ଆରମ୍ଭ ହେଲା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ : କେତେ ସ୍ୱଚ୍ଛ ଆମ ରାଜଧାନୀ?

ଭୁବନେଶ୍ବର,(ବିଶ୍ବଜିତ ଦାଶ): ସ୍ବଚ୍ଛ ସର୍ବେକ୍ଷଣ-୨୦୨୧ରେ ଭୁବନେଶ୍ବରକୁ ଭଲ ରୢାଙ୍କ ମିଳିବାକୁ ହେଲେ ରାଜଧାନୀବାସୀଙ୍କ ଭୋଟ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ରାଜଧାନୀବାସୀଙ୍କ ସହଯୋଗ ଲୋଡ଼ାଯାଇଛି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ଶନିବାର ରାତିରେ ଟୁଇଟ୍ କରି ରାଜଧାନୀବାସୀଙ୍କୁ ଭୋଟ୍‌ କରିବାକୁ ଅପିଲ୍‌ କରିବା ପରେ ରାଜଧାନୀବାସୀ ଅଭିଯୋଗର ପାହାଡ଼ ଲଦି ଚାଲିଛନ୍ତି। ଭୁବନେଶ୍ବରକୁ ଭଲ ରୢାଙ୍କ ଦେବାକୁ ହେଲେ ଯେଉଁମାନଙ୍କର ଭୋଟ୍‌ ଗେମ୍‌ଚେଞ୍ଜର ହେବ ସେମାନେ ଏବେ ବିଏମ୍‌ସି ବିରୋଧରେ ଭୋଟ୍‌ […] The post ଆରମ୍ଭ ହେଲା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ : କେତେ ସ୍ୱଚ୍ଛ ଆମ ରାଜଧାନୀ? first appeared on Sambad.

ଆରମ୍ଭ ହେଲା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ : କେତେ ସ୍ୱଚ୍ଛ ଆମ ରାଜଧାନୀ?
ଭୁବନେଶ୍ବର,(ବିଶ୍ବଜିତ ଦାଶ): ସ୍ବଚ୍ଛ ସର୍ବେକ୍ଷଣ-୨୦୨୧ରେ ଭୁବନେଶ୍ବରକୁ ଭଲ ରୢାଙ୍କ ମିଳିବାକୁ ହେଲେ ରାଜଧାନୀବାସୀଙ୍କ ଭୋଟ୍‌ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏଥିପାଇଁ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ରାଜଧାନୀବାସୀଙ୍କ ସହଯୋଗ ଲୋଡ଼ାଯାଇଛି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ଶନିବାର ରାତିରେ ଟୁଇଟ୍ କରି ରାଜଧାନୀବାସୀଙ୍କୁ ଭୋଟ୍‌ କରିବାକୁ ଅପିଲ୍‌ କରିବା ପରେ ରାଜଧାନୀବାସୀ ଅଭିଯୋଗର ପାହାଡ଼ ଲଦି ଚାଲିଛନ୍ତି। ଭୁବନେଶ୍ବରକୁ ଭଲ ରୢାଙ୍କ ଦେବାକୁ ହେଲେ ଯେଉଁମାନଙ୍କର ଭୋଟ୍‌ ଗେମ୍‌ଚେଞ୍ଜର ହେବ ସେମାନେ ଏବେ ବିଏମ୍‌ସି ବିରୋଧରେ ଭୋଟ୍‌ ଦେବାକୁ ଅଣ୍ଟା ଭିଡ଼ିଲେଣି। ଯାହା ବିଏମ୍‌ସିର ନିଦ ହଜାଇ ଦେଇଛି। ଲୋକଙ୍କ ସମସ୍ୟା ଦୀର୍ଘ ଦିନ ହେଲା ସମାଧାନ ହୋଇନଥିବାରୁ, ପ୍ରତି ଗଳିକନ୍ଦିରେ ଲୋକଙ୍କର ପୁଳାପୁଳା ସମସ୍ୟା ଥିଲେ ବି କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁଁ ଏହା ଜନ ଅସନ୍ତୋଷରେ ପରିଣତ ହୋଇଯାଇଛି। ଯାହା ବିଏମ୍‌ସିର ଟୁଇଟ୍‌ ପରେ ଲୋକେ ଦେଇଥିବା ମତାମତରୁ ଜଣାପଡ଼ୁଛି। ବିକାଶ ରଞ୍ଜନ ମେହେର ନାମକ ଜଣେ ବ୍ୟକ୍ତି ଏମ୍‌ସ, ଭୁବନେଶ୍ବର ନିକଟସ୍ଥ ରାସ୍ତା କଡ଼ରେ ଗଦା ହୋଇଥିବା ଆର୍ବଜନାର ଫଟୋ ଦେଇ ଲେଖିଛନ୍ତି ଯେ ରାସ୍ତା କଡ଼ରେ ଏମିତି ଆବର୍ଜନା ଗଦା ହେଲେ ସହର କେମିତି ସ୍ବଚ୍ଛ ହେବ? ଆଦିତ୍ୟ ପ୍ରହରାଜ ନାମକ ଜଣେ ବ୍ୟକ୍ତି ଉପହାସ କରି ଲେଖିଛନ୍ତି ଯେ ଭୁବନେଶ୍ବରର ସ୍ବଚ୍ଛତା ନେଇ ଭଲ ମତାମତ ଦେବାକୁ କହୁଛ, ହେଲେ ବାସ୍ତବତା ଏହା ନୁହେଁ। ଭଲ ଥଟ୍ଟା। ମଦନ କୁମାର ନାମକ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ଚାରିଆଡ଼େ ବଡ଼ବଡ଼ ମଶା ବୁଲୁଛନ୍ତି, ଯନ୍ତ୍ରଣା ଭୋଗୁଛୁ। ଏ ଟୁ ଜେଡ୍‌ ଓଡ଼ିଆ ଆକାଉଣ୍ଟଧାରୀ ଜଣେ ବ୍ୟକ୍ତି ଲେଖିଛନ୍ତି, ଭୁବନେଶ୍ବରର ଆମେ ସବୁବେଳେ ପ୍ରଶଂସା କରୁଛୁ। କିନ୍ତୁ ବିଏମ୍‌ସି ଏମିତି କିଛି କାମ କରିବାକୁ ଭୁଲିଯାଉଛି। ଯେମିତି ଭରତପୁରରେ ୱାର୍ଡ ୨୨ରେ ଗୋଟିଏ ଷ୍ଟ୍ରିଟ ଲାଇଟ୍‌ ୬/୭ମାସ ହେଲା ଖରାପ ହୋଇଥିଲେ ହେଁ ଏହାକୁ ମରାମତି କରାଯାଉନି। ସଞ୍ଜିତ ସାହୁ ଟୁଇଟ୍‌ କରିଛନ୍ତି ଯେ ଭଲ ରୢାଙ୍କ ପାଇବା ପାଇଁ ପୂର୍ବରୁ ଥିବା ସମସ୍ୟାଗୁଡ଼ିକର ସମାଧାନ ହେବା ଦରକାର। ୱାର୍ଡ-୭ରେ ମେନ୍‌ ଡ୍ରେନ୍ ଚାମ୍ବର ପାଇପ୍ ବର୍ଷେ ହେଲା ଜାମ୍‌ ହୋଇଛି। ସମୀର୍‌ ଟୁଇଟ୍‌ କରିଛନ୍ତି , ରୢାଙ୍କରେ କ’ଣ ହେବ? ବାସ୍ତବରେ ଭୁବନେଶ୍ବର ସ୍ବଚ୍ଛ ହେବା ଦରକାର। ସରୋଜ କୁମାର ସାହୁ ଟୁଇଟ୍‌ କରିଛନ୍ତି ଯେ ସ୍ବେରେଜ୍‌ ବ୍ୟବସ୍ଥା ସବୁଠୁ ଖରାପ। କେବେବି ଭଲ ରୢାଙ୍କ ମିଳିବନି। ସ୍ନିଗ୍ଧା ସ୍ନେହାଦର୍ଶିନୀ ଟୁଇଟ୍‌ କରିଛନ୍ତି ଯେ ସର୍ଭେ ଟିମ୍‌ ଯଦି ବାସ୍ତବରେ ବିଭିନ୍ନ ଅଞ୍ଚଳ ବୁଲି ସର୍ଭେ କରୁଥିବେ, ତେବେ ବାସ୍ତବ ସ୍ଥିତି ଜାଣିପାରିବେ। ବହୁ ଅଞ୍ଚଳରେ ଡଷ୍ଟବିନ୍ ଦିଆଯାଇନି କି ସଫେଇ କର୍ମଚାରୀ ଯାଉନାହାନ୍ତି। ସର୍ବେକ୍ଷଣ ଟିମ୍‌କୁ ବାସ୍ତବ ଚିତ୍ରକୁ ନେଇ ରିପୋର୍ଟ ଦେବାକୁ କୁହାଯାଉ। ରାଜଧାନୀବାସୀଙ୍କର ଏହିଭଳି ମତାମତ ଦେଖିଲା ପରେ ବିଏମ୍‌ସି ରାଜଧାନୀରେ କେଉଁ ପ୍ରକାରର ସେବା ଯୋଗାଉଛି, ଲୋକଙ୍କ ସମସ୍ୟାର କିପରି ସମାଧାନ ହେଉଛି ତାହା ଜଣାପଡ଼ିଯାଉଛି। ପରିମଳ ଭିତ୍ତିଭୂମି ଯେତେ ସଜାଡ଼ିଲେ ବି ନାଗରିକ ମତାମତ କ୍ଷେତ୍ରରେ ଥିବା ୧୮୦୦ ମାର୍କରୁ କେତେ ମାର୍କ ମିଳିବ ତାହା କର୍ତ୍ତୃପକ୍ଷ ନିଶ୍ଚିତ ଠଉରାଇ ପାରୁଥିବେ। Deccan Chronicle କେଉଁଥି ପାଇଁ କେତେ ମାର୍କ ଏଥରର ସ୍ବଚ୍ଛ ସର୍ବେକ୍ଷଣରେ ମୋଟ୍‌ ୬ହଜାର ମାର୍କ ଥିବାବେଳେ ସେବା ସ୍ତରରେ ଉନ୍ନତି ଯଥା ପୃଥକୀକରଣ କରି ଆବର୍ଜନା ସଂଗ୍ରହ, ନିରନ୍ତର ପରିମଳ ବ୍ୟବସ୍ଥା, ଆବର୍ଜନା ବିଶୋଧନ ପ୍ରକ୍ରିୟା ପାଇଁ ୨୪୦୦ ମାର୍କ ରହିଛି। ସାର୍ଟିଫି‌େକସନ୍ ଯଥା ସହରର ପରିମଳ ବ୍ୟବସ୍ଥା ମିଳିଥିବା ପ୍ରମାଣପତ୍ର। ଏଥିରେ ମୋଟ୍‌ ୧୮୦୦ ମାର୍କ ଥିବାବେଳେ ଜିଏଫ୍‌ସି ଫର୍‌ ଷ୍ଟାର୍‌ ରେଟିଂରେ ୧୧୦୦ ମାର୍କ ଓ ଓଡିଏଫ୍‌+/ଓଡିଏଫ୍‌++/ୱାଟର୍‌ + ପାଇଁ ୭୦୦ ମାର୍କ ରହିଛି। ଏହାବାଦ୍‌ ସିଟିଜେନ୍‌ସ ଭଏସ୍‌ ବା ନାଗରିକ ମତାମତ ପାଇଁ ୧୮୦୦ ମାର୍କ ରହିଛି। ଏଥିରେ ମତାମତ, ସଫେଇ କର୍ମଚାରୀ ନିୟୋଜିତ, ଅଭିଜ୍ଞତା, ସ୍ବଚ୍ଛତା ଆପ୍‌ ଏବଂ ନୂତନତ୍ବ ରହିଛି। ବିଏମ୍‌ସି ଏହି ସେବା ସ୍ତରରେ ଉନ୍ନତି ଏବଂ ସାର୍ଟିଫିକେସନ୍‌ରେ ଥିବା ମୋଟ୍‌ ୪୨୦୦ ମାର୍କରୁ ଭଲ ମାର୍କ ପାଇବ। ହେଲେ ନାଗରିକ ମତାମତରେ ପଛେଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି। ଭଲ ର‍୍ୟାଙ୍କ ମିଳିବ ତ! ସ୍ୱଚ୍ଛ ସର୍ବେକ୍ଷଣ ୨୦୧୭ରେ ଭୁବନେଶ୍ବରକୁ ୯୪ତମ ର‍୍ୟାଙ୍କ, ୨୦୧୮ରେ ୨୪୩ତମ ର‍୍ୟାଙ୍କ, ୨୦୧୯ରେ ୨୮୮ତମ ର‍୍ୟାଙ୍କ, ୨୦୨୦ରେ ୨୩୩ତମ ର‍୍ୟାଙ୍କ ମିଳିଥିଲା। ବର୍ଷକୁ ବର୍ଷ ର‍୍ୟାଙ୍କ କମି ଚାଲିଥିବାରୁ ଏଥର ଭଲ ରୢାଙ୍କ ମିଳିବ ତ ସେ ପ୍ରଶ୍ନ ଉଠିଲାଣି। ବିଏମ୍‌ସି ଯେପରି ଭୁବନେଶ୍ବରକୁ ଭଲ ର‍୍ୟାଙ୍କ ମିଳିବା ପାଇଁ ବିଭିନ୍ନ ପ୍ରକାରର ଭିତ୍ତିଭୂମିରେ ଉନ୍ନତି ଆଣିଛି ସେହିପରି ଅନ୍ୟ ପୌର ସଂସ୍ଥା ମଧ୍ୟ କାମ କରୁଛନ୍ତି। ତେଣୁ ଏହି ଦଉଡ଼ରେ ଭୁବନେଶ୍ବର କେତେ ଆଗକୁ ଯାଉଛି ତାହାକୁ ଅପେକ୍ଷା। କ’ଣ ସାଜିବ ବା‌ଧକ ସର୍ବେକ୍ଷଣ ଗାଇଡ୍‌ଲାଇନ୍ ଅନୁଯାୟୀ, ଆର୍ବଜନାକୁ ତିନି ପ୍ରକାରରେ ବିଭକ୍ତ କରାଯାଉଥିବା ଦରକାର। ଯେପରି ଓଦା ବର୍ଜ୍ୟ, ଶୁଖିଲା ବର୍ଜ୍ୟ ଏବଂ ବିଷାକ୍ତ ବର୍ଜ୍ୟ। ବିଏମ୍‌ସି କର୍ତ୍ତୃପକ୍ଷ ଏବେ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ ସମେତ କମ୍ପୋଷ୍ଟ ପ୍ଲାଣ୍ଟ ନିକଟରେ କେବଳ ଶୁଖିଲା ଓ ବର୍ଜ୍ୟ ଆବର୍ଜନା ପୃଥକ କରୁଛନ୍ତି। ତେଣୁ ବିଷାକ୍ତ ବର୍ଜ୍ୟ ପୃଥକ କରିବା ଦରକାର। ଏହାସହ ଲୋକଙ୍କ ଘରୁ ଶୁଖିଲା ଓ ବର୍ଜ୍ୟ ଆବର୍ଜନା ପୃଥକ ପୃଥକ ଭାବେ ସଂଗ୍ରହ କରିବାକୁ ହେବ। ଯାହା ଏବେ ହେଉନି। ସେହିପରି ନିର୍ମାଣ ଓ ଭଗ୍ନ ବର୍ଜ୍ୟ ପ୍ରକ୍ରିୟାକରଣ ପାଇଁ ପ୍ଲାଣ୍ଟ ଥିବା ଦରକାର। ଯାହା ଏବେ ଭୁବନେଶ୍ବରରେ ନାହିଁ। ଭୁବନେଶ୍ବର ଏବେ ଓଡିଏଫ୍‌+ ଶ୍ରେଣୀରେ ଅଛି। ଏହାଠୁ ଭଲ ସାର୍ଟିଫିକେଟ୍ ମିଳିବା ଦରକାର। Odisha Diary ଆମେ ଏଥର ଭଲ ର‍୍ୟାଙ୍କ ପାଇବୁ: ବିଏମ୍‌ସି ଦେଶର ସମସ୍ତ ସହରାଞ୍ଚଳକୁ ନେଇ ଜାନୁଆରି ୧ରୁ ସ୍ବଚ୍ଛ ସର୍ବେକ୍ଷଣ ସର୍ଭେ-୨୦୨୧ ଆରମ୍ଭ ହୋଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସର୍ଭେରେ ଭୁବନେଶ୍ବରକୁ ଯେପରି ଭଲ ର‍୍ୟାଙ୍କ ମିଳିବ ସେଥିପାଇଁ ଜୋରଦାର କସରତ ଆରମ୍ଭ ହୋଇଛି। ଯେଉଁ ଯେଉଁ କ୍ଷେତ୍ରରେ ପୂର୍ବ ବର୍ଷଗୁଡ଼ିକରେ ମାର୍କ କମିଥିଲା; ସେହି ସେହି କ୍ଷେତ୍ରରେ ବ୍ୟାପକ ସୁଧାର ଅଣାଯାଇଛି। ପରିମଳ ବ୍ୟବସ୍ଥାରେ ନୂଆ ଭିତ୍ତିଭୂମି ଯୋଡ଼ାଯାଇଛି। ଭୁବନେଶ୍ବରକୁ ଦେଶର ଅନ୍ୟତମ ସ୍ବଚ୍ଛ ସହର କରିବାକୁ ବିଏମ୍‌ସି ଜୋରଦାର ପ୍ରୟାସ କରୁଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେ ଏଥର ଶ୍ରେଷ୍ଠ ୫୦ ସହର ଭିତରେ ରହିବାକୁ ଆଶା କରୁଛୁ। ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଆମର ବର୍ଜ୍ୟ ପରିଚାଳନା ଓ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନ ଥିବାରୁ ବହୁତ ମାର୍କ କଟୁଥିଲା। ଏବେ ଭଲ ର‍୍ୟାଙ୍କ ମିଳିବ। ରାଜଧାନୀରେ ମୋଟ୍‌ ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ହେଉଥିବାବେଳେ ଏଥିରୁ ୮ଟି କାର୍ଯ୍ୟକ୍ଷମ ହେଲାଣି। ଖୁବ୍‌ ଶୀଘ୍ର ଆଉ ପ୍ରାୟ ୧୫ଟି କାର୍ଯ୍ୟକ୍ଷମ ହେବ। ସେହିପରି ବାସୁଆଘାଇ‌ରେ ତରଳ ବର୍ଜ୍ୟବସ୍ତୁ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଯାଇଛି। ମାର୍କେଟ, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଡଷ୍ଟବିନ୍ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ପ୍ଲାଷ୍ଟିକ ଆବର୍ଜନା ପୃଥକୀକରଣ ଓ ବିଶୋଧନ ବ୍ୟବସ୍ଥା କରାଯାଉଛି। ଯାନ୍ତ୍ରିକ ସଫେଇ ହେଉଛି। କମ୍ୟୁନିଟି ଟଏଲେଟ୍‌ ଅଧିକ ବ୍ୟବହାର ନେଇ ଲୋକଙ୍କୁ ଉତ୍ସାହିତ କରାଯାଉଛି। ଆବର୍ଜନା ପୃଥକୀକରଣ ହେଉଛି। େତଣୁ ଏଥର ଭଲ ର‍୍ୟାଙ୍କ ପାଇବୁ। indiascheme.com କ’ଣ ରହିଛି ପ୍ରଶ୍ନ ସ୍ବଚ୍ଛ ସର୍ବେକ୍ଷଣ ୱେବସାଇଟ୍‌ରେ ନାଗରିକ ମତାମତ ନେଇ ୮ଟି ପ୍ରଶ୍ନ ପଚରାଯାଇଛି। ୧୮ରୁ ୯୯ ବର୍ଷର ବୟସ୍କ ଲୋକମାନେ ଏଥିରେ ଭାଗ ନେଇ ମତ ଦେଇପାରିବେ। ପୂର୍ବରୁ ଓଡ଼ିଆ ଭାଷା ନ ଥିବାରୁ ବିଏମ୍‌ସି ଅଭିଯୋଗ କରୁଥିଲା ଯେ ଭାଷାଗତ ସମସ୍ୟା ରହୁଥିବାରୁ ଲୋକ ସାମିଲ୍‌ ହେଉନାହାନ୍ତି। ଏଥର ଓଡ଼ିଆ ଭାଷା ଥିବାରୁ ଅଧିକ ଲୋକ ସାମିଲ୍‌ ହେବେ ବୋଲି ଆଶା କରାଯାଉଛି। ପ୍ରଶ୍ନ ୧. ଆପଣଙ୍କ ସହର ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୧ରେ ଅଂଶଗ୍ରହଣ କରୁଥିବା ଆପଣ ଜାଣନ୍ତି କି? ପୌର ସଂସ୍ଥା ଲୋକଙ୍କୁ ସ୍ବଚ୍ଛ ସର୍ବେକ୍ଷଣ ନେଇ ଅବଗତ କରିଛନ୍ତି କି ନାହିଁ ତାହା ଜାଣିବାକୁ ଏହା ପଚରାଯାଇଛି। ପ୍ରଶ୍ନ ୨. ସ୍ୱଚ୍ଛତା ସର୍ବେକ୍ଷଣ-୨୦୨୦ ରେ ଆପଣଙ୍କ ସହରର ମାନ୍ୟତା ବିଷୟରେ ଜାଣିଛନ୍ତି କି? ସ୍ବଚ୍ଛ ସର୍ବେକ୍ଷଣର ସଫଳତା ବିଷୟରେ ଲୋକଙ୍କୁ ଅବଗତ କରାଯାଇଛି କି ନାହିଁ ତାହା ଜାଣିବାକୁ ଏହା ପଚରାଯାଇଛି। ପ୍ରଶ୍ନ ୩. ଆପଣଙ୍କ ଆଖପାଖର ପରିଚ୍ଛନ୍ନତାକୁ ଆଧାର କରି ଶୂନରୁ ୧୦ ମାପଦଣ୍ଡରେ ଆପଣ ଆପଣଙ୍କ ସହରକୁ କେତେ ମାର୍କ ଦେବାକୁ ଚାହିଁବେ? ପ୍ରଶ୍ନ ୪. ଶୂନରୁ ୧୦ ସ୍କେଲରେ ଆପଣ ଆପଣଙ୍କ ସହରକୁ ବାଣିଜ୍ୟିକ / ସର୍ବସାଧାରଣ କ୍ଷେତ୍ରର ସ୍ୱଚ୍ଛତା ସ୍ତରରେ କେତେ ମାର୍କ ଦେବାକୁ ଚାହୁଁଛନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଲୋକ ନିଜ ଅନୁଭୂତିକୁ ନେଇ ମତ ଦେବେ। ପ୍ରଶ୍ନ ୫. ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କୁ ସର୍ବଦା ପୃଥକ ଶୁଖିଲା ଏବଂ ଓଦା ବର୍ଜ୍ୟବସ୍ତୁ ଦେବାକୁ ଆପଣଙ୍କୁ କୁହାଯାଇଥାଏ କି? ପୌର ସଂସ୍ଥା କର୍ତ୍ତୃପକ୍ଷ ଲୋକଙ୍କୁ ଘରୁ ଆବର୍ଜନା ପୃଥକ କରି ଦେବାକୁ କହିଛନ୍ତି କି ନାହିଁ ତାହା ଜାଣିବାକୁ କରାଯାଇଛି। ପ୍ରଶ୍ନ ୬. ଶୂନରୁ ୧୦ ସ୍କେଲ୍‌ ମାପଦଣ୍ଡରେ ସାର୍ବଜନୀନ କିମ୍ବା ଗୋଷ୍ଠୀ ଶୌଚାଳୟ କିମ୍ବା ପରିସ୍ରାଗାରର ପରିଷ୍କାର ପରିଚ୍ଛନ୍ନତାର ସ୍ତରକୁ ନେଇ ଆପଣ ଆପଣଙ୍କ ସହରକୁ କେତେ ମାର୍କ ଦେବାକୁ ଚାହିଁବେ? ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନଙ୍କ ଅନୁଭୂତି ଜଣାଇପାରିବେ। ପ୍ରଶ୍ନ ୭. ଆପଣ ଜାଣନ୍ତି କି ଗୁଗୁଲରେ ଆପଣ ନିକଟତମ ସାର୍ବଜନୀନ ଶୌଚାଳୟର ସନ୍ଧାନ କରିପାରିବେ? ଗୁଗୁଲ ଟଏଲେଟ ଲୋକେଟର ବିଷୟରେ ଲୋକ ଜାଣିଛନ୍ତି କି ନାହିଁ ତାହା ଜଣାପଡ଼ିବ। ପ୍ରଶ୍ନ ୮. ସ୍ୱଚ୍ଛତା ବିଷୟରେ ଅଭିଯୋଗ ଜଣାଇବା ପାଇଁ ଆପଣ ସ୍ୱଚ୍ଛତା ଆପ୍/ଲୋକାଲ୍ ଆପ୍ ବ୍ୟବହାର କରିପାରିବେ ବୋଲି ଆପଣ ଜାଣନ୍ତି କି? ଏଥିରୁ ଲୋକ ଅନଲାଇନ୍‌ରେ ଅଭିଯୋଗ କରୁଛନ୍ତି କି ନାହିଁ ଜଣାପଡ଼ିବ। The post ଆରମ୍ଭ ହେଲା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ : କେତେ ସ୍ୱଚ୍ଛ ଆମ ରାଜଧାନୀ? first appeared on Sambad.