ଆଇପିଏଲ୍‌ ସବୁଠୁ ମହଙ୍ଗା ଖେଳାଳିଙ୍କ ଉପରେ ଭରସା କଲେ ନାହିଁ ଅଧିନାୟକ

ମୁମ୍ବାଇ,୧୪।୪: ଆଇପିଏଲ ୨୦୨୧ ଯେତିକି ଅଗ୍ରଗତି କରୁଛି, ସେତିକି ରୋମାଞ୍ଚ ମଧ୍ୟ ବୃଦ୍ଧି ପାଉଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଏଭଳି ଏକ ହାଇ ଭୋଲଟେଜ ମ୍ୟାଚ ସୋମବାର ଦେଖିବାକୁ ମିଳିଥିଲା। ଶେଷ ବଲରେ ମ୍ୟାଚ ସ୍ଥିର ହୋଇଥିଲ। ପଞ୍ଜାବ ହୁଏତ ମ୍ୟାଚରେ ରାଜସ୍ଥାନକୁ ୪ ରନ୍‌ରେ ପରାସ୍ତ କରିଛି, କିନ୍ତୁ ରାଜସ୍ଥାନର ପରାଜୟକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହି ମ୍ୟାଚରେ ନୂତନ ଭାବେ ନିଯୁକ୍ତ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ ଜିତି ପଞ୍ଜାବକୁ ବ୍ୟାଟିଂ […] The post ଆଇପିଏଲ୍‌ ସବୁଠୁ ମହଙ୍ଗା ଖେଳାଳିଙ୍କ ଉପରେ ଭରସା କଲେ ନାହିଁ ଅଧିନାୟକ appeared first on Dharitri Odia News.

ଆଇପିଏଲ୍‌ ସବୁଠୁ ମହଙ୍ଗା ଖେଳାଳିଙ୍କ ଉପରେ ଭରସା କଲେ ନାହିଁ ଅଧିନାୟକ
ମୁମ୍ବାଇ,୧୪।୪: ଆଇପିଏଲ ୨୦୨୧ ଯେତିକି ଅଗ୍ରଗତି କରୁଛି, ସେତିକି ରୋମାଞ୍ଚ ମଧ୍ୟ ବୃଦ୍ଧି ପାଉଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଏଭଳି ଏକ ହାଇ ଭୋଲଟେଜ ମ୍ୟାଚ ସୋମବାର ଦେଖିବାକୁ ମିଳିଥିଲା। ଶେଷ ବଲରେ ମ୍ୟାଚ ସ୍ଥିର ହୋଇଥିଲ। ପଞ୍ଜାବ ହୁଏତ ମ୍ୟାଚରେ ରାଜସ୍ଥାନକୁ ୪ ରନ୍‌ରେ ପରାସ୍ତ କରିଛି, କିନ୍ତୁ ରାଜସ୍ଥାନର ପରାଜୟକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏହି ମ୍ୟାଚରେ ନୂତନ ଭାବେ ନିଯୁକ୍ତ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ ଜିତି ପଞ୍ଜାବକୁ ବ୍ୟାଟିଂ ଦେଇଥିଲେ। ପଞ୍ଜାବ ରାଜସ୍ଥାନକୁ ୨୨୨ ରନର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ରାଜସ୍ଥାନ ଖରାପ ଆରମ୍ଭ ପରେ ଅଧିନାୟକ ସଞ୍ଜୁ ସାମସନ ପାଳି ସମ୍ଭାଳି ଥିଲେ। କିନ୍ତୁ ଦୁର୍ଭାଗ୍ୟବଶତ ରାଜସ୍ଥାନ ଶେଷ ବଲରେ ମ୍ୟାଚ ଜିତିପାରି ନ ଥିଲେ। ଅଧିନାୟକ ସଞ୍ଜୁ ସାମସନ ୬୩ ବଲରେ ୧୧୯ ରନର ଚମତ୍କାର ଇନିଂସ ଖେଳିଥିଲେ। ଶେଷ ଓଭରରେ ରାଜସ୍ଥାନ ଜିତିବା ପାଇଁ ୧୩ ରନ ଆବଶ୍ୟକ ଥିଲା ଏବଂ ଅର୍ଶାଦୀପ ବୋଲିଂ କରୁଥିଲେ। ସଞ୍ଜୁ ସାମସନ ଏବଂ କ୍ରିସ୍‌ ମୋରିସ କ୍ରିଜରେ ଉପସ୍ଥିତ ଥିବାରୁ ଏହି ଲକ୍ଷ୍ୟ ସମ୍ଭବ ମନେ ହେଉଥିଲା। ଶେଷ ଦୁଇଟି ବଲରେ ରାଜସ୍ଥାନକୁ ୫ ରନ ଆବଶ୍ୟକ ଥିଲା। ସଞ୍ଜୁ ପଞ୍ଚମ ବଲରୁ ପାଇଥିବା ସିଙ୍ଗଲକୁ ନେଇ ନଥିଲେ। ଶେଷ ବଲରେ ସଞ୍ଜୁ ଛକା ମାରି ଦଳ ଜିତିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବାଉଣ୍ଡ୍ରୀ ପାଖରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ପ୍ରଶ୍ନ ଉଙ୍କି ମାରୁଛି ଯଦି ସାମସନ ପଞ୍ଚମ ବଲ୍‌ରେ ଗୋଟିଏ ରନ୍‌ ନେଇ କ୍ରିସ ମୋରିସଙ୍କ ଉପରେ ଭରସା କରିଥାନ୍ତେ ତେବେ ମ୍ୟାଚର ନିଷ୍ପତ୍ତି ଅନ୍ୟ କିଛି ହୋଇଥାନ୍ତା। ୨୦୨୧ ନିଲାମରେ ମୋରିସ ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ବିକ୍ରୟ ଖେଳାଳି ଥିଲେ। ରାଜସ୍ଥାନ ତାଙ୍କୁ ୧୬.୨୫ କୋଟିରେ କିଣିଛି। ମୋରିସ ଜଣେ ଅଲରାଉଣ୍ଡର। ଅଧିନାୟକ ଭାବରେ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଥିବା ସଞ୍ଜୁ ହୁଏତ ଦଳ ଜିତିବାରେ ସମର୍ଥ ହୋଇ ନ ପାରନ୍ତି, କିନ୍ତୁ ନିଶ୍ଚିତ ଭାବେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। The post ଆଇପିଏଲ୍‌ ସବୁଠୁ ମହଙ୍ଗା ଖେଳାଳିଙ୍କ ଉପରେ ଭରସା କଲେ ନାହିଁ ଅଧିନାୟକ appeared first on Dharitri Odia News.