ଜଗା ଦର୍ଶନ ଆହୁରି ସହଜ ହେଲା, ହଟିଲା ୧କିମି ବ୍ୟାରିକେଡ୍, ବରିଷ୍ଠ ନାଗରିକଙ୍କ ଅସୁବିଧାକୁ ନଜରରେ ରଖି ନିଷ୍ପତ୍ତି

ପୁରୀ,୨୫/୦୧:  ଜଗତରନାଥ ଶ୍ରୀ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଆହୁରି କୋହଳ ହୋଇଛି । କରୋନା ନେଗେଟିଭ୍‌ ପ୍ରମାଣପତ୍ର ଦାଖଲ ହଟାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଉ ଏକ ବଡ ପଦକ୍ଷେପ ନିଆୟାଇଛି ।   ଶ୍ରୀମନ୍ଦିର ପ୍ରବେଶ ପାଇଁ ମାର୍କେଟ୍‌ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ବ୍ୟାରିକେଡ୍‌କୁ ଛୋଟ କରି ଦିଆଯାଇଛି । ବଡ଼ଦାଣ୍ଡରେ ଥିବା ୧ କିମି ବ୍ୟାରିକେଡ୍‌କୁ ପ୍ରଶାସନ ହଟାଇ ଦେଇଛି। ସୋମବାରଠୁ ମରିଚିକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବ୍ୟବସ୍ଥା ଲାଗୁ ହେବ । ଦର୍ଶନାର୍ଥୀ ବିଶେଷ କରି ବରିଷ୍ଠ ନାଗରିକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‌ ଛୋଟ କରାଯାଇଥିବା କହିଛନ୍ତି ପୁରୀ ଏସ୍‌ପି କନୱର ବିଶାଲ୍‌ ସିଂ । ସୂଚନାଯୋଗ୍ୟ, ରବିବାର ଶ୍ରୀମନ୍ଦିର ପରିସର ବିଶୋଧନ କରାଯାଇଥିଲା । ସେଥିପାଇଁ ମନ୍ଦିର ବନ୍ଦ ରହିଥିଲା । ଆଗ୍ନିକମାନେ ବଡ଼ଦେଉଳ ଭିତରେ ବିଶୋଧନ କରିଥିଲେ । ଦମକଳ ବିଭାଗ ପକ୍ଷରୁ ବଡ଼ଦେଉଳ ଚତୁପାର୍ଶ୍ୱକୁ ବିଶୋଧନ କରାଯାଇଥିଲା । ତେବେ ସୋମବାରଠୁ ପୁଣି ସର୍ବସାଧାରଣ ଦର୍ଶନ ଚାଲିବ ।  ଭକ୍ତମାନେ ସହଜରେ ମରିଚିକୋଟ ଛକ ଠାରୁ ବ୍ୟାରିକେଡ୍‌ରେ ଯାଇ ବଡ଼ଦେଉଳକୁ ପ୍ରବେଶ କରିବେ । ପୂର୍ବରୁ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ୱାର ଠାରୁ ମାର୍କେଟ୍‌ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍‌ କରିଥିଲା । ଏହା ଯୋଗୁ ବହିରାଗତ ଭକ୍ତମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଛୋଟ ପିଲାଙ୍କୁ ଧରି ବ୍ୟାରିକେଡ୍‌ରେ ଦୀର୍ଘ ସମୟ ରହିବା କଷ୍ଟକର ହେଉଥିଲା। ବରିଷ୍ଠ ନାଗରିକମାନେ ବ୍ୟାରିକେଡ୍‌ରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନଥିଲେ । ଫଳରେ ଭକ୍ତମାନେ ଅସନ୍ତୁଷ୍ଟ ହେଉଥିଲେ  । ଏହାକୁ ନଜରରେ ରଖି ଶନିବାର ପ୍ରଶାସନ ବ୍ୟାରିକେଡ୍‌ କୋହଳ କରିଥିଲା ।