ପୋପ୍‌ଙ୍କୁ ଭେଟିଲେ ମୋଦୀ, କ୍ୟାଥୋଲିକ୍ ଚର୍ଚ୍ଚ ମୁଖ୍ୟଙ୍କୁ ଭେଟିବାରେ ପଞ୍ଚମ ପ୍ରଧାନମନ୍ତ୍ରୀ

ଭାଟିକାନ ସିଟି, ୩୦/୧୦:     ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋମ୍ ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାଟିକାନ ସିଟି ଯାତ୍ରା କରିଥିଲେ । ସେଠାରେ ସେ ପୋପ୍ ଫ୍ରାନସିସଙ୍କୁ ଭେଟିଛନ୍ତି । ଉଭୟ କୋଭିଡ ୧୯ ଓ ବିଶ୍ୱ ଶାନ୍ତି ପ୍ରସଙ୍ଗରେ ଆଲୋଚନା କରିଥିଲେ । ପ୍ରଥମ ଥର ପାଇଁ ମୋଦୀ ଓ ପୋପ୍ ପରସ୍ପର ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ପୋପ୍ ହେଉଛନ୍ତି କ୍ୟାଥୋଲିକ୍ ଚର୍ଚ୍ଚର ମୁଖ୍ୟ । ଏହାସହ ପ୍ରଧାନମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ବୈଦେଶିକ ମନ୍ତ୍ରୀ ଏଶ ଜୟଶଙ୍କର ଭାଟିକାନ ସିଟିର ସେକ୍ରେଟାରୀ ଅଫ୍ ଷ୍ଟେଟ୍ କାର୍ଡିନାଲ ପିଏଟ୍ରୋ ପାରୋଲିନଙ୍କୁ ଭେଟିଥିଲେ । ମୋଦୀ ହେଉଛନ୍ତି ପଞ୍ଚମ ଭାରତୀୟ ପ୍ରଧାନମନ୍ତ୍ରୀ ଯିଏ କି ରୋମାନ କ୍ୟାଥୋଲିକ୍ ଚର୍ଚ୍ଚର ମୁଖ୍ୟଙ୍କୁ ଭେଟିଛନ୍ତି । ମୋଦୀଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ଆଇକେ ଗୁଜରାଲ ଓ ଅଟଳ ବିହାରୀ ବାଜପେୟୀ ତତ୍କାଳୀନ ପୋପଙ୍କୁ ଭେଟିଥିଲେ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ୧୬ତମ ଜି୨୦ ସମ୍ମୀଳନୀରେ ଭାଗ ନେବା ପାଇଁ ଶୁକ୍ରବାର ରୋମ୍‌ରେ ପହଞ୍ଚିଥିଲେ । କରୋନା ମହାମାରୀ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ହେଉଥିଲା କିନ୍ତୁ ଏଥର ଶାରୀରିକ ଭାବେ ଉପସ୍ଥିତ ହୋଇ ଜି୨୦ ବୈଠକରେ ଯୋଗଦେବେ ମୋଦୀ । ଗସ୍ତର ପ୍ରଥମ ଦିନରେ ରୋମର ପିୟାଜା ଗାନ୍ଧିରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ସମୁଦାୟଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।