ଗୀତାରାଣୀ ଙ୍କ ପାଇଁ ସରକାରୀ ସହାୟତା ସାତ ସପନ

ଗୀତାରାଣୀ ଙ୍କ ପାଇଁ ସରକାରୀ ସହାୟତା ସାତ ସପନ ! ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ ଅନ୍ତର୍ଗତ ବଳରାମପ୍ରସାଦ ପଞ୍ଚାୟତ ଅଧିନସ୍ଥ ଆର୍ତ୍ତସାନ୍ତରା କାଟେଣୀ ଗାଁ ରେ ରହୁଥିବା ଗୀତାରାଣୀ ନାଏକ ର ଦୁଃଖ କାହାଣୀ କହିଲେ ନସରେ । ଯାହାର ସ୍ବାମୀ ଅନେକ ଦିନ ହେଲା ଚାଲି ଯାଇଛନ୍ତି ଆରପାରିକୁ। ଏକ ମାତ୍ର ଝିଅଟିଏ ଥିଲା ଯାହାକୁ ସେ ବିବାହ କରି ଦେଇଛନ୍ତି। ଏବେ ସେ ଏକା ନା ଆଗକୁ କିଏ ଅଛି ନା ପଛକୁ କିଏ। ସରକାରଙ୍କ ତରଫରୁ ରାସନ୍ କାର୍ଡ୍ ରେ ଯେଉଁ ୫ କିଲୋ ଚାଉଳ ପାଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ଭଳି । ସେତିକି ଚାଉଳରେ ଚଳିବା କେତେ କଷ୍ଟ ତାହା କେବଳ ଗୀତାରାଣୀ ହିଁ ଜାଣନ୍ତି । ଆବାସ ଘର ପାଇବା ସାତ ସପନ ହୋଇଛି ଗୀତାରାଣୀ ଙ୍କ ପାଇଁ,ସ୍ବାମୀ ମରିବାର ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଆଶ୍ରୟ ନେବାକୁ ଆବାସ ଘରଟିଏ ଏପର୍ଯ୍ୟନ୍ତ ମିଳି ପାରି ନାହିଁ ବୋଲି ଦୁଃଖର ସହ ଗୀତାରାଣୀ କହିଛନ୍ତି। ଆବାସ ଘର ଟିଏ ପାଇଁ ଏବଂ ଅନ୍ତୋଦୟ ଯୋଜନାରେ ସାମିଲ କରିବାକୁ ସମସ୍ତ ଙ୍କୁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗୀତାରାଣୀ କହିଛନ୍ତି। ବଡ଼ ଦୁର୍ଭାଗ୍ୟଜନକ ବିଷୟ କି ଯଉ ସମୟରେ ସେ ବିଶ୍ରାମ କରିବା କଥା ସେ ସମୟରେ ସେ ମୂଲ ମଜୁରୀ କରି ଚଳୁଛନ୍ତି । କଉଦିନ ମାଣେ ଆଣିଲେ ତ ଚୁଲି ଉପରକୁ ହାଣ୍ଡି ଯାଏ ନହେଲେ ସାରାଦିନ ଉପାସ ରହିବାକୁ ପଡ଼େ। ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରକୃତ ହିତାଧିକାରୀ ସରକାରଙ୍କ ଯୋଜନାରୁ ଯଦି ବଞ୍ଚିତ ତେବେ ସରକାରୀ ଯୋଜନା କାହା ପାଇଁ। ଗୀତାରାଣୀ ନାଏକ ଙ୍କ ର ଏହିପରି କରୁଣ ଦୃଶ୍ୟ ଦେଖିଲେ ଯେ କୌଣସି ଲୋକ ଆଖିରୁ ଅଶ୍ରୁ ବାହାରି ଆସିବ, ଏହି ଦୃଶ୍ୟ ହୃଦୟ ବିଦାରକ ହୋଇଥିଲେ ମଧ୍ୟ୍ୟ ଏଥିପ୍ରତି ପ୍ରଶାସନ ଓ ନେତାମାନଙ୍କର ନଜର ନାହିଁ । ତାଙ୍କ ଗୁହାରିକୁ କର୍ଣ୍ଣପାତ କରୁନଥିବା‌ କଥା କୁ ନେଇ ଗୀତାରାଣୀ ନାଏକ ଅସନ୍ତୋଷ ପ୍ରକାଶ କରିବା ସହ ଆବାସ ଘର ଟିଏ ଯୋଗାଇଦେବା ସହ ତାଙ୍କୁ ଅନ୍ତୋଦୟ ଯୋଜନାରେ ସାମିଲ କରିବାକୁ କୋହଭରା କଣ୍ଠରେ ସରକାରଙ୍କୁ ସେ ଆକୁଳ ନିବେଦନ କରିଛନ୍ତି। ଏହି ନୀରିହ ଅସହାୟ ମହିଳାଙ୍କୁ ଆବାସ ଘର ଟିଏ ଯୋଗାଇଦେବା ସହ ଅନ୍ତୋଦୟ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି । ହିନ୍ଦୋଳ ରୁ ଦୀପକ ନାଏକଙ୍କ ରିପୋର୍ଟ Dreams rider.

ଗୀତାରାଣୀ ଙ୍କ ପାଇଁ ସରକାରୀ ସହାୟତା ସାତ ସପନ