ଜି-୨୦ରେ ପିଏମ ଟ୍ରୁଡୋ ଏବଂ ରାଷ୍ଟ୍ରପତି ଜିନପିଙ୍ଗ ମଧ୍ୟରେ କଥା କଟାକଟି, ଦେଖନ୍ତୁ ହଟ୍-ଟକ୍‌ର ଭିଡିଓ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଜି-୨୦ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଡ୍ରୁଡୋ ଏବଂ ଚୀନ ରାଷ୍ଟ୍ରପତ ସି ଜିନପିଙ୍ଗଙ୍କ ମଧ୍ୟରେ କଥା କଟାକଟି ହୋଇଛି । ହଟ୍-ଟକ୍‌ର ଏହି ଘଟଣା କ୍ୟାମେରାରେ କଏଦ ହୋଇଛି । ଖବର ଅନୁସାରେ, ଦୁଇ ବିଶ୍ୱ ନେତା ନଭେମ୍ୱର ୧୫ରେ ସାକ୍ଷାତ କରିଥିଲେ । ଏହି ସମୟରେ ଦୁଇଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ବିଷୟ ମିଡିଆକୁ ଆସିବା ନେଇ ଜିନପିଙ୍ଗ ରାଗି ଯାଇଥିଲେ । ଏହାପରେ ଗୋଟିଏ ଅଧିବେଶନ ଟ୍ରୁଡୋଙ୍କୁ ଭେଟିବା କ୍ଷଣି ଜିନପିଙ୍ଗ ନିଜ ଅସନ୍ତୋଷ ଝାଡିଥିଲେ । ସି କହିଥିଲେ, ମିଡିଆକୁ ସବୁ ସୂଚନା ଦେବା ଠିକ୍ ନୁହେଁ । ରିପୋର୍ଟ ଅନୁସାରେ ଜିନପିଙ୍ଗ କହିଛନ୍ତି, ଦୁହିଁଙ୍କ ମଧ୍ୟର ଆଲୋଚନାର ବିଷୟ କାନାଡା ପିଏମଓ ଗଣମାଧ୍ୟମକୁ ଜଣାଇଛି । ଏହା ଠିକ୍ ନୁହେଁ । ଯେଉଁପରି ଭାବେ ଏହି ଆଲୋଚନା ହୋଇଛି ତାହା ମଧ୍ୟ ଠିକ୍ ନୁହେଁ । ଏହାସହ କାନାଡା ପିଏମକୁ ଚେତାବନୀ ଦେଇ ଏହାର ପରିମାଣ ଭୋଗିବା ପାଇଁ ପ୍ରସ୍ତୁତ ରହିବାକୁ ଜିନପିଙ୍ଗ କହିଛନ୍ତି । The Cdn Pool cam captured a tough talk between Chinese President Xi & PM Trudeau at the G20 today. In it, Xi express his displeasure that everything discussed yesterday “has been leaked to the paper(s), that’s not appropriate… & that’s not the way the conversation was conducted” pic.twitter.com/Hres3vwf4Q— Annie Bergeron-Oliver (@AnnieClaireBO) November 16, 2022 ଉଲ୍ଲେଯୋଗ୍ୟ ଯେ, ଏହା ପୂର୍ବରୁ ନଭେମ୍ୱର ୧୫ରେ ଦୁଇ ବିଶ୍ୱ ନେତାଙ୍କ ମଧ୍ୟରେ ବୈଠକ ହୋଇଥିଲା । ଏହି ସମୟରେ ଟ୍ରୁଡୋ ଚୀନ ରାଷ୍ଟ୍ରପତିଙ୍କୁ ସ୍ପଷ୍ଟ କରି କହିଥିଲେ ଯେ,କାନାଡାର ରାଜନୀତିରେ ଚୀନ ହସ୍ତକ୍ଷେପ କରୁଥିବାର ଗମ୍ଭୀର ଅଭିଯୋଗ ରହିଛି। ଏବା ଠିକ୍ ନୁହେଁ। ଏହା ପୂର୍ବରୁ କାନାଡାର ୨୦୧୯ ନିର୍ବାଚନରେ ଚୀନ ଦଖଲ ଦେଉଥିବା ଅଭିଯୋଗ ଆସିଥିଲା।