ଜଟିଳ ହେବାରେ ଲାଗିଛି ଭୁବନେଶ୍ଵରରେ କରୋନା ସ୍ଥିତି, ଆଜି ୧୩୫୩ ପଜିଟିଭ୍ ଚିହ୍ନଟ, ପଟିଆରୁ ସର୍ବାଧିକ କେସ୍

ଭୁବନେଶ୍ଵର ୧୬।୦୫: ରାଜ୍ୟରେ କରୋନାର ଦ୍ଵିତୀୟ ଲହରର ପ୍ରକୋପ ଥମିବାର ନାଁ ଧରୁନାହିଁ। ବିଶେଷ କରି ରାଜଧାନୀ ଭୁବନେଶ୍ଵର କରୋନାର ହଟ୍‌ସ୍ପଟ୍ ପାଲଟିଛି। ଦୈନିକ ହଜାରେରୁ ଅଧିକ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହି କ୍ରମରେ ରବିବାର ଭୁବନେଶ୍ଵରରୁ ୧୩୫୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୬୧,୬୩୪କୁ ବୃଦ୍ଧି ଘଟିଛି। ଅନ୍ୟପଟେ ୯୩୮ ଜଣ ସୁସ୍ଥ ହୋଇଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛି। Update on newly detected #COVID19 cases in the last 24 hrs under the BMC area on 16th May (till 9am). pic.twitter.com/s902PUbCcY— BMC (@bmcbbsr) May 16, 2021 ବିଏମସି ଅନୁଯାୟୀ ୧୩୫୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୩୫ ଜଣ ସ୍ଥାନୀୟ ସଂକ୍ରମଣ। ଏଥିରୁ ପଟିଆରୁ ସର୍ବାଧିକ ୧୦୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ନୟାପଲ୍ଲୀରୁ ୭୮, ପୁରୁଣା ଭୁବନେଶ୍ଵରରୁ ୫୯, ଖଣ୍ଡଗିରି, ଡୁମଡୁମା, ଲକ୍ଷ୍ମୀସାଗରରୁ ୪୫ ଲେଖାଏଁ, ରସୁଲଗଡ ଓ ଝାରପଡାରୁ ୩୭, ସହିଦନଗରରୁ ୩୬, ଚନ୍ଦ୍ରଶେଖରପୁରରୁ ୩୦, ବରମୁଣ୍ଡା ୨୮, ନିଳାଦ୍ରୀବିହାର ୨୫, ୟୁନିଟ୍-୫ରୁ ୨୫, ଜୟଦେବବିହାରରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ପରି ଆଜି ଭୁବନେଶ୍ଵରୁ ୯୩୮ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ୪୯୨୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ଟିଭ୍ କେସ୍ ସଂଖ୍ୟା ୧୨୯୦୬ ରହିଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୩କୁ ବୃଦ୍ଧି ଘଟିଛି।