ଆଦର୍ଶ ବିଦ୍ୟାଳୟ ରେ ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ପ୍ରତିଯୋଗିତା ଆୟୋଜିତ

*ଆଦର୍ଶ ବିଦ୍ୟାଳୟ ରେ ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ପ୍ରତିଯୋଗିତା ଆୟୋଜିତ* ଆଜି ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମହୁଲପାଳ ତାଳଚେରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ସମ୍ବନ୍ଧିତ କୁଇଜ୍ ଓ ନିବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି l ଏହି ପ୍ରତିଯୋଗିତାଭିତ୍ତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟରର ଭାରପ୍ରାପ୍ତ ଅଧ୍ୟକ୍ଷା କୁମାରୀ ରେଶ୍ମା ମହାନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ହିନ୍ଦୀ ଶିକ୍ଷକ ରାଧାମୋହନ ପୂଜାହାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଟାଟା ଷ୍ଟିଲର କର୍ମକର୍ତ୍ତାମାନେ ଏହି ପ୍ରତିଯୋଗିତାର ଆୟୋଜକ ଥିଲେ l କୁଇଜ୍ ପ୍ରତିଯୋଗିତା ଷଷ୍ଠରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ହୋଇଥିବା ବେଳେ ନିବନ୍ଧ ଲିଖନ ପ୍ରତିଯୋଗିତାରେ କେବଳ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ l କୁଇଜ୍ ପ୍ରତିଯୋଗିତାରେ ପିଲାମାନଙ୍କୁ ପ୍ରଶ୍ନ ପଚରାଯାଇ ଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା l ସୂଚନାଥାଉକି ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଜିଲ୍ଲାରୁ ସର୍ବଶ୍ରେଷ୍ଠ ଦୁଇ ଜଣଙ୍କୁ ଭୁବନେଶ୍ବର ଠାରେ ଡିସେମ୍ବର ୧୩ ତାରିଖରେ ଆୟୋଜିତ ହେବାକୁ ଥିବା ଚୁଡାନ୍ତ ପର୍ଯ୍ୟାୟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ l ଏହି ପ୍ରତିଯୋଗିତାରେ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ l ଅନୁଗୋଳ ରୁ ନିହାର ରଞ୍ଜନ ପଟ୍ଟନାୟକ

ଆଦର୍ଶ ବିଦ୍ୟାଳୟ ରେ ପଠାଣି ସାମନ୍ତ ପ୍ଲାନେଟୋରିୟମ ପକ୍ଷରୁ ପ୍ରତିଯୋଗିତା ଆୟୋଜିତ