ଚିନି ପାଇଁ ଡହଳବିକଳ ପାକିସ୍ତାନ! ଲୋକେ ଲଗାଉଛନ୍ତି ଲମ୍ବା ଲାଇନ୍‌, ଜାଣନ୍ତୁ ଦାମ୍‌?

କରାଚୀ: କରୋନା କାଳ ମଧ୍ୟରେ ପାକିସ୍ତାନର ଅବସ୍ଥା ଆହୁରୀ ଶୋଚନୀୟ ହେବାରେ ଲାଗିଛି । ଅଟା, ପରିବା ପରେ ଏବେ ପାକିସ୍ତାନରେ ଚିନିର ଅଭାବ ଦେଖିବାକୁ ମିଳିଛି, ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରିସ୍ଥିତି ଏପରି ବିଗିଡିଛି ଯେ, ଲୋକମାନେ ଚିନି କିଣିବାକୁ ଲମ୍ବା ଧାଡି ଲଗାଇ ଠିଆ ହୋଇଛନ୍ତି । ଜଣେ ବ୍ୟକ୍ତି ଚିନି କିଣିବା ପରେ ଯେଭଳି ସେ ପୁଣି ଚିନି କିଣି କଳାବଜାରୀ କରିପାରିବେ ନାହିଁ ସେଥିପାଇଁ […] The post ଚିନି ପାଇଁ ଡହଳବିକଳ ପାକିସ୍ତାନ! ଲୋକେ ଲଗାଉଛନ୍ତି ଲମ୍ବା ଲାଇନ୍‌, ଜାଣନ୍ତୁ ଦାମ୍‌? appeared first on Odisha Bhaskar.

ଚିନି ପାଇଁ ଡହଳବିକଳ ପାକିସ୍ତାନ! ଲୋକେ ଲଗାଉଛନ୍ତି ଲମ୍ବା ଲାଇନ୍‌, ଜାଣନ୍ତୁ ଦାମ୍‌?
କରାଚୀ: କରୋନା କାଳ ମଧ୍ୟରେ ପାକିସ୍ତାନର ଅବସ୍ଥା ଆହୁରୀ ଶୋଚନୀୟ ହେବାରେ ଲାଗିଛି । ଅଟା, ପରିବା ପରେ ଏବେ ପାକିସ୍ତାନରେ ଚିନିର ଅଭାବ ଦେଖିବାକୁ ମିଳିଛି, ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରିସ୍ଥିତି ଏପରି ବିଗିଡିଛି ଯେ, ଲୋକମାନେ ଚିନି କିଣିବାକୁ ଲମ୍ବା ଧାଡି ଲଗାଇ ଠିଆ ହୋଇଛନ୍ତି । ଜଣେ ବ୍ୟକ୍ତି ଚିନି କିଣିବା ପରେ ଯେଭଳି ସେ ପୁଣି ଚିନି କିଣି କଳାବଜାରୀ କରିପାରିବେ ନାହିଁ ସେଥିପାଇଁ ତାଙ୍କ ହାତରେ କଳା ଚିହ୍ନ ମଧ୍ୟ ଲଗାଯାଉଛି । People queued up to buy sugar. An indelible ink mark on the thumb of every buyer is being put after the purchase. The true face of jaali government can be seen in this picture. pic.twitter.com/VjGk2PGMtE — Maryam Nawaz Sharif (@MaryamNSharif) April 17, 2021 ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ନିଜର ପଦ ବଞ୍ଚାଇବାକୁ ଯାଇ ଭାରତରୁ ଚିନି ଏବଂ କପା କିଣିବାକୁ ମନା କରିଦେଇଥିଲେ, କିନ୍ତୁ ପାକିସ୍ତାନୀ ଲୋକଙ୍କୁ ଏବେ ଏଥିପାଇଁ ଅଧିକ ମୂଲ୍ୟ ଦେବାକୁ ପଡୁଛି । ଆଉ ଭାରତରେ ଯେଭଳି ଭୋଟ୍ ଦେବା ପରେ କଳା ଚିହ୍ନ ଲଗାଯାଇଥାଏ, ବର୍ତ୍ତମାନ ଚିନି କିଣିବାକୁ ଆସୁଥିବା ବ୍ୟକ୍ତିଙ୍କ ହାତରେ ମଧ୍ୟ କଳା ଚିହ୍ନ ଲଗାଯାଉଛି । ପାକିସ୍ତାନରେ ଏବେ ରମଜାନ ମାସ ଚାଲିଛି, ଏଭଳି ପରିସ୍ଥିତିରେ ଚିନିର ଆବଶ୍ୟକତା ଆହୁରି ବଢିଚାଲିଛି । ପାକିସ୍ତାନରେ ଚିନି ମୂଲ୍ୟ ଆକାଶଛୁଆଁ ହୋଇଥିବାବେଳେ ଏବେ ମୂଲ୍ୟ କିଲୋଗ୍ରାମ ପିଛା ୧୨୦ ଟଙ୍କାରୁ ୧୫୦ ଟଙ୍କା ମଧ୍ୟରେ ରହିଛି । The post ଚିନି ପାଇଁ ଡହଳବିକଳ ପାକିସ୍ତାନ! ଲୋକେ ଲଗାଉଛନ୍ତି ଲମ୍ବା ଲାଇନ୍‌, ଜାଣନ୍ତୁ ଦାମ୍‌? appeared first on Odisha Bhaskar.