ତୃତୀୟଲିଙ୍ଗୀ ଗୋଷ୍ଟିଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ପଣସରୁ ପ୍ରସ୍ତୁତ ଚିପ୍ସ ତାଲିମ କାର୍ଯ୍ୟକ୍ରମ

*ତୃତୀୟଲିଙ୍ଗୀ ଗୋଷ୍ଟିଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ପଣସରୁ ପ୍ରସ୍ତୁତ ଚିପ୍ସ ତାଲିମ କାର୍ଯ୍ୟକ୍ରମ ।* ସମାଜରେ ସମ୍ମାନସହ ବଞ୍ଚିବା ସହିତ ସ୍ୱାଭିମାନ ର ସହ ଆର୍ଥିକ ରୋଜଗାର କରିବା ସମସ୍ତଙ୍କର ଅଧିକାର ରହିଛି ସେଥିମଧ୍ୟରୁ ରୁ କିନ୍ନରମାନେ ହେଉଛନ୍ତି ଅନ୍ୟତମ । ସ୍ବେଚ୍ଛାସେବୀ ସଂଗଠନ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନ, ତାଳଚେର ,ରୁରାଲ ଡେଭେଲପ ମେଣ୍ଟ କାଉନସିଲ,ପାଲଲହଡା ଏବଂ ମାନବସେବା ଚାରିଟେବୁଲ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ଅନୁଗୁଳ ବ୍ଲକ ଅନ୍ତର୍ଗତ ମାନବ ସେବାଶ୍ରମ ଶୁସୁଡା ଠାରେ ସକାଳ ୧୧.୦୦ ଘଟିକା ସମୟରେ ପଣସରୁ ପ୍ରସ୍ତୁତ ଚିପ୍ସ କାର୍ଯ୍ୟକ୍ରମ ଉଦଘାଟିତ ହେଇଯାଇଛି । ପ୍ରାରମ୍ଭ ରେ ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ବୁଦ୍ଧଦେବ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପଣସ ର ପ୍ରକ୍ରିୟାକରଣ ମାଧ୍ୟମ ରେ କିନ୍ନର ମାନଙ୍କର ଆର୍ଥିକ ରୋଜଗାର ହେବ ଏବଂ ତା ସହିତ ପଣସ ମିଶନ ଯୋଜନା ଉପରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ , ଆର.ଡି.ସି ର ସମ୍ପାଦକ ବିନୟ ସାହୁ ଯୋଗଦାନ କରି ପଣସଚାଷ ତଥା ପଣସ ମିଶନ ଉପରେ ଗୁରୁତ୍ୱରୋପ କରିଥିଲେ । ମାନବ ସେବାଶ୍ରମ ଟ୍ରଷ୍ଟ ର ସମ୍ପାଦକ ଚିନ୍ମୟୀ ଦାସ ପଣସ ର ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱାରୋପ ଦେଇଥିଲେ ।ଲୀଳାବତୀ ପାତ୍ର ଅନିତା ନାଏକ , ହେମନ୍ତ ବେହେରା ପ୍ରଭୃତି ତାଲିମଦାତା ଭାବେ ସୋସିଆଲ ଡେଭେଲପମେଣ୍ଟ ଫାଉଣ୍ଡେସନ ତରଫରୁ ଯୋଗଦାନ କରିବା ସହ ପଣସର ବଜାର ବ୍ୟବସ୍ଥା ଉପରେ ମତାମତ ରଖିଥିଲେ । ଅନ୍ୟତମ ଅତିଥି ଭାବେ ମମତା ଉଦ୍ୟୋଗ ର ମମତା ବିସୀମାଝୀ ଯୋଗଦାନ କରିବା ସହ ପଣସରୁ କିପରି ବୃହତ ବଜ଼ାର ସୃଷ୍ଟି କରାଯିବ ଏବଂ କିନ୍ନର ମାନଙ୍କ ଆର୍ଥିକ ସ୍ୱାବଲମ୍ବନ କରାଯାଇପରିବ ତାଉପରେ ଗୁରୁତ୍ୱାରୋପ କରିଥିଲେ ।ପରିଶେଷରେ ଆର.ଡି. ସି ସଂଗଠନର କାର୍ଯ୍ୟକ୍ରମ ସଂଯୋଜକ ବିନୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ୨୦ ଜଣ କିନ୍ନର ଯୋଗଦାନ କରିଥିଲେ । ସ୍ବେଛାସେବୀ ଜଗନ୍ନାଥ , ବବିତା ପଟ୍ଟନାୟକ ,ଅଙ୍ଗୁର କିନ୍ନର, ପାର କିନ୍ନର, ସୁମନ୍ତ କିନ୍ନର, କେଟି କିନ୍ନର, ସୁରି କିନ୍ନର,ମମତା ବିସୀମାଝୀ ପ୍ରଭୃତି ଯୋଗଦାନ କରିଥିଲେ । ଅନୁଗୋଳ ରୁ ନିହାର ରଞ୍ଜନ ପଟ୍ଟନାୟକ

ତୃତୀୟଲିଙ୍ଗୀ ଗୋଷ୍ଟିଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ପଣସରୁ ପ୍ରସ୍ତୁତ ଚିପ୍ସ ତାଲିମ କାର୍ଯ୍ୟକ୍ରମ