ଜରାସିଂହା ପଞ୍ଚାୟତ ୪ ଦିନ ସଟ୍‌ଡାଉନ୍

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତଥା ବଅଁରପାଳ ବ୍ଲକ୍‌ ଜରାସିଂହା ଗ୍ରାମ ପଞ୍ଚାୟତକୁ ୪ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ପଞ୍ଚାୟତ ଇଲାକାରେ କରୋନା ସଂକ୍ରମିତଙ୍କ ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିରେ ରଖି ବୁଧବାର ସକାଳ ୫ଟା ଠାରୁ ଶନିବାର ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି। ସମସ୍ତ ଦୋକାନ ଓ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଔଷଧ ଦୋକାନ, ପଞ୍ଜିକୃତ ହୋଟେଲ, ଜରୁରୀ ସେବା ଆଦି ଜାରି […]

ଜରାସିଂହା ପଞ୍ଚାୟତ ୪ ଦିନ ସଟ୍‌ଡାଉନ୍
ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତଥା ବଅଁରପାଳ ବ୍ଲକ୍‌ ଜରାସିଂହା ଗ୍ରାମ ପଞ୍ଚାୟତକୁ ୪ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ପଞ୍ଚାୟତ ଇଲାକାରେ କରୋନା ସଂକ୍ରମିତଙ୍କ ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିରେ ରଖି ବୁଧବାର ସକାଳ ୫ଟା ଠାରୁ ଶନିବାର ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି। ସମସ୍ତ ଦୋକାନ ଓ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଔଷଧ ଦୋକାନ, ପଞ୍ଜିକୃତ ହୋଟେଲ, ଜରୁରୀ ସେବା ଆଦି ଜାରି ରହିବ ବୋଲି କୁହାଯାଇଛି। ପ୍ରଶାସନର ନିଷ୍ପତ୍ତିକ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସଟ୍ଡ଼ାଉନ ନିୟମ ଭଙ୍ଗ କଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ସରପଞ୍ଚ ଜଣାଇଛନ୍ତି।