କାୟା ମେଲାଉଛି କରୋନା : ସ୍ଥିତି ଗମ୍ଭୀର , ପୁଣି ୨୭

ଅନୁଗୋଳ:-ଆଜି ଅନୁଗୋଳରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ ସଂଖ୍ୟା ପହଞ୍ଚିଲା ୨୨୮ ରେ । ଆଜି ଅନୁଗୋଳ ଜିଲ୍ଲାରୁ ଗୋଟିଏ ଦିନରେ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ତାଳଚେର ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୧୫ ଜଣ , ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୮ ଜଣ ଓ କିଶୋରନଗର ବ୍ଲକ୍ ଅଞ୍ଚଳରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ତାଳଚେର ବ୍ଲକ୍ ଅଞ୍ଚଳର ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ୬ ଜଣ ପୁରୁଷ ଯାହାଙ୍କର ବୟସ ୨୩ , ୨୪ , ୨୫ , ୨୮ , ୨୯ ଓ ୪୧ ବର୍ଷ ଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ରାଜସ୍ଥାନରୁ ଜଣେ ଆନ୍ଧ୍ରପ୍ରଦେଶରୁ , ଜଣେ ତେଲେଙ୍ଗାନାରୁ , ଜଣେ ଚେନ୍ନାଇ ଓ ଜଣେ ଝାରଖଣ୍ଡରୁ ଫେରି ସଙ୍ଗରୋଧରେ ଥିଲେ । ତାଳଚେର ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମରୁ ୩ ଜଣ ପୁରୁଷ , ୩ ଜଣ ମହିଳା ଓ ୨ ଜଣ ବାଳକ ପଜିଟିଭ ହୋଇଥିବାର ଜଣାପଡିଛି । ଏଥି ମଧ୍ୟରୁ ଗୋଟିଏ ପରିବାରର ୫ ଜଣ , ଅନ୍ୟ ଏକ ପରିବାରର ୨ ଜଣ ଓ ଜଣେ ସେହି ଗ୍ରାମର ବାସିନ୍ଦା ଅଟନ୍ତି । ପ୍ରଥମ ୫ ଜଣ ପରିବାରର ସଦସ୍ୟକ ମଧ୍ୟରେ ଜଣେ ପୁରୁଷଙ୍କ ବୟସ ୪୮ ବର୍ଷ ହୋଇଥିବା ବେଳେ ମହିଳା ୨ ଜଣଙ୍କ ବୟସ ୬୬ ଓ ୩୫ ଓ ବାଳକ ୨ ଜଣଙ୍କ ବୟସ ୫ ଓ ୧୦ ବର୍ଷ ଅଟେ । ୨ୟ ପରିବାରର ସ୍ଵାମୀ ଓ ସ୍ତ୍ରୀ ବୟସ ୫୩ ଓ ୫୨ ବର୍ଷ ହୋଇଥିବାବେଳେ ଆଉ ଜଣେ ସେହି ଗ୍ରାମର ବାସିନ୍ଦା ଯାହାଙ୍କ ବୟସ ୪୦ ବର୍ଷ ଅଟେ । ଏମାନେ ସମସ୍ତେ ତାଙ୍କ ଗ୍ରାମକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ , କଟକରୁ ଫେରିଥିବା ଜଣେ ଆକ୍ରାନ୍ତକ ସଂସ୍ପର୍ଶରେ ଆସିଥିଲେ । ସେହିପରି ତାଳଚେର ବ୍ଲକ୍ ଅଞ୍ଚଳର ଜଣେ ୫୭ ବର୍ଷ ବୟସର ସରକାରୀ କର୍ମଚାରୀ ଅନ୍ୟ ଆକ୍ରାନ୍ତ ସଂସ୍ପର୍ଶରେ ଆସି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ୍ ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ପଜିଟିଭ ଚିହ୍ନଟ ହୋଇଥିବା ୫ ଜଣକ ମଧ୍ୟରେ ୨ ଜଣ ପୁରୁଷ ଯାହାଙ୍କର ବୟସ ୨୫ ଓ ୩୦ ବର୍ଷ , ୨ ଜଣ ମହିଳାଙ୍କ ବୟସ ୨୩ ଓ ୨୮ ବର୍ଷ ଓ ଜଣେ ଶିଶୁ କନ୍ୟାଙ୍କ ବୟସ ୨ ବର୍ଷ ଅଟେ । ୨୫ ବର୍ଷିୟ ପୁରୁଷ ଆନ୍ଧ୍ରପ୍ରଦେଶରୁ ଫେରିଥିବାବେଳେ ୩୦ ବର୍ଷୀୟ ପୁରୁଷ ତାମିଲନାଡୁ , ୨୩ ବର୍ଷୀୟା ମହିଳା ତାମିଲନାଡୁ ଓ ୨ ବର୍ଷୀୟ ଶିଶୁ କନ୍ୟା ମଧ୍ୟ ତାମିଲନାଡୁରୁ ଫେରିଛନ୍ତି । ତାମିଲନାଡୁରୁ ଫେରିଥିବା ଏହି ୩ ଜଣ ଗୋଟିଏ ପରିବାରର ଅଟନ୍ତି । ସେହିପରି ଏହି ବ୍ଲକର ଅନ୍ୟ ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ଜଣେ ମହିଳା ଯାହାଙ୍କ ବୟସ ୨୨ ବର୍ଷ ଓ ସେ ଆନ୍ଧ୍ରପ୍ରଦେଶରୁ ଫେରି ସଙ୍ଗରୋଧରେ ଥିଲେ । ଏହି ବଅଁରପାଳ ବ୍ଲକ ଅଞ୍ଚଳର ଏକ ଗ୍ରାମର ୨ଜଣ ପୁରୁଷ ଯାହାଙ୍କ ବୟସ ୫୦ ଓ ୩୨ ବର୍ଷ ଅଟେ ସେମାନେ ଅନ୍ୟ ଆକ୍ରାନ୍ତ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । କିଶୋରନଗର ବ୍ଲକ୍ ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ୨ ଜଣ ପୁରୁଷ ଯାହାଙ୍କର ବୟସ ଯଥାକ୍ରମେ ୨୯ ବର୍ଷ ଓ ସେ ଗୁଜୁରାଟରୁ ଫେରିବା ବେଳେ ୩୦ ବର୍ଷ ବୟସ୍କ ପୁରୁଷ ଛତିଶଗଡରୁ ଫେରି ସଙ୍ଗରୋଧରେ ଥିଲେ । ସେହିପରି କିଶୋରନଗର ବ୍ଲକ୍ ଅଞ୍ଚଳର ଏକ ଗ୍ରାମରୁ ୨ ଜଣ ପୁରୁଷ ଯାହାଙ୍କର ବୟସ ୬୦ ଓ ୨୮ ବର୍ଷ ଅଟେ ଏମାନେ ଅନ୍ୟ ଆକ୍ରାନ୍ତ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ଏହି ୨୭ ଜଣ ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୮ରେ ପହଞ୍ଚିଲା । ସମସ୍ତ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତିମଧ୍ୟରେ ୧୦ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ଯାଇଛନ୍ତି । ପୂର୍ବରୁ ସୁସ୍ଥ ହୋଇଥିବା ୧୨୪କୁ ମିଶାଇ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୧୩୪ ରେ ପହଞ୍ଚିଲା ।