ଅନୁଗୋଳ ଜିଲ୍ଲା ୱେବ ମିଡିଆ ମହାସଂଘ ତରଫରୁ ନାଲକୋ ଥାନାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଅନୁଗୋଳ ଜିଲ୍ଲା ୱେବ ମିଡିଆ ମହାସଂଘ ତରଫରୁ ନାଲକୋ ଥାନାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ନାଲକୋ ନଗର : "ଅନୁଗୋଳ ଜିଲ୍ଲା ୱେବ ମିଡିଆ ମହାସଂଘ" ତରଫରୁ ଆଜି ଅପରାହ୍ନ ୬ ଘଟିକା ସମୟରେ ଆଦର୍ଶ ଥାନା ନାଲକୋ ଟାଉନସିପି ର ନୂତନ ଥାନା ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଲାକ୍ରାଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ମହାସଂଘ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ନାଲକୋ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ପୋଲିସର କାର୍ଯ୍ୟ ଶୈଳୀକୁ ନେଇ ବିଶ୍ୱାସଭଜନ, ଜନ ସୁରକ୍ଷା, ଜନ ସେବା ଆଦି କ୍ଷେତ୍ରରେ ପୋଲିସର ଭୂମିକା ତଥା ପୋଲିସ ଓ ଜନତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ବିସ୍ତୃତ ଭାବରେ ପର୍ଯ୍ୟାଲୋଚନା ହୋଇଥିଲା । ପୋଲିସ ଓ ସାମ୍ବାଦିକ ମାନଙ୍କ ମଧ୍ୟରେ କିଭଳି ଏକ ସୁନ୍ଦର ବନ୍ଧୁତାପୂର୍ଣ୍ଣ ସମ୍ପର୍କ ରହି ପାରିବ ତାକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ନୂତନ ଥାନା ଅଧିକାରୀ ଜନ ସେବା ଓ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦେଇ ପୋଲିସର କାର୍ଯ୍ୟ ଓ କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ ପ୍ରାଥମିକତା ଦେବା ନେଇ ସ୍ପଷ୍ଟ କରିଥିଲେ । ନାଲକୋ ରୁ ଉପେନ୍ଦ୍ର କୁମାର ସେଠ

ଅନୁଗୋଳ ଜିଲ୍ଲା ୱେବ ମିଡିଆ ମହାସଂଘ ତରଫରୁ ନାଲକୋ ଥାନାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା