ଜୁଲାଇ ୨୦ ତାରିଖ, ସୋମବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ପ୍ରତ୍ୟେକ କ୍ଷେତ୍ରରେ ଆପଣ ଅଯଥା ବ୍ୟସ୍ଥତା ପ୍ରକାଶ କରି ବିଶେଷ ଛାନିଆ ହେବା ଠିକ୍ ହେବନି । ଆନୁଷ୍ଠାନିକ କାମରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ । ବୃଷ – କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ ସମାଧାନ କରିବାରେ ଯତ୍ନବାନ୍ ହେବେ । ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ । […]

ଜୁଲାଇ ୨୦ ତାରିଖ, ସୋମବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
ମେଷ – ପ୍ରତ୍ୟେକ କ୍ଷେତ୍ରରେ ଆପଣ ଅଯଥା ବ୍ୟସ୍ଥତା ପ୍ରକାଶ କରି ବିଶେଷ ଛାନିଆ ହେବା ଠିକ୍ ହେବନି । ଆନୁଷ୍ଠାନିକ କାମରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ । ବୃଷ – କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ ସମାଧାନ କରିବାରେ ଯତ୍ନବାନ୍ ହେବେ । ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ । ମିଥୁନ – ଆଲୋଚନା ପରିସରରେ ସାଧାରଣ କଥାରେ ପ୍ରତିଦ୍ୱନ୍ଦ୍ୱୀ, ଦୋଷାରୋପ କରି ସମସ୍ୟାକୁ ବଢାଇ ଦେବେ । ପୂର୍ବ ଯୋଜନା ଅନୁଯାୟୀ କର୍ମରେ ସଫଳତା ପାଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ । କର୍କଟ – ଆଜି ସକାଳୁ ସକାଳୁ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ ଓ ମନୋବଳ ବୃଦ୍ଧି ପାଇ ଉସୁକତା ଦେଖା ଦେବ । ସାମାଜିକ ସ୍ତରରେ ଦକ୍ଷତା ଓ ସଚ୍ଚୋଟତା ହେତୁ , ପ୍ରଶଂସିତ ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ । ସିଂହ – କର୍ମକ୍ଷେତ୍ରରୁ ଫେରନ୍ତା ବାଟରେ ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହୋଇପାରନ୍ତି । ଦିନ ମଧ୍ୟରେ ମାତ୍ରାଧିକ ଭ୍ରମଣ ଯୋଗୁଁ କ୍ଳାନ୍ତି ଅନୁଭବ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୪ । କନ୍ୟା – ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ପୂରାଇଲେ ଟେନ୍ସନ ଭିତରେ ମାନସିକ ସ୍ଥିରତା ହରାଇବେ । ପ୍ରିୟଲୋକଟିର ମନୋଭାବ ବଦଳିଯାଇପାରେ ।  ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ । ତୁଳା – ବିଗତ ଦିନମାନଙ୍କରେ ସୃଷ୍ଟି ହୋଇଥିବା ସମସ୍ୟା ଆଜି ହଠାତ୍ ସମାଧାନ ହେବ । ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃହ୍‌ଟି କରିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭ । ବିଛା – ଆଜିର କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ ସାହାର୍ଯ୍ୟ ସହ-ଯୋଗର ଅଭାବ ରହିବ ନାହିଁ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ । ଧନୁ – ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ପାଖ, ପଡୋଶୀଙ୍କ ସହାୟତାରେ ବଜେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ । ମକର – ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ କଳା, ସାହିତ୍ୟ, ସାମ୍ବାଦିକତାରେ ସୁନାମ ଅର୍ଜନ କରିବେ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟି କୋଣରୁ ବିଚାର କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪। କୁମ୍ଭ – ପରିସ୍ଥିତିବଶତଃ କେତେକ କ୍ଷେତ୍ରରେ ନିଜର ମତ ବଦଳାଇ ସମାଲୋଚିତ ହେବାକୁ ପଡିପାରେ । କିନ୍ତୁ ପ୍ରଶାସନିକ ସ୍ତରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୭ । ମୀନ – ଅତୀତ କଥାକୁ ନେଇ ଗୁଡାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।