ପ୍ରଧାନ ଶିକ୍ଷକଙ୍କ ତାଲିବାନୀ ଶାସନ ବିରୋଧରେ ଆମରଣ ଅନଶନ କଲେ ସହ ଶିକ୍ଷକ

ସାନଖେମୁଣ୍ଡି, ୦୨/୧୦: ପ୍ରଧାନ ଶିକ୍ଷକଙ୍କ ତାଲିବାନୀ ଶାସନ ବିରୋଧରେ ଆମରଣ ଅନଶନ । ଏଭଳ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳାୟରେ । ଗାନ୍ଧୀ ଜୟନ୍ତୀ ଅବସରରେ ବେଣାପାଟ ସରକାରୀ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ପାଢ଼ୀ ଓ ଶିକ୍ଷୟିତ୍ରୀ ମଞ୍ଜୁଲତା ଜେନା, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ଵେହେରାଙ୍କ ମନୋମୁଖୀ ଓ ତାଲିବାନ ଶାସନକୁ ବିରୋଧ କରି ଆମରଣ ଅନଶନ କରିଛନ୍ତି । ନ୍ୟାୟିକ ଅଧିକାରରୁ ବଞ୍ଚିତ ରହିଥିବାରୁ ନ୍ୟାୟ ପାଇବା ପର୍ଯ୍ୟନ୍ତ ଧାରଣା ସହ ଆମରଣ ଅନଶନରେ ବସିରହିବେ । ଵହୁବାର ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ମଧ୍ୟ ମାନସିକ ଚାପ ସାଙ୍ଗକୁ ପ୍ରଧାନ ଶିକ୍ଷକ ଧମକ ଚମକ ଦେଇ ଆସୁଥିବା ଅଭିଯୋଗ କରିଛନ୍ତି । ଶିକ୍ଷୟିତ୍ରୀ ମଞ୍ଜୁଲତା ଜେନାଙ୍କ ୧୬ ମାସର ଦରମା ବନ୍ଦ ସହ ଵିଦ୍ୟାଳୟରେ ଶିକ୍ଷୟିତ୍ରୀଙ୍କ ଉପସ୍ଥାପନ ଖାତାରେ ନାମ କାଟିଦେବା ଅଭିଯୋଗ କରିଛନ୍ତି ।