ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବିପତ୍ର

ତାଳଚେର: ତାଳଚେର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ୩ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ୨୦୦୧ ମସିହାରୁ ଅଦ୍ୟାବଧି ନିଯୁକ୍ତି ପ୍ରାପ୍ତ ସମସ୍ତ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀ (ନୂତନ ପେନ୍‌ସନ୍ ଯୋଜନାଭୁକ୍ତ) ୬ ବର୍ଷର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ମିଶାଇ ୬ଟି ଇନ୍‌କ୍ରିମେଣ୍ଟ ପ୍ରଦାନ ଏବଂ ଠିକା ନିଯୁକ୍ତି ପ୍ରଥାକୁ ଉଚ୍ଛେଦ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଏବଂ ନୂତନ ପେନ୍‌ସନ୍ ବ୍ୟବସ୍ଥା […]

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ୩ ଦଫା ଦାବିପତ୍ର
ତାଳଚେର: ତାଳଚେର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ୩ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ୨୦୦୧ ମସିହାରୁ ଅଦ୍ୟାବଧି ନିଯୁକ୍ତି ପ୍ରାପ୍ତ ସମସ୍ତ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀ (ନୂତନ ପେନ୍‌ସନ୍ ଯୋଜନାଭୁକ୍ତ) ୬ ବର୍ଷର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ମିଶାଇ ୬ଟି ଇନ୍‌କ୍ରିମେଣ୍ଟ ପ୍ରଦାନ ଏବଂ ଠିକା ନିଯୁକ୍ତି ପ୍ରଥାକୁ ଉଚ୍ଛେଦ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ଏବଂ ନୂତନ ପେନ୍‌ସନ୍ ବ୍ୟବସ୍ଥା ବଦଳରେ ପୁରୁଣା ପେନ୍‌ସନ୍ ଲାଗୁ କରିବାକୁ ଉଲ୍ଲେଖ ରହିଛି। ବ୍ଲକ ସଂଘ ସଭାନେତ୍ରୀ ମିନତୀ ଦାସ ଓ ସଂପାଦକ ନିରୋଦ କୁମାର ଦାସମହାପାତ୍ରଙ୍କ ନେତୃତ୍ୱରେ ଶନିବାର ପ୍ରାଥମିକ ଶିକ୍ଷକଶିକ୍ଷୟିତ୍ରୀମାନେ ହାଟତୋଟା ସ୍ଥିତ ହନୁମାନ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ଯାଇ ବିଇଓ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସରକାର ତୁରନ୍ତ ଦାବିଗୁଡ଼ିକୁ ପୂରଣ ନକଲେ ଆସନ୍ତା ୨୭ ତାରିଖଠାରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ରହି ଦାବି ପୂରଣ ପର୍ଯ୍ୟନ୍ତ ଗଣଧାରଣାରେ ବସିବେ ବୋଲି ବ୍ଲକ ସଂଘ ତରଫରୁ ଚେତାବନୀ ଦିଆଯାଇଛି। ଏଥିସହ ଚଳିତ ୨୮ ଓ ୨୯ ତାରିଖ ଦୁଇ ଦିନ ସମୂହ ସବୈତନିକ ଛୁଟିରେ ରହିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକ ଲିଖିତ ପତ୍ର ମଧ୍ୟ ସଂଘ ତରଫରୁ ପ୍ରଦାନ କରାଯାଇଛି।