ଗଡ ବୁଢ଼ାପଙ୍କ ରେଳ ଷ୍ଟେସନ କୁ ରାସ୍ତା ର ଶିଳାନ୍ୟାସ

ଗଡ ବୁଢ଼ାପଙ୍କ ରେଳ ଷ୍ଟେସନ କୁ ରାସ୍ତା ର ଶିଳାନ୍ୟାସ ବହୁ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଥିବାରୁ ଗ୍ରାମବାସୀ ମୁହଁରେ ହସର ଲହରି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ରୁ ୧୪୯ନଂ ଜାତୀୟ ରାଜପଥ ସଂଯୋଗୀକରଣ ରାସ୍ତାର ଉନ୍ନତିକରଣ ଓ ରେଳ ଷ୍ଟେସନ କୁ ସଂଯୋଗୀକରଣ ନିମନ୍ତେ ନୂତନ ରାସ୍ତା ର ଶିଳାନ୍ୟାସ ହୋଇଯାଇଛି । ଏହି ରାସ୍ତା ପାଇଁ ଗ୍ରାମବାସୀ ବିଭିନ୍ନ ସମୟରେ କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ଉଦ୍ଦେଷ୍ୟରେ ଦାବି କରିଆସୁଥିଲେ। ଏହି ଦବୀର ଆଜି ରାଜ୍ୟସରକାର ଅନ୍ତ ଘଟାଇଥିବା ରୁ ଗ୍ରାମବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ବ୍ଲକ୍ ଚେୟାରମ୍ୟାନ ବିଜୟ କୁମାର ନାଥ,୨୭ନମ୍ବର ଜୋନ ଜିଲ୍ଲା ପରିଷଦ ଗୋପାଳ ଚନ୍ଦ୍ର ନାଏକ, ସମାଜସେବୀ ତଥା ବିଜେଡି ର ଯୁବନେତା ଅରୁନାଭ ସିଂହ, ବୁଢ଼ାପଙ୍କ ସରପଞ୍ଚ ଝିଲି ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ଅନୁଗୋଳ ରୁ ନିହାର ରଞ୍ଜନ ପଟ୍ଟନାୟକ

ଗଡ ବୁଢ଼ାପଙ୍କ ରେଳ ଷ୍ଟେସନ କୁ ରାସ୍ତା ର ଶିଳାନ୍ୟାସ