କରୋନା ଭାଇରସ୍‌: ଆଜି ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ଅଧିକ, ଦିନକରେ ୧୨୦୭୭ ଜଣ ଆରୋଗ୍ୟ

  ଭୁବନେଶ୍ୱର: କରୋନା ଆକ୍ରାନ୍ତ ତୁଳନାରେ ସୁସ୍ଥ ଅଧିକ । ରାଜ୍ୟରେ ଆଜି କୋଭିଡ-୧୯ରୁ ୧୨ହଜାର ୭୭ ଜଣ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୭ ଜଣ ସୁସ୍ଥ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୪ ହଜାର ୫୩୨କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୧୧୭୩୨ ଜଣ ସଂକ୍ରମିତ ଚିହ୍ନଟ […] The post କରୋନା ଭାଇରସ୍‌: ଆଜି ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ଅଧିକ, ଦିନକରେ ୧୨୦୭୭ ଜଣ ଆରୋଗ୍ୟ first appeared on Sambad.

କରୋନା ଭାଇରସ୍‌: ଆଜି ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ଅଧିକ, ଦିନକରେ ୧୨୦୭୭ ଜଣ ଆରୋଗ୍ୟ
  ଭୁବନେଶ୍ୱର: କରୋନା ଆକ୍ରାନ୍ତ ତୁଳନାରେ ସୁସ୍ଥ ଅଧିକ । ରାଜ୍ୟରେ ଆଜି କୋଭିଡ-୧୯ରୁ ୧୨ହଜାର ୭୭ ଜଣ ସୁସ୍ଥ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୭ ଜଣ ସୁସ୍ଥ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୪ ହଜାର ୫୩୨କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ, ଆଜି ରାଜ୍ୟରେ ୧୧୭୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।   Another 12077 Covid patients have recovered and are being discharged on 16.05.2021 2072 from Sundargarh 1611 from Khordha 916 from Cuttack 580 from Anugul 543 from Sambalpur 462 from Bargarh 453 from Puri 437 from Baleswar 435 from Bolangir 429 from Nabarangpur — H & FW Dept Odisha (@HFWOdisha) May 16, 2021 ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୧୬୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୯୧୬, ଅନୁଗୁଳରୁ ୫୮୦, ସମ୍ବଲପୁରରୁ ୫୪୩, ବରଗଡ଼ରୁ ୪୬୨, ପୁରୀରୁ ୪୫୩, ବାଲେଶ୍ୱରରୁ ୪୩୭, ବଲାଙ୍ଗୀରରୁ ୪୩୫, ନବରଂଗପୁରରରୁ ୪୨୯, ଝାରସୁଗୁଡ଼ାରୁ ୪୨୫, କଳାହାଣ୍ଡିରୁ ୩୮୨ ଓ ଭଦ୍ରକରୁ ୩୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।   425 from Jharsuguda 401 from Kalahandi 382 from Bhadrak 261 from Nuapada 218 from Ganjam 215 from Nayagarh 213 from Sonepur 210 from Keonjhar 176 from Rayagada 175 from Mayurbhanj 156 from Kendrapara 137 from Dhenkanal 136 from Deogarh 130 from Jagatsinghpur 118 from Koraput — H & FW Dept Odisha (@HFWOdisha) May 16, 2021 ସେହିଭଳି ନୂଆପଡ଼ା ଜିଲ୍ଲାରୁ ୨୬୧ ଜଣ, ଗଂଜାମରୁ ୨୧୮, ନୟାଗଡ଼ରୁ ୨୧୫, ସୁବର୍ଣ୍ଣପୁରରୁ ୨୧୩, କେନ୍ଦୁଝରରୁ ୨୧୦, ରାୟଗଡ଼ାରୁ ୧୭୬, ମୟୂରଭଂଜରୁ ୧୭୫, କେନ୍ଦ୍ରାପଡ଼ାରୁ ୧୫୬, ଢେଙ୍କାନାଳରୁ ୧୩୭, ଦେବଗଡ଼ରୁ ୧୩୬, ଜଗତସିଂହପୁରରୁ ୧୩୦, କୋରାପୁଟରୁ ୧୧୮, ଯାଜପୁରରୁ ୧୦୪, ଗଜପତିରୁ ୧୦୧, ବୌଦ୍ଧରୁ ୯୨, କନ୍ଧମାଳରୁ ୬୯, ମାଲକାନଗିରିରୁ ୬୩ ଓ ରାଜ୍ୟ ପୁଲରୁ ୩୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । The post କରୋନା ଭାଇରସ୍‌: ଆଜି ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ଅଧିକ, ଦିନକରେ ୧୨୦୭୭ ଜଣ ଆରୋଗ୍ୟ first appeared on Sambad.