ଭାରସାମ୍ୟ ହରାଇ ପିଟିଲା କାର, ଚାଳକ ଆହତ

ରାଉରକେଲା୨୩/୧୦: ଗୋଟିଏ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ କାର ଚାଳକ ଆହତ ହୋଇଥିଲେ। ପୁଲିସ୍ ‌ପିସିଆର ପାଟ୍ରୋଲିଂ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ପ୍ରାଥମିକ ଚିକିତ୍ସା କରି ଡାକ୍ତରଖାନା ପଠାଇଥିଲା । ଦୁର୍ଘଟଣାଗ୍ରସ୍ତ କାରକୁ ସ୍ଥାନୀୟ ଥାନାକୁ ଜିମା ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଛେଣ୍ଡ ବସ୍ତିରେ ରହୁଥିବା ସୁରଜ କାର ନଂ.ଓଡ଼ି୧୪ୟୁ-୫୨୭୩ ଯୋଗେ ଟିସ୍କୋ ପଟୁ ଛେଣ୍ଡ ବସ୍ତି ଆଡକୁ ଯାଉଥିଲେ। ହଠାତ ଗାଡ଼ି ଉପରୁ ଭାରସାମ୍ୟ ହରାଇ ଟିସ୍କୋ ଖାଦାନ ସମ୍ମୁଖ ରାସ୍ତାକଡ଼ରେଥିବା ନିର୍ମାଣଧୀନ ଚାମ୍ବରରେ ପିଟି ହୋଇଥିଲେ। ଫଳରେ କାରର ସମ୍ମୁଖ ଅଂଶ ଭାଙ୍ଗିରୁଜି ଯାଇଥିବା ବେଳେ ସେ ଆହତ ହୋଇଥିଲେ ।