ପୁଅକୁ ବାପାର ନାଁ ଦେବେନି : ସିଙ୍ଗଲ ମଦର ହେବେ ନୁସରତ୍

କୋଲକାତା ୩୦/୦୮ : ବଙ୍ଗୀୟ ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ ଏବେ ପୁଣି ଥରେ ଚର୍ଚ୍ଚାରେ। ନିକଟରେ ସେ ପୁତ୍ର ସନ୍ତାନର ମା’ ହୋଇଛନ୍ତି। ହେଲେ ସେ ନିଜ ପୁଅକୁ ତା’ ବାପାର ନାଁ ଦେବେନି ବୋଲି କହିଛନ୍ତି ।  ନୁସରତ ଏଭଳି କହିବାର ଅର୍ଥ ହେଉଛି.. ସେ ତାଙ୍କ ପୁଅର ନାଁରେ ଟାଇଟଲ ବା ସାଜ୍ଞା ତାଙ୍କ ସ୍ୱାମୀଙ୍କ ନାମ ଅନୁସାରେ ଦେବେ ନାହିଁ। ସେ ହିଁ ତାଙ୍କ ପୁଅର ଏକାକି ଅଭିଭାବକ ତଥା ସିଙ୍ଗଲ ମଦର ରହିବେ। ନୁସରତ ଗର୍ଭବତୀ ହେବା ପରଠାରୁ ଚର୍ଚ୍ଚାରେ ରହିଛନ୍ତି । ପ୍ରକୃତରେ ଏହି ଛୁଆର ବାପା କିଏ? ଏନେଇ ଅନେକଙ୍କ ମନରେ ରହିଛି ପ୍ରଶ୍ନ। ସମସ୍ତେ ଛୁଆର ବାପା କିଏ ଜାଣିବା ପାଇଁ ବେଶ୍‌ ଉତ୍ସୁକ ଅଛନ୍ତି । ହେଲେ ନୁସରତ ଗତବର୍ଷ ଠାରୁ ହିଁ ଅଭିନେତା ୟଶ ଦାସଗୁପ୍ତଙ୍କ ସହ ରିଲେସନରେ ଅଛନ୍ତି। ଏଥିପାଇଁ ତାଙ୍କ ଛୁଆର ବାପା କୁଆଡେ ଅଭିନେତା ୟଶ ଦାସ ଗୁପ୍ତା ବୋଲି ଏବେ ଚର୍ଚ୍ଚା ହେଉଛି। କିନ୍ତୁ ନୁସରତ ନିଜ ଛୁଆର ବାପା କିଏ ତାହା କହିବା ପାଇଁ ସର୍ବସମ୍ମୁଖରେ ମନା କରି ଦେଇଛନ୍ତି। ସେ ସିଙ୍ଗିଲ ମଦର ହେବେ ବୋଲି କହିଛନ୍ତି। ନୁସରତଙ୍କ ସିଙ୍ଗିଲ ମଦର ନିଷ୍ପତିକୁ କୋଲକାତାର ଅନେକ ଏକାକୀ ମା’ ସାଜିଥିବା ମହିଳାମାନେ ଏହାକୁ ସ୍ୱାଗତ କରିଛନ୍ତି। ଅନ୍ୟପଟେ ନୁସରତଙ୍କ ସ୍ୱାମୀ ନିଖିଲ ମଧ୍ୟ ପୂର୍ବରୁ ହିଁ ଏହି ଛୁଆଟି ତାଙ୍କର ନୁହେଁ ବୋଲି  ସଫା ସଫା ମନା କରି ଦେଇଛନ୍ତି। କାରଣ ୨୦୨୦ରୁ ନୁସରତ ଓ ସିଏ ଏକାଠି ରହୁନଥିଲେ। ନୁସରତ ତାଙ୍କ ଠାରୁ ଅଲଗା ହୋଇ ରହୁଛନ୍ତି। ସେପଟେ ଅଗଷ୍ଟ ୨୬ରେ ନୁସରତ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଡେଲିଭରୀ ବେଳେ ଅଭିନେତା ୟଶ୍‌ ଦାସଗୁପ୍ତା ହସ୍ପିଟାଲରେ ଉପସ୍ଥିତ ଥିଲେ। ଏଥିରୁ ସନ୍ଦେହ କରାଯାଉଛି ଯେ, ସେ ହିଁ ନୁସରତଙ୍କ ଛୁଆର ବାପା। ସୂଚନା ଅନୁଯାୟୀ ୨୦୧୯ରେ ନୁସରତ ଜାହାଁ ତୁର୍କୀରେ ନିଖିଲ ଜୈନ୍‌ଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସେ ନିଖିଲଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ଏହାପରେ ତାଙ୍କ ବିବାହକୁ ନେଇ ବିବାଦ ବଢ଼ିଥିଲା। ଏପରିକି ସଂସଦ ଯାଏଁ ମଧ୍ୟ କଥା ଯାଇଥିଲା। ତୁର୍କୀ ବିବାହ ନିୟମାବଳୀ ଅନୁଯାୟୀ ବିଦେଶୀ ମାଟିରେ ତାଙ୍କର ବିବାହ ହୋଇଥିବାରୁ ଏହା  ଅବୈଧ ବୋଲି ଦାବି କରିଥିଲେ ନୁସରତ। ଭାରତରେ ଏହାକୁ ଆଇନଗତ ମାନ୍ୟତା ଦିଆଯିବା ଆବଶ୍ୟକ ଥିଲା କିନ୍ତୁ ତାହା ହୋଇ ନଥିଲା।