ସୁରଟରେ କରୋନା ସ୍ଥିତି ଅସମ୍ଭାଳ, ୩ଟି ଶ୍ମଶାନରେ ଜଳୁଛି ଅନବରତ ଜୁୁଇ

ସୁରତ: ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଗୁରଜାଟର ସୁରଟରୁ ଆସିବାକୁ ଲାଗିଛି ଭୟାନକ ଦୃଶ୍ୟ । କରୋନାର ଦ୍ୱିତୀୟ ଲହର କିଭଳି ଆତଙ୍କ ଖେଳାଇଛି, ତାର ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ଏହି ଦୃଶ୍ୟ ଏତେ ଭୟଙ୍କର ରହିଛି ଯାହା ଦେଖିଲେ ଆପଣଙ୍କ ହୃଦୟ ତରଳିଯିବ । ଆଖିରୁ ଲୁହ ଝରିପଡ଼ିବ… କରୋନା ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହେବ । ଏଠାରେ ଅନବରତ ଜଳୁଛି କରୋନା ଆକ୍ରାନ୍ତଙ୍କ ଚିତା । […] The post ସୁରଟରେ କରୋନା ସ୍ଥିତି ଅସମ୍ଭାଳ, ୩ଟି ଶ୍ମଶାନରେ ଜଳୁଛି ଅନବରତ ଜୁୁଇ first appeared on Sambad.

ସୁରଟରେ କରୋନା ସ୍ଥିତି ଅସମ୍ଭାଳ, ୩ଟି ଶ୍ମଶାନରେ ଜଳୁଛି ଅନବରତ ଜୁୁଇ
ସୁରତ: ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଗୁରଜାଟର ସୁରଟରୁ ଆସିବାକୁ ଲାଗିଛି ଭୟାନକ ଦୃଶ୍ୟ । କରୋନାର ଦ୍ୱିତୀୟ ଲହର କିଭଳି ଆତଙ୍କ ଖେଳାଇଛି, ତାର ଦୃଶ୍ୟ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି । ଏହି ଦୃଶ୍ୟ ଏତେ ଭୟଙ୍କର ରହିଛି ଯାହା ଦେଖିଲେ ଆପଣଙ୍କ ହୃଦୟ ତରଳିଯିବ । ଆଖିରୁ ଲୁହ ଝରିପଡ଼ିବ… କରୋନା ନାଁ ଶୁଣିଲେ ମନରେ ଭୟ ସୃଷ୍ଟି ହେବ । ଏଠାରେ ଅନବରତ ଜଳୁଛି କରୋନା ଆକ୍ରାନ୍ତଙ୍କ ଚିତା । ୨୪ ଘଣ୍ଟା ଚିତା ଜଳିବା ଫଳରେ ତରଳି ଗଲାଣି ଭାଟି । ସୁରଟରେ ରହିଛି ୩ଟି ପ୍ରମୁଖ ଶ୍ମଶାନ । ରାମନାଥ ଗେଲା, ଅଶ୍ୱୀନ କୁମାର ଏବଂ ଜାହାଙ୍ଗୀରପୁରା ସବୁଠି ସମାନ ଅବସ୍ଥା । ଶବଦାହ କରିବା ଲାଗି ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ହେଲେ ୨୪ ଘଣ୍ଟା ଧରି ଶବଦାହ ହେଉଥିବାରୁ ଗ୍ୟାସ ଚୁଲାର କିଛି ଅଂଶ ଓ ଗ୍ରୀଲ ତରଳି ଯାଇଥିବା ଦେଖିବାକୁ ମିଳୁଛି । ପ୍ରତ୍ୟେକ ଦିନ ହାରାହାରି ୧୦୦ରୁ ଅଧିକ ଶବ ଦାହ ପାଇଁ ପହଞ୍ଚୁଥିବା ଜଣାପଡ଼ିଛି । ଗତକାଲି ୨୪ ଘଣ୍ଟାରେ କେବଳ ସୁରଟ ଜିଲ୍ଲାରେ ୨ ହଜାର ୧୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୭୨୦ ଜଣ କେବଳ ସୁରଟ ସହରରୁ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ସୁରଟ ସହରରୁ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ସୁରଟରେ ଏପର୍ଯ୍ୟନ୍ତ ୧୫ ଜଣ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି।The post ସୁରଟରେ କରୋନା ସ୍ଥିତି ଅସମ୍ଭାଳ, ୩ଟି ଶ୍ମଶାନରେ ଜଳୁଛି ଅନବରତ ଜୁୁଇ first appeared on Sambad.