କରୋନା ମାଡ଼ରେ ମାନ୍ୟୁଫାକ୍ଚରିଂ କ୍ଷେତ୍ର ଘାଇଲା,୩ ମାସ ପର୍ଯ୍ୟନ୍ତ ନିଯୁକ୍ତି ଠପ୍

ନୂଆଦିଲ୍ଲୀ  ୨୦।୭: କରୋନା ଲକଡାଉନ ଯୋଗୁ ଦେଶର ରୋଜଗାର ପରିଦୃଶ୍ୟରେ ଆସିଥିବା ପରିବର୍ତ୍ତନ ନିକଟ ଭବିଷ୍ୟତରେ ସୁଧୁରି ନପରେ। ଫେଡେରସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି (ଫିକ୍କି)ଙ୍କ ନୂଆ ସର୍ଭେକ୍ଷଣରୁ  ଏହା ଜଣାପଡିଛି। ଫିକ୍କି କରିଥିବା ସର୍ଭେକ୍ଷଣରେ ଦେଶର ମାନ୍ୟୁଫାକ୍ଚରିଂ କ୍ଷେତ୍ରରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ନୂତନ ନିଯୁକ୍ତିର ସମ୍ଭାବନା ନାହିଁ।  ଏଣୁ ଶ୍ରମିକଙ୍କ କର୍ମନିଯୁକ୍ତି ନେଇ ଥିବା ଆଶା ମଉଳି ଯାଇଛି। ତେବେ ଫିକ୍କିଙ୍କ ସର୍ଭେକ୍ଷଣରେ ସାମିଲ ୧୦ ପ୍ରତିଶତ […]

କରୋନା ମାଡ଼ରେ ମାନ୍ୟୁଫାକ୍ଚରିଂ କ୍ଷେତ୍ର ଘାଇଲା,୩ ମାସ ପର୍ଯ୍ୟନ୍ତ ନିଯୁକ୍ତି ଠପ୍
ନୂଆଦିଲ୍ଲୀ  ୨୦।୭: କରୋନା ଲକଡାଉନ ଯୋଗୁ ଦେଶର ରୋଜଗାର ପରିଦୃଶ୍ୟରେ ଆସିଥିବା ପରିବର୍ତ୍ତନ ନିକଟ ଭବିଷ୍ୟତରେ ସୁଧୁରି ନପରେ। ଫେଡେରସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରି (ଫିକ୍କି)ଙ୍କ ନୂଆ ସର୍ଭେକ୍ଷଣରୁ  ଏହା ଜଣାପଡିଛି। ଫିକ୍କି କରିଥିବା ସର୍ଭେକ୍ଷଣରେ ଦେଶର ମାନ୍ୟୁଫାକ୍ଚରିଂ କ୍ଷେତ୍ରରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ନୂତନ ନିଯୁକ୍ତିର ସମ୍ଭାବନା ନାହିଁ।  ଏଣୁ ଶ୍ରମିକଙ୍କ କର୍ମନିଯୁକ୍ତି ନେଇ ଥିବା ଆଶା ମଉଳି ଯାଇଛି। ତେବେ ଫିକ୍କିଙ୍କ ସର୍ଭେକ୍ଷଣରେ ସାମିଲ ୧୦ ପ୍ରତିଶତ ମାନ୍ୟୁଫାକ୍ଚରିଂ ସଂସ୍ଥା ୨୦୨୦-୨୧ ପ୍ରଥମ ତ୍ରୈମାସିକରେ ଉତ୍ପାଦନ ବୃଦ୍ଧି କରିଥିବା କହିଛନ୍ତି। ମାନ୍ୟୁଫାକ୍ଚରିଂ ସେକ୍ଟର ଦେଶରେ ରୋଜଗାର ଓ ନିଯୁକ୍ତିର ସବୁଠାରୁ ବଡ କ୍ଷେତ୍ର। ଏହି କ୍ଷେତ୍ରରେ ଫିକ୍କି ଏପ୍ରିଲରୁ ଜୁନ ପ୍ରଥମ ତ୍ରୈମାସିକର ଫଳାଫଳ ସର୍ଭେ କରିଥିଲେ। କ୍ଷେତ୍ରର ପ୍ରାୟ ୮୫ ପ୍ରତିଶତ ସଂସ୍ଥା ଆଗାମୀ ୩ ମାସ ପର୍ଯ୍ୟନ୍ତ ଅତିରିକ୍ତ ଶ୍ରମ ଶକ୍ତିର ନିଯୁକ୍ତିକୁ ଅସ୍ୱୀକାର କରିଦେଇଛନ୍ତି। ସର୍ଭେରୁ କ୍ଷେତ୍ର ଗୁରୁତର ପ୍ରଭାବିତ ହୋଇଥିବା ମଧ୍ୟ ଜଣାପଡିଛି। ମାତ୍ର ୧୦ ପ୍ରତିଶତ ମାନ୍ୟୁଫାକ୍ଚରର ସେମାନଙ୍କ ଉତ୍ପାଦନ ବୃଦ୍ଧି କରିଥିବା କହିଥିବା ବେଳେ ବାକି  ସଂସ୍ଥାଙ୍କ ମଧ୍ୟରୁ ଅନେକଙ୍କ ଉତ୍ପାଦନ ହୁଏତ ଠପ ରହିଛି ଅଥବା ହେଉଥିଲେ ବି ପୂର୍ଣ୍ଣମାତ୍ରାରେ କରିପାରୁନଥିବା ଜଣାପଡିଛି। ତେବେ ଯେଉଁ ମାନ୍ୟୁଫାକ୍ଚରରମାନେ ପ୍ରଥମ ତ୍ରୈମାସିକରେ ଉତ୍ପାଦନ ଅଭିବୃଦ୍ଧି କରିଛନ୍ତି ବୋଲି କହିଛନ୍ତି  ୨୦୧୯-୨୦ ଶେଷ ତ୍ରୈମାସିକରେ ସେମାନଙ୍କ ଉତ୍ପାଦନରେ ହ୍ରାସ ହୋଇଥିଲା।  ଫିକ୍କିଙ୍କ ଏହି ସର୍ଭେରେ ବଡ ଓ ଏମଏସଏମଇ କ୍ଷେତ୍ରର ୩୦୦ରୁ ଅଧିକ ସଂସ୍ଥାଙ୍କୁ ସାମିଲ କରାଯାଇଥିଲା। ଯେଉଁମାନେ ମିଳିତଭାବେ ବାର୍ଷିକ୨.୫ଲକ୍ଷ କୋଟି ଟଙ୍କା କାରବାର କରୁଥିଲେ। ଆଗାମୀ ଦିନରେ ନିବେଶ ମିଳିବାର ମଧ୍ୟ ସମ୍ଭାବନା କମ୍‌ ରହୁଛି। ଏଣୁ ମାତ୍ର ୨୨ ପ୍ରତିଶତ ସଂସ୍ଥା ଆଗାମୀ ୬ ମାସରେ ଉତ୍ପାଦନ କ୍ଷମତା ବଢାଇପାରିବେ ବୋଲି ଫିକ୍କିଙ୍କ ସର୍ଭେକ୍ଷଣରୁ ଜଣାପଡିଛି।