ଆଜି ଭାରତ ବନ୍ଦ ଡାକରା , ଝାରସୁଗୁଡ଼ାରେ ବିକ୍ଷୋଭ ପ୍ରଦର୍ଶନ ସହ ପିକେଟିଂ

ଝାରସୁଗୁଡ଼ା ୨୬।୧୧: ଆଜି ୮ଦଫା ଦାବି ନେଇ ୧୦ଟି ଗଣସାଂଗଠନିକ ଭାରତ ବନ୍ଦ ଡାକରା ଦେଇଛନ୍ତି । ଯାହାକୁ ବିଭିନ୍ନ ରାଜୈନିତ ଦଳ ସମର୍ଥନ କରିଛନ୍ତି । ଝାରସୁଗୁଡ଼ା ସହର ସମେତ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଆଜି ବନ୍ଦର ପ୍ରଭାବ ଦେଖାଦେଇଛି । ଝାରସୁଗୁଡାରେ ଆଜି ସକାଳୁ ବିଭିନ୍ନ ସଂଗଠନ ସହ ଭାରତୀୟ କମ୍ୟୁନିଷ୍ଟପାର୍ଟି, କଂଗ୍ରେସ, ସିପିଏମ୍ ସହ ଚାଷୀ ସଂଗଠନର କର୍ମକର୍ତ୍ତା ମାନେ ପିକେଟିଂ କରି ବିଭିନ୍ନ ଛକ ସ୍ଥାନ ମାନଙ୍କରେ ବସି ଧାରଣା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନୁତନ କୃଷି ବିଲରେ ଚାଷୀଙ୍କୁ ଶୋଷଣ କରି ପୁଞ୍ଜିପତିଙ୍କ ହାତକୁ ଟେକି ଦେବାର ଷଡଯନ୍ତ୍ର ଚାଲିଛି  । ଶ୍ରମ ଆଇନରେ ପରିବର୍ତ୍ତନ କରି ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପେଟ ପାଟଣାକୁ ନଷ୍ଟ ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରି ଭାରତ ବନ୍ଦ ଡାକରାରେ ସାମିଲ ହୋଇ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ । ଧର୍ମଘଟ ଲାଗି  ଝାରସୁଗୁଡା ସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ବସଷ୍ଟାଣ୍ଡ ଛକ, ବେହେରାମାଲ ଛକ, ବମ୍ବେ ଛକ, ଷ୍ଟେସନ ଛକରେ ଆନ୍ଦୋଳନକାରୀ ମାନେ ପିକେଟିଂ କରିଥିଲେ । ବିଭିନ୍ନ ଟ୍ରେଡ ୟୁନିଅନର କର୍ମକର୍ତ୍ତାଙ୍କ ପିକେଟିଂ ଲାଗି ବ୍ରଜରାଜନଗର ଓ ଲଖନପୁର କୋଇଲା ଖଣିରେ ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି ।