ଗୋଟିଏ ଦିନ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ କଲେଜ ଛାତ୍ରୀ, ଅଫିସରଙ୍କୁ ଦେଲେ ଏହି ନିର୍ଦ୍ଦେଶ…

ହରିଦ୍ୱାର, ୨୫/୧: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଗୋଟିଏ ଦିନ ପାଇଁ ଭାର ସମ୍ଭାଳିଛନ୍ତି ଜଣେ କଲେଜ୍ ଛାତ୍ରୀ । ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ଗତକାଲି ଏହି ଦାୟିତ୍ୱ ନେଇ ଦେଶରେ ବାଳିକାଙ୍କ ପ୍ରତି ଉଦାହରଣ ପାଲଟିଛନ୍ତି । ବିଧାନସଭା ଭବନରେ ରାଜ୍ୟ ମନ୍ତ୍ରୀ ଧନ ସିଂ ରାୱତ ତାଙ୍କର ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପଦରେ ରହି ସୃଷ୍ଟି ପାଖାପାଖି ୧୨ଟି ବିଭାଗର ଅଧିକାରୀଙ୍କ ସହିତ ବୈଠକ କରିଥିଲେ । ଏହି ବୈଠକରେ ସେ କେତେକ ଯୋଜନା ସମ୍ୱନ୍ଧରେ ଆଲୋଚନା କରିବା ସହିତ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ସୃଷ୍ଟି ଗୋସ୍ୱାମୀ ବିଧାନସଭା ଭବନରେ ଦ୍ୱିପ୍ରହର ୧୨ଟା ସମୟରୁ ୩ ଟା ପର୍ଯ୍ୟନ୍ତ ସମୀକ୍ଷା ବୈଠକ କରିଥିଲେ । ଏହାପରେ ସେ ବାଳିକା ନିକେତନ ଯାଇ ସେଠାକାର ପରିସ୍ଥିତିର ତଦାରଖ କରିବା ସହ ସେଠାରେ ଦିନବେଳାର ଭୋଜନ କରିଥିଲେ । ୪.୩୦ ସମୟରେ ସେ ହରିଦ୍ୱାର ଅଭିମୁଖେ ଯାଇଥିଲେ ।ଗୋଟିଏ ଦିନ ମୁଖ୍ୟମନ୍ତ୍ରୀ ହେବା ପାଇଁ ଉତ୍ତରାଖଣ୍ଡର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ସ୍ୱୀକୃତି ଦେଇଥିଲେ । ଜାତୀୟ ବାଳିକା ଦିବସରେ ରାଜ୍ୟର ବାଳିକାଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଏହି ପ୍ରୟାସ କରିଥିବା କହିଥିଲେ । ଯେଉଁଥିରେ ଲୋକଙ୍କ ପାଖକୁ ଏହି ମେସେଜ୍ ପହଞ୍ଚିବ ଯେ ରାଜ୍ୟର ବାଳିକାମାନେ କୌଣସି ଗୁଣରେ କମ୍ ନୁହନ୍ତି । ସେମାନେ କିଛି ବି କରିପାରନ୍ତି । ଏଥି ସହିତ ମହିଳାଙ୍କୁ ସପୋର୍ଟ କଲେ ସେମାନେ ଦେଶର ନାମ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ କହିଛନ୍ତି । ତେବେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ସୃଷ୍ଟି କହିଛନ୍ତି ଯେ, ସେ ଏହି ପଦରେ ରହି ଅଧିକାରୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ବାଳିକାଙ୍କ ଶିକ୍ଷା ଏବଂ ସୁରକ୍ଷାକୁ ନେଇ ସେ ତାଙ୍କର ମତ ଜାହିର କରିଛନ୍ତି । ଉଚ୍ଚ ଶିକ୍ଷା ମନ୍ତ୍ରୀ ଧନ୍ ସିଂ ଏହି କାର୍ଯ୍ୟ ପାଇଁ ସୃଷ୍ଟିଙ୍କୁ ଧନ୍ୟବାଦ ଦେଇଥିବା ଜଣାପଡ଼ିଛି ।