ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଜେପିର ଗଣ ଧାରଣା

ଭଦ୍ରକ ୧୬।୧୨: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଜେପିର ଗଣଧରଣା ଓ ପ୍ରତିବାଦ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବିଜେପି ତରଫରୁ ଭଣ୍ଡାରୀପୋଖରୀ ବ୍ଲକ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇଛି । ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋର ଧରିଛି । କଂଗ୍ରେସ ପରେ ଏବେ ଜିଲ୍ଲା ବିଜେପି ମଧ୍ୟ ରାସ୍ତାକୁ ଓହ୍ଲାଇଛି । ଆଜି ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ପାର୍ଟି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ଵଜାର ପରିକ୍ରମା କରି ଵ୍ଲକ କାର୍ଯ୍ୟାଳୟ  ସମ୍ମୁଖ ରେ ଗଣଧାରଣା ଦେଇଛି ।  ଏଥିରେ ଭଣ୍ଡାରିପୋଖରୀ ବିଜେପି ନେତା ବଦ୍ରିନାରାୟଣ ଧଳଙ୍କ ନେତୃତ୍ବରେ ବହୁ ବିଜେପି କର୍ମୀ ଯୋଗଦେଇଥିଲେ।  ସୂଚନା ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଛନ୍ତି ଯେ ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହେଉନାହିଁ । ସେଥି ପାଇଁ ସରକାରୀ ଦଳ ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭବ କୁ ଦାୟୀ କରିଛି ବିଜେପି । ଆଗାମୀ ଦିନରେ ସମାନ ଦାବି ନେଇ ବିଜେପି ଆନ୍ଦୋଳନକୂ ଜୋରଦାର କରିବାକୁ ଚେତାବନୀ ଦେଇଛି ।