ଠକ ସାମ୍ବାଦିକଙ୍କ କଳାକାରନାମା

ଚକାପାଦ ବ୍ଲକ ଅନ୍ତର୍ଗତ ବ୍ରହ୍ମଣପାଦ ପଞ୍ଚାୟତ ର ଲାଲ ବାହାଦୁର ବେହେରାଙ୍କ ଘର । ସେ ପ୍ରଥମେ ବ୍ଲକରେ ସ୍ବଚ୍ଛ ଭାରତ ର ଲେଟିନ କାର୍ଯ୍ୟ କ୍ରମ ରେ ଆଉଟ ସୋର୍ସ ଭାବେ 2014 ଠାରୁ କାର୍ଯ୍ୟ କରୁଥିଲେ । କିନ୍ତୁ ବିଭାଗୀୟ ଯନ୍ତ୍ରୀ, ଠିକାଦାର ଓ ଲାଲ ବାହାଦୁର ବେହେରା ଙ୍କ ମଧ୍ୟରେ ଥିଲା ଗଢି ଉଠିଥିଲା ମଧୁ ଚନ୍ଦ୍ରିକା ସମ୍ପର୍କ । ବିଭାଗୀୟ ଯନ୍ତ୍ରୀ ଠିକାଦାର ଓ ଲାଲ ବାହାଦୁର ବେହେରା ମଧ୍ୟରେ ଏଭଳି ମଧୁ ଚନ୍ଦ୍ରିକା ସମ୍ପର୍କ ଏତେ ଜୋର ହୋଇଗଲା ଯେ ଦୁର୍ନୀତର କଳା ସାମ୍ରାଜ୍ୟ ଭିତରକୁ ଚାଲିଥିଲା । ବ୍ରାହ୍ମଣପାଦ ର ଯେଉଁ ମାନଙ୍କର ଲେଟିନ ହେବ ସେଥିପାଇଁ ଠିକାଦାର ବାଲି,ସିମେଣ୍ଟ ,ଆଜବେଷ୍ଟ, ସବୁ ସାମଗ୍ରୀ ଲାଲ ବାହାଦୁର ବେହେରା ଙ୍କ ଘରେ ଆଣି ରଖିଲା । କିନ୍ତୁ ସେଥିର ଫାଇଦା ହାସଲ କଲା ଲାଲ ବାହାଦୁର ବେହେରା , ଅର୍ଥାତ ସେହି ଜିନିଷ ରେ ସେ ନିଜେ ଘର କରିଲା । କିନ୍ତୁ ହିତାଧିକାରୀ ଙ୍କୁ କହିଲା ନିଜେ ସବୁ ସାମଗ୍ରୀ କିଣି ନିଜେ ଲେଟିନ କରିବା ପାଇଁ । ବ୍ରାହ୍ମଣପାଦ ଆଞ୍ଚଳ ବାସୀ ଅତ୍ୟନ୍ତ ସରଳ ହୋଇ ଥିବାରୁ ପୁଣି ନିଜ ଗ୍ରାମ ର ଲାଲ ବାହାଦୁର ବେହେରା ପୁଣି ବ୍ଲକ ରେ ଚାକିରି କରୁଛି ଭାବି ଲୋକେ ଲେଟିନ କାମରେ ମନ ଦେଲେ । ଯାହାର କାମ ସରିଲା ଲେଟିନ ଆଗରେ ସ୍ବଚ୍ଛ ଭାରତ ଓ ହିତାଧିକାରୀ ଙ୍କ ନାମ ଲେଖି ଫୋଟୋ ନେଇଯାଏ । କିନ୍ତୁ ବିଲ ଦେଖିଲେ ନାଗନ୍ଧ ଅଛି ନା ବାସ୍ନା ଅଛି । ଲୋକେ ତା ପାଖକୁ ଧାଇଁ ଧାଇଁ ଯାଇଥାନ୍ତି ୨୦୧୯ ମସିହାରେ ସଶାଙ୍କ ସାହୁ ନାମକ ଏକ ହିତାଧିକାରୀ ଅଭିଯୋଗ କରି କରି ଥକିପଡିବା ପରେ ଶେଷରେ ବିଡିଓପାଖକୁ ଯାଇ ଅଭିଯୋଗ କରିବାପରେ , ବିଡିଓ ସତ୍ୟା ସତ୍ୟ ପରଖୀ ଲାଲ ବାହାଦୁର ବେହେରା ଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କଲେ । ତାପରେ ସେ ବନିଗଲେ ଠକ ସାମ୍ବାଦିକ । ଲେଟିନ କାର୍ଯ୍ୟ ଯେଉଁ ଅର୍ଥ ଆତ୍ମସାତ କରିଥିଲେ ସେଥିରେ ଅନ୍ୟ ଏକ ନିରୀହ ଗରିବ ଲୋକଙ୍କ ଜାଗା ଯୋର ଜବର ହଡପ କରି ନିଜେ ଘର , ପୋଖରୀ ଇତ୍ୟାଦି ନିର୍ମାଣ କରିଚାଲିଲେ । ନିଜେ ଶୀକୃତି ନ ପାଇ ମଧ୍ୟ ଘରେ ଆଧାର କାର୍ଡ କରି ଲୋକ ଙ୍କୁ ମୋଟା ଅଙ୍କର ଅର୍ଥ ନିଅନ୍ତି । ପ୍ରତିନ୍ୟୂଜ ପାଇଁ ଲୋକ ଙ୍କୁ ମୋଟା ଅଙ୍କରେ ଅର୍ଥ ମ।ଗନ୍ତି । ମିଥ୍ୟା ନ୍ୟୂଜ ମଧ୍ୟ ପ୍ରସାର କରିଥିବା ଦୃଶ୍ୟ ଦେଖାଇ ଲୋକଙ୍କୁ ଭୟ ଦେଖାନ୍ତି । ବଡ ବଡ ଠିକାଦାର ଙ୍କୁ ମଧ୍ୟ ଅର୍ଥ ମୁଠା ଅଙ୍କରେ ମାଗନ୍ତି , । ସେଥିରେ ଶିକାର ହୋଇଛନ୍ତି ବଜ୍ରଗଡ ଗ୍ରାମ ର ସଚିଦାନଦ ସାହୁ । ବ୍ରାହ୍ମଣପାଦ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମିଥ୍ୟା ନ୍ୟୂଜ ପ୍ରସାର କରି ଅଧିକାରୀ ଙ୍କୁ ସର୍ବଦା ଭୟ ଭୀତ କରନ୍ତି । ଗିଗତ ୨୭.୦୫.୨୦୨୧ ଋଖ ଦିନ ଯେଉଁ କାର୍ଯ୍ୟ ରତ ସାମ୍ବାଦିକ ଙ୍କୁ ମାଡ ହୋଇଥିଲା ସେଥିରେ ଏହାଙ୍କହାତ ଥିବା ଜଣାପଡିଛି । ଯେହେତୁ ସାମ୍ବାଦିକ ଦୀପକ କୁମାର ହଂସ କୁ ଦୁର୍ନୀତି ପ୍ରଧାନଶିକ୍ଷକ ଙ୍କ ନ୍ୟୂଜ ନ କରିବାକୁ ତିନିଥର କହିଥିଲା ।ଯେହେତୁ ରାତ୍ର ୬ .୩୦ସମୟରେଘଟିକା ଯୁଣ୍ଡି ନାମକ ଏକ ବାଳକ ତାଙ୍କୁ ଡାକିବାକୁ ଯାଇ କିଶୋର ଚନ୍ଦ୍ର କହଁର ଡାକୁଛି ବୋଲି ଡାକିବାର ଲୋକ ଶୁଣିଛନ୍ତି । ତାପରେ ସେ ସେହି ମାଷ୍ଟର ଘର କୁ ଆସିଥିଲା । ତାପରେ ତାଙ୍କର ଯୋଜନା ହୋଇ ୫ ଜଣ ବାହାରି ଚକାପାଦ ରେ ମଦ୍ୟ ପାନ କରିଥିଲେ ।ସେମାନେ ହେଲେ ଲାଲ ବାହାଦୁର ବେହେରା, ପ୍ରବୀଣ କହଁର(ଟିଲୁ), ପାପୁ(ମାଷ୍ଟର ନିଜ ପୁଅ), ଶଙ୍କର ସାହୁ, ଓ ଯୁଣ୍ଡି । ତେଣୁ ପୋଲିସ ଏହି ଠକ ସାମ୍ବାଦିକ ଉପରେ ଦୃଷ୍ଟି ଦେବା ଉଚିତ ।

ଠକ ସାମ୍ବାଦିକଙ୍କ କଳାକାରନାମା