ଛତୁ ଫୁଟିଲା ପରି ସାମ୍ବାଦିକ

ଛତୁ ଫୁଟିଲା ପରି ସାମ୍ବାଦିକ ଏବେ ଛତୁ ଫୁଟିଲା ଭଳି ସବୁ ସହରର ଗଳି କନ୍ଧିରେ ଗୋଟେ ଗୋଟେ ଖବର କାଗଜ ସାଙ୍ଗକୁ ଆଉ ଗୋଟେ ଗୋଟେ ଚ୍ୟାନେଲ ଖୋଲା ଯାଉଛି | ଯେଉଁଠି ସାମ୍ବାଦିକତାକୁ ନିଶା ବୋଲି କୁହାଯାଏ ସେଠି ବର୍ତ୍ତମାନ ସାମ୍ବାଦିକତାକୁ ପେସାରେ ପରିଣତ କରାଯାଉଛି | ଏବଂ ସାମ୍ବାଦିକତା କରୁଥିବା ଛାତ୍ରଛାତ୍ରୀ ମାନେ ସେମାନେ ସେମାଙ୍କର ଯୋଗ୍ୟତା ହରାଇ ସେହି ଗାଁର ବଣ ମଲ୍ଲୀ ଭଳି ଘରେ ପଡିରହୁଛନ୍ତି ଆଉ ଗୋଟେ ସାମ୍ବାଦିକତା ନ କରିଥିବା ପିଲା ଆସି ସେ ସାମ୍ବାଦିକତା କଣ ବୋଲି ଗୋଟେ ସାମ୍ବାଦିକତା ପିଲାକୁ ପଚାରୁଛି | ଏହା କହିବାର ମାନେ ହେଲା ସାମ୍ବାଦିକତା ନ କରୁଥିବା ପିଲା ପାଇଁ ଏଠି ଚାକିରୀ ଅଛି କିନ୍ତୁ ଗୋଟେ ସାମ୍ବାଦିକତା କରୁଥିବା ପିଲା ପାଇଁ ଚାକିରୀ ନାହିଁ | ଏଠି ଆମେ କାହାକୁ ଦାୟୀ କରିବା ସରକାରଙ୍କୁ ନା ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମକୁ | ତେବେ ଏହି କଥା ମଧ୍ୟ ସମସ୍ତେ ମନେ ରଖିବା ଉଚିତ ଯେ ଲୋକଙ୍କ ପାଇଁ ସରକାର ଗଠନ ହୁଏ ଆଉ ସରକାରଙ୍କ ପାଇଁ ଲୋକ ନୁହେଁ | ଏବଂ ଯେତେବେଳେ ଗୋଟେ ସାମ୍ବାଦିକ ଲୋକଙ୍କ ସମସ୍ୟା ନେଇ ସରକାରଙ୍କ ପାଖରେ ପହଁଚାଏ ସେ ଗୋଟେ ଶିକ୍ଷିତ ବ୍ୟକ୍ତିବିଶେଷ ହୋଇଥାଏ ସେ ସବୁ ଶିକ୍ଷାରେ ପରିପୂର୍ଣ୍ଣ ଥାଏ | ଯଦି ଆମେ ମାନେ ଗୋଟେ ପିଲା ଆଇନ କାନୁନ ଜାଣିନଥିବ ତାକୁ ଆଇନ ବିଷୟରେ ଶୁଣେଇଲେ କି ଲାଭ | ନା ସେ କାହା ଆଗରେ କିଛି କହି ପାରିବ ନା ସରକାରଙ୍କୁ ଲୋକଙ୍କ ସମସ୍ୟା ଜଣେଇ ପାରିବ | ବର୍ତ୍ତମାନ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକତା କରୁଥିବା ପିଲାମାନଙ୍କ ପାଇଁ କୌଣସି ସୁବିଧା ନାହିଁ | ଏବଂ ସେମାନଙ୍କର ଅଭିଜ୍ଞତା ଥାଇ ମଧ୍ୟ ସେମାନେ ସେମାନଙ୍କ ଅଭିଜ୍ଞତାକୁ ତାଙ୍କ ମନରେ ରଖିଦେଉଛନ୍ତି | ଲୋକମାନେ କୁହନ୍ତି ସରକାରୀ ଚାକିରୀ କରେ ପଛକେ କିନ୍ତୁ ଏହି ସାମ୍ବାଦିକତା କରେ ନାହିଁ ଏବଂ ପିଲାର ସ୍ୱପ୍ନ ଥାଏ ଗୋଟେ ଭଲ ସାମ୍ବାଦିକ ହେବ ଟିଭିରେ ବାହାରିବ ଆଉ ଯେତେବେଳେ ସେ ତାର ପଢ଼ା ଶେଷ କରେ ସେତେବେଳେ ସେ ବୁଝେ ମୁଁ କାହିଁକି ସାମ୍ବାଦିକତା କଲି | ଦିନଥିଲା ସାମ୍ବାଦିକ ନାଁ ଶୁଣିଲେ ଭୟରେ ଥରୁଥିଲେ କାଳେ ଆମେ କିଛି ଭୁଲ କଲେ ଏ ଆମର ଖବର କାଗଜରେ ବାହାର କରିଦେବ କିନ୍ତୁ ଏବେ ସେ ଭୟ ମଧ୍ୟ କାହା ମନରେ ନାହିଁ କାରଣ ଆଜିକାଲି ସବୁ ଘରେ ଘରେ ଗୋଟେ ଗୋଟେ ସାମ୍ବାଦିକ ବାହାରିଲେଣି | ଯାହାର ଯେତେ ଅଧିକ ପଇସା ତାର ଗୋଟେ ଚ୍ୟାନେଲ ତେଣିକି ସେ ସାମ୍ବାଦିକତା କରୁ କି ନ କରୁ ତାର ପଇସା ଅଛି ମାନେ ସେ ଜଣେ ଭଲ ସାମ୍ବାଦିକ | ଧୀରେ ଧୀରେ ଖବର କାଗଜ ସଂଖ୍ୟା ଯେତେ ବଢୁଛି ସେଠି ଅନେକ ଗୁଜବ ପ୍ରଚାରକୁ ମଧ୍ୟ ସ୍ଥାନ ଦିଆ ଯାଉଛି କାରଣ ଆଜିର ସମାଜରେ ଯିଏ ଯେତେ ଗୁଜବ ପ୍ରଚାର କରିବ ସେ ସେତେ ଭଲ ସାମ୍ବାଦିକ ହୋଇ ରହିବ | ଏବଂ ଏହା ଏବେ ପ୍ରତିଯୋଗିତା ମୂଳକ ଟିଆରପି ଓ ଶ୍ରେଷ୍ଠ ସ୍ଥାନ ନେବା ନିଶାରେ ଏବଂ ତଥ୍ୟ ମୂଳକ ଖବର ପ୍ରକାଶ କରାନଯାଇ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଚଞ୍ଚଲ୍ୟକର ଖବର ପ୍ରକାଶ କରାଯାଉଛି | ସମ୍ବାଦ ଓ ସାମ୍ବାଦିକତା ଦୁହେଁ ଅଙ୍ଗାଅଙ୍ଗୀ ଭାବରେ ଜଟିତ | ଯାହା ଦ୍ୱାରା ଘରେ ହେଉ ବା ଯେକୌଣସି ବିଶେଷ ସ୍ଥାନରେ ଥିଲେ ମଧ୍ୟ ପାଠକ ଏବଂ ଦର୍ଶକ ଉପଯୁକ୍ତ ଖବର ପାଇପାରିବେ | ଉପଯୁକ୍ତ ଖବର ପାଇବାକୁ ହେଲେ ଲୋକମାନେ ଆଉ ଟିଭିକୁ ଅନେଇ ରହୁନାହାନ୍ତି କି ଖବର କାଗଜକୁ ଏବେ ସବୁ ମୋବାଇଲ ମାଧ୍ୟମରେ ହିଁ ସବୁ ଖବର ଫଟାଫଟ ପାଇଯାଉଛନ୍ତି | ହେଲେ ସେହି ସବୁ ଖବର ଯେ କେତେ ସତ୍ୟାସତ୍ୟ ତାକୁ ଆମେ ଦେଖୁ ଦେଖୁ ଜାଣିଦେଇଥାଉ | ସତ ଜାଣିଲେ ବି ସମସ୍ତଙ୍କ ପାଟି ଚୁପ ବୋଧହୁଏ ଲୋକମାନେ ଭାବନ୍ତି ବର୍ତ୍ତମାନର ସାମ୍ବାଦିକ ସବୁ ଠିକ ଲେଖୁଛନ୍ତି ଯେମିତି ଆଗରୁ ଖବର ପରିବେଷଣ ହୁଏ | ହେଲେ କିଏ ପ୍ରତିବାଦ କରୁଛି ଯାହାକୁ ସେ ଧଳା ଭାବୁଛି ସେ ହିଁ କଳା | ବର୍ତ୍ତମାନର ସାମ୍ବାଦିକ କଳାକୁ ଧଳା | ଧଳାକୁ କଳା କରିବାରେ ଓସ୍ତାଦ | ସମାଜର ସାଂସ୍କୃତିକ, ଆବେଗାତ୍ମକ, ରାଜନୀତିକ, ଆର୍ଥିକ ଦିଗ ପ୍ରତି ଗଣତନ୍ତ୍ର, ଗଣମାଧ୍ୟମ ଉପରେ ବିଶେଷ ପ୍ରଭାବ ପକାଉଛି | ଏବଂ ଯେଉଁ କଲମରେ ସତକୁ ସମସ୍ତଙ୍କ ସାମ୍ନାକୁ ଆଣିବା କଥା ଆଜିର ଦିନରେ ସେହି କଲମରେ ମିଛକୁ ବେଶି ପ୍ରୋତ୍ସାହନ ଦିଆ ଯାଉଛି | ସେଥିପାଇଁ ଅନେକ ସମୟରେ କିଛି ସାମ୍ବାଦିକ ମାଡ଼ ବି ଖାଉଛନ୍ତି କାରଣ ଏମାନେ ଅସଲ ସାମ୍ବାଦିକ ନୁହେଁ | ଏମାନେ ମଧ୍ୟ ସାମ୍ବାଦିକତା ପାଠ ପଢି ନାହାନ୍ତି ସେଥିପାଇଁ ଆଇନ କାନୁନ ବାହାରେ ମିଛକୁ ଆଶ୍ରୟ ଦେଇ ନିଜ ଜୀବନକୁ ବାଜି ଲଗଉଛନ୍ତି | ଯେତେବେଳେ ଗୋଟେ ଉତ୍ତମ ସାମ୍ବାଦିକ ଖବର ପରିବେଷଣ କରନ୍ତି ସେ ସେତେବେଳେ ସବୁ ଦିଗକୁ ଅନୁଧ୍ୟାନ କରି ଖବର ପ୍ରସାରଣ କରନ୍ତି | ଏବଂ ଯଦି ଖବର ସତ୍ୟାସତ୍ୟ ନଜାଣି ଖବର ପରିବେଷଣ କରିବ ତାହାଲେ ଆ କୁରାଢ଼ୀ ଗୋଡ଼ରେ ମାରେ ସଦୃଶ ହୋଇଯିବ | ତେବେ ଏହି ସାମ୍ବାଦିକତା କ୍ଷେତ୍ରରେ ଯେଉଁ ପିଲା ପାଠପଢି ଘରେ ରହିଯାଇଛନ୍ତି ସେମାନଙ୍କୁ ମଧ୍ୟ ସୁଯୋଗ ଦିଆଯାଉ | ଆଜିବି କିଛି ୱେବ ମିଡ଼ିଆରେ ସପ୍ତମ, ଅଷ୍ଟମ, ନବମ, ଦଶମ ଛୁଆ ଆସି କାମ କରୁଛନ୍ତି ଏବଂ ନିଜକୁ ବଡ଼ ବଡ଼ ସାମ୍ବାଦିକ ଭାବି ସେମାନେ କିଭଳି ଖବର ପ୍ରସାରଣ କରନ୍ତି ତାହା ଆମ ସମସ୍ତଙ୍କୁ ଜଣା | ତେବେ ସବୁ ଜାଣି ଶୁଣି ଚୁପ ରହିବା ଭୁଲ | ଯୁବ ସାମ୍ବାଦିକା ଦିପ୍ତିମୟୀ ନାୟକ

ଛତୁ ଫୁଟିଲା ପରି ସାମ୍ବାଦିକ