ହିଙ୍ଗୁଳା ମନ୍ଦିରର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗକୁ ଦେବାକୁ ‘ପ୍ରଗତି’ର ଦାବି

ତାଳଚେର : ତାଳଚେର ସ୍ଥିତ ମା’ ହିଙ୍ଗୁଳା ମନ୍ଦିର ପରିଚାଳନା ଭାର ହାତକୁ ନେଇ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦେବୋତ୍ତର କମିଶନରଙ୍କୁ ଦାବି କରିଛି ପ୍ରଗତି। ଏନେଇ ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ଆଜି ପ୍ରୋଜେକ୍ଟ ଫର ରୁରାଲ ରିକନଷ୍ଟ୍ରକସନ ଆଣ୍ଟି ପଲ୍ୟୁସନ ଗ୍ରିଭାନସେସ ଆଣ୍ଡ ଟ୍ରେଡ଼ ଇମ୍ପ୍ଲିମେଣ୍ଟେସନ (ପ୍ରଗତି) ଅନୁଷ୍ଠାନ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ତାଳଚେରର ଗୋପାଳପ୍ରସାଦଠାରେ ଅଗ୍ନିରୂପା ମା ହିଙ୍ଗୁଳା କେଉଁ ଆବହମାନ କାଳରୁ ପୂଜା ପାଇ […]

ହିଙ୍ଗୁଳା ମନ୍ଦିରର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗକୁ ଦେବାକୁ ‘ପ୍ରଗତି’ର ଦାବି
ତାଳଚେର : ତାଳଚେର ସ୍ଥିତ ମା’ ହିଙ୍ଗୁଳା ମନ୍ଦିର ପରିଚାଳନା ଭାର ହାତକୁ ନେଇ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦେବୋତ୍ତର କମିଶନରଙ୍କୁ ଦାବି କରିଛି ପ୍ରଗତି। ଏନେଇ ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ଆଜି ପ୍ରୋଜେକ୍ଟ ଫର ରୁରାଲ ରିକନଷ୍ଟ୍ରକସନ ଆଣ୍ଟି ପଲ୍ୟୁସନ ଗ୍ରିଭାନସେସ ଆଣ୍ଡ ଟ୍ରେଡ଼ ଇମ୍ପ୍ଲିମେଣ୍ଟେସନ (ପ୍ରଗତି) ଅନୁଷ୍ଠାନ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ତାଳଚେରର ଗୋପାଳପ୍ରସାଦଠାରେ ଅଗ୍ନିରୂପା ମା ହିଙ୍ଗୁଳା କେଉଁ ଆବହମାନ କାଳରୁ ପୂଜା ପାଇ ଆସୁଛନ୍ତି। ଗତ କୋଡିଏ ବର୍ଷରୁ ଅଧିକ ସମୟ ହେବ ମନ୍ଦିର ପରିଚାଳନା ପାଇଁ ଏକ ଟ୍ରଷ୍ଟ ବୋର୍ଡ଼ ଗଠନ କରାଯାଇଛି। କିନ୍ତୁ ଇତି ମଧ୍ୟରେ ବହୁ ସମସ୍ୟା ଉପୁଜିଛି। ଟ୍ରଷ୍ଟ ବୋର୍ଡ଼ ଆଇନ ଅନୁଯାୟୀ କାର୍ଯ୍ୟ ନ କରିବା, ମନ୍ଦିର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା, ମୋଟା ଅଙ୍କର ଅନୁଦାନ କେଉଁ କେଉଁ ବାବଦରେ ଖର୍ଚ୍ଚ ହେଲା ତାହାର ହିସାବ ନଦେବା ଆଦି କାର୍ଯ୍ୟମାନ ତାଳଚେରବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ଏଣୁ ଏହାର ପରିଚାଳନା ଦାୟିତ୍ବ ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରିବାକୁ ପ୍ରଗତି ଦାବି କରିଛି। ଆଜିର ଏହି ଦାବି ପତ୍ର ପ୍ରଦାନ ସମୟରେ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ସଭାପତି ରାଜକିଶୋର ସାହୁ, ପ୍ରଦୀପ ମହାରଣା, ପଦ୍ମଲୋଚନ ସାମଲ, ସଂଗ୍ରାମ କେଶରୀ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ।