ଓଲଟିଲା ଭ୍ୟାନ୍, ୫ ପୋଲିସ ଆହତ : ଦୁର୍ଘଟଣାଗ୍ରସ୍ତ ଗ୍ୟାସ୍ ଟ୍ୟାଙ୍କରକୁ ଉଦ୍ଧାର ପାଇଁ ଯାଉଥିଲା

ଖଲ୍ଲିକୋଟ ୧୩।୧: ଦୁର୍ଘଟଣାଗ୍ରସ୍ତ ହେଲା ପୋଲିସ ଗାଡି । ଦୁର୍ଘଟଣା ଫଳରେ ୫ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗ୍ୟାସ୍‌ ଟ୍ୟାଙ୍କରକୁ ଉଦ୍ଧାର କରିବାକୁ ପୋଲିସ ଗାଡି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ତାମ୍ପରା ନିକଟରେ ଗ୍ୟାସ୍ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବ୍ରହ୍ମପୁରରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା ଗ୍ୟାସ୍‌ ଟ୍ୟାଙ୍କର । ହଠାତ୍‌ ତାମ୍ପରା ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା ଗ୍ୟାସ୍‌ ଟ୍ୟାଙ୍କର । ଘନକୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଥିଲା । ଦୁର୍ଘଟଣା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଗାଡି ଅଟକି ରହିଥିଲା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।