବ୍ ଭାବରେ ବ୍ୟବହାର କରିପାରିବେ । ଆଣ୍ଟିସେପ୍ଟିକ୍ କାମ କରିଥାଏ: ବ୍ରାଉନ୍ ସୁଗାରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ମିଳିଥାଏ, ଯାହା ଆପଣଙ୍କୁ ସମସ୍ତ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ ।