କୋଭିଡ କେୟାର ସେଣ୍ଟର ଉଦଘାଟନ ପାଇଁ ଆସୁଥିଲେ ସାଂସଦ, ତା ପୂର୍ବରୁ ଫିତା କାଟି ଦେଲେ ବିଧାୟକ

ଅନୁଗୁଳ ୦୫।୦୬: ଅନୁଗୁଳ ଜିଲ୍ଲା ପାଲଲହଡାରେ କୋଭିଡ କେୟାର ସେଣ୍ଟର ଉଦଘାଟନ ବେଳେ ସାଂସଦ ଓ ବିଧାୟକ ଗୋଷ୍ଠୀ ମୁହାଁମୁହିଁ। ସାଂସଦ ମହେଶ ସାହୁ  ପହଁଚିବା ପୂର୍ବରୁ ବିଧାୟକ ମୁକେଶ ପାଲ ଫିତା କାଟି ଦେଇଥିଲେ। ତାକୁ ନେଇ ସାଂସଦ ଖପ୍ପା। ସବୁଠୁ ବଡ କଥା ସାଂସଦ ଏବଂ ବିଧାୟକ ଉଭୟ ବିଜୁ ଜନତା ଦଳର। କିନ୍ତୁ ଫିତା କଟାକୁ ନେଇ ସାଂସଦ ଏବଂ ବିଧାୟକଙ୍କ ମଧ୍ୟରେ ତୁତୁ ମେଁ ମେଁ ଦେଖିବାକୁ ମିଳିଛି। ସାଂସଦ ବିଧାୟକଙ୍କୁ କହିଛନ୍ତି ଯେ, ଗୋଟିଏ ଦଳରେ ରହି ଏପରି ହୀନ ରାଜନୀତି କରି ଫିତାକାଟି କି ବାହାବା ନେଉଛନ୍ତି। ସେଥିପାଇଁ ପାଲଲହଡାବାସୀଙ୍କୁ  ସମସ୍ତେ ଧକ୍କା ଦେଉଛନ୍ତି ବୋଲି ସେ କହିଛନ୍ତି। ସାଂସଦଙ୍କ କଥାକୁ ନା ପସନ୍ଦ କରି ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଛନ୍ତି। ବିଧାୟକ ଗୋଷ୍ଠୀ ସାଂସଦ ମହେଶ ସାହୁ ଡାଉନ ଡାଉନ ବୋଲି କହିବାରୁ ତୀବ୍ର ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ଅନୁଗୁଳ ଜିଲ୍ଲା ରାଜନୀତିକୁ ଉଷ୍ମ କରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି।