ଡାକ୍ତରଖାନାକୁ ଆସୁନାହାନ୍ତି ଡାକ୍ତର; ଘଣ୍ଟା ଘଣ୍ଟା ଅପେକ୍ଷା କରି ଫେରୁଛନ୍ତି ରୋଗୀ

ଫୁଲବାଣୀ ୦୬/୧୧: ସରକାର ଗାଁଗୁଡ଼ିକରେ ଲୋକମାନଙ୍କୁ ସହଜରେ ସ୍ଵାସ୍ଥ୍ୟସେବା ଦେବା ପାଇଁ ସେଠାରେ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିଛନ୍ତି। ସେଠାରେ ବହୁ ଡାକ୍ତର ମଧ୍ୟ ନିଯୁକ୍ତି ପାଉଛନ୍ତି। କିନ୍ତୁ ଡାକ୍ତରଖାନାକୁ ଡାକ୍ତରମାନେ ନିଜ ଇଚ୍ଛାରେ ଆସି ପଳାଉଥିବା ଗାଁ ଲୋକମାନେ ଅଭିଯୋଗ କରିଛନ୍ତି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ବାରମ୍ୱାର ଅଭିଯୋଗ ପରେ ମଧ୍ୟ ସୁଫଳ ମିଳିନାହିଁ। ଡାକ୍ତରଙ୍କୁ ଓ ଫାର୍ମାଶିଷ୍ଟଙ୍କୁ ଅପେକ୍ଷା କରି ରୋଗୀ ନିରାଶ ହୋଇ ଫେରୁଛନ୍ତି। ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏପରି ବିକଳ ଚିତ୍ର କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଳକ ଜିଜୁବାଡି ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ଝିଅକୁ ଜ୍ଵର ପୀଡ଼ିତ ଥିବାରୁ ରୁପଜିନି ପ୍ରଧାନ ୫ ବର୍ଷର ଝିଅକୁ ଧରି ଗାଁ ଡାକ୍ତରଖାନାକୁ ଆସିଥିଲେ। ଡାକ୍ତର ଆସି ଚିକିତ୍ସା କରିବା ଆଶାରେ ସେ ବହୁ ସମୟ ଜରୁଆ ଝିଅକୁ ଧରି ଡାକ୍ତରଙ୍କୁ ଅପେକ୍ଷା କରିଥିଲେ। କିନ୍ତୁ ଡାକ୍ତର ଆସିନଥିଲେ। ସେହିପରି ସଞ୍ଜୟ ପ୍ରଧାନ ମଧ୍ୟ ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିଲେ। ତାଙ୍କୁ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ପଡ଼ିଥିଲା। କେବଳ ସେତିକି ନୁହନ୍ତି ଆଖପାଖ ଅଞ୍ଚଳର ୧୫ରୁ ୨୦ଜଣ ରୋଗୀ ଡାକ୍ତରଙ୍କ ମନମାନି ପାଇଁ ରବିବାର ସକାଳେ  ଚିକିତ୍ସା ସେବାରୁ ବଞ୍ଚିତ ହୋଇଛନ୍ତି। ଡାକ୍ତରଙ୍କ ଏପରି ଖାମଖିଆଲି ଏବଂ ମନମାନି ପାଇଁ ସାଧାରଣ ରୋଗୀ ମାନେ ହନ୍ତସନ୍ତ ହେଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି।   ଅନ୍ୟପଟେ ଏହା କେବଳ ଗୋଟିଏ ଡାକ୍ତରଖାନା ନୁହେଁ ଜିଲ୍ଲାର ଅନେକ ଡ଼ାକ୍ତରଖାନାରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ମଧ୍ୟ ଯୋଗାଯୋଗ କଲେ କୌଣସି ପ୍ରତିକ୍ରିୟା ମିଳିନାହିଁ। ସେଥିପାଇଁ ସ୍ଵାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି।