ଦୁନିଆରେ ରହିବା ଯୋଗ୍ୟ ଦେଶ ତାଲିକାରେ ଶୀର୍ଷରେ ତାଇଓ୍ଵାନ, ଜାଣନ୍ତୁ ଭାରତର ସ୍ଥିତି
ନୂଆଦିଲ୍ଲୀ ୨୦ ।୦୫: ରୋଜଗାର ଓ ବସବାସଯୋଗ୍ୟ ଦେଶକୁ ନେଇ ପ୍ରସ୍ତୁତ ତାଲିକାରେ ଭାରତକୁ ଝଟକା ଲାଗିଛି। ଏହି ତାଲିକାରେ ଭାରତ ନିମ୍ନରେ ରହିଛି। ଭାରତୀୟ ବଂଶୋଦ୍ଭବ ଓ ବିଦେଶୀ ଲୋକଙ୍କ ପସନ୍ଦ ଉପରେ ଆଧାରିତ ସୂଚକାଙ୍କ ‘ଏକ୍ସପେଟ୍ ଇନସାଇଡର-୨୦୨୧ରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଭାରତର ଏହି ଅବସ୍ଥା ପାଇଁ କରୋନା ମହାମାରୀକୁ ଅନେକାଂଶରେ ଦାୟୀ କରାଯାଇଛି । ଜର୍ମାନୀର ପ୍ରତିଷ୍ଠିତ ସଂଗଠନ ଇଂଟରନ୍ୟାସନ ଏହି ସୂଚକାଙ୍କ ଜାରି କରିଛି । ୫୯ ଦେଶର ୧୨୪୨୦ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଛି । ଦେଶର ଜୀବନ ଗୁଣବତ୍ତା, ଆର୍ଥିକ ସ୍ଥିତି, ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଧାର କରି ତାଲିକା ପ୍ରସ୍ତୁତ କରାଯାଇଛି।
ତାଲିକାରେ ୫୯ ଦେଶ ମଧ୍ୟରୁ ଭାରତର ସ୍ଥାନ ୫୧ତମ ସ୍ଥାନରେ ରହିଛି । ଭାରତୀୟ ବଂଶୋଦ୍ଭବ କିମ୍ବା ଏଠାରେ ରହି ସାରିଥିବା ବିଦେଶୀ ଲୋକଙ୍କ ମତରେ ଭାରତରେ ବାୟୁ ପ୍ରଦୂଷଣ, ପାନୀୟ ଓ ସ୍ୱଚ୍ଛତା ପରି ମୌଳିକ ବ୍ୟବସ୍ଥାର ସ୍ଥିତି ନିମ୍ନମାନର। ଏହି କାରଣରୁ ସେଠାରେ ରହିବା ଆମ ପକ୍ଷେ କଷ୍ଟକର ଥିଲା। ଏହା ବାଦ୍ ସ୍ୱାସ୍ଥ୍ୟ ସେବା ମଧ୍ୟ ସେତେଟା ଉନ୍ନତମାନର ନୁହଁ ବୋଲି ସେମାନେ କହିଛନ୍ତି । ଏସବୁ ମଧ୍ୟରେ ଗୋଟିଏ ଆଶ୍ୱସ୍ତିକର କଥା ଏହା ଯେ, ୮୨ ପ୍ରତିଶତ ପ୍ରବାସୀ ଭାରତର ଆର୍ଥିକ ସ୍ଥିତିକୁ ଉନ୍ନତମାନର କହିବା ସହ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ତାଇଓ୍ଵାନ କ୍ରମାଗତ ତୃତୀୟ ଥର ଶୀର୍ଷରେ
କରୋନା ଲଢେଇରେ ଉଚିତ୍ ମୁକାବିଲା କରିଥିବା ତାଇଓ୍ଵାନ କ୍ରମଗାତ ତୃତୀୟ ଥର ଏହି ସର୍ଭେରେ ଶୀର୍ଷରେ ରହିଛି। ଏକ୍ସପ୍ୟାଟସ୍ ତାଇଓ୍ଵାନରେ ନିଯୁକ୍ତି ସୁରକ୍ଷା ଓ ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ଖୋଲାଖୋଲି ପ୍ରଶଂସା କରିଛି। ୯୬ ପ୍ରତିଶତ ଲୋକ ତାଇଓ୍ଵାନରେ ମିଳୁଥିବା ସ୍ଵାସ୍ଥ୍ୟ ସେବାର ପ୍ରଶଂସା କରିଛନ୍ତି। ୯୪ ପ୍ରତିଶତ ଲୋକେ ଦେଶର ସବୁ କ୍ଷେତ୍ରରେ ଥିବା ସାମର୍ଥ୍ୟକୁ ପ୍ରଶଂସା କରିଛନ୍ତି। ତାଇଓ୍ଵାନ ପରେ ମେକ୍ସିକୋ ଓ କୋଷ୍ଟାରିକା ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟରେ ରହିଛନ୍ତି। ମାଲେସିଆ ଚତୁର୍ଥ ଏବଂ ପର୍ତ୍ତୁଗାଲ ପଞ୍ଚମ ସ୍ଥାନରେ ରହିଛି। ଆମେରିକା ୩୪ତମ ସ୍ଥାନରେ ରହିଛି।
କୁଏତ କ୍ରମାଗତ ସପ୍ତମ ଥର ଶେଷରେ
କୁଏତ ଗତ ଆଠ ବର୍ଷରେ ସପ୍ତମ ଥର ସର୍ବନିମ୍ନ ସ୍ଥାନରେ ରହିଛି। ୪୭ ପ୍ରତିଶତ ବିଶେଷଜ୍ଞଙ୍କ ଅନୁଯାୟୀ କୁଏତ ରହିବାଯୋଗ୍ୟ ଦେଶ ନୁହେଁ। ଅନ୍ୟପଟେ ଖରାପ ଆର୍ଥିକ ସ୍ଥିତିକୁ ନେଇ ଇଟାଲୀ ଦ୍ଵିତୀୟ ସବୁଠୁ ଖରାପ ସ୍ଥାନର ମାନ୍ୟତା ପାଇଛି। ଦକ୍ଷିଣ ଆଫ୍ରିକା ତୃତୀୟ ସବୁଠୁ ଖରାପ ଦେଶ ଘୋଷିତ ହୋଇଛି।
ସଂକ୍ଷେପରେ
ମୋଟ୍ ୫୯ ଦେଶକୁ ନେଇ ଏହି ସର୍ଭେ
୫୧ତମ ସ୍ଥାନରେ ଭାରତ
୩୪ତମ ସ୍ଥାନରେ ଆମେରିକା
କ୍ରମାଗତ ସପ୍ତମ ଥର କୁଏତକୁ ମିଳିଲା ଅନ୍ତିମ ସ୍ଥାନ
କ୍ରମାଗତ ତୃତୀୟ ଥର ତାଇଓ୍ଵାନ ଶୀର୍ଷରେ
ଶୀର୍ଷ ପାଞ୍ଚ ଦେଶ
ତାଇଓ୍ଵାନ
ମେକ୍ସିକୋ
କୋଷ୍ଟାରିକା
ମାଲେସିଆ
ପର୍ତ୍ତୁଗାଲ
ନିମ୍ନରେ ଥିବା ୫ ଦେଶ
କୁଏତ
ଇଟାଲୀ
ଦକ୍ଷିଣ କୋରିଆ
ରୁଷ
ଇଜିପ୍ଟ ବା ମିଶର