ଦିଲ୍ଲୀରେ ହାହାକାର ! ଅନ୍ତିମ ସତ୍କାର ପାଇଁ ଶ୍ମଶାନରେ ମିଳୁନି ସ୍ଥାନ

ନୂଆଦିଲ୍ଲୀ ୨୮/୦୪: ଦିଲ୍ଲୀରେ ବଢୁଥିବା କରୋନା ଭାଇରସ୍ ମାମଲାରେ ହାହାକାର ପଡିଛି । ଗୋଟିଏ ପଟେ ପ୍ରତିଦିନ ବହୁ ସଂଖ୍ୟକ କରୋନା ସଂକ୍ରମିତ ମାମଲା ଚିହ୍ନଟ ହେଉଥିବା ବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ପରିସ୍ଥିତି ଏପରି ହୋଇଯାଇଛି ଯେ ଶ୍ମଶାନ ବାହାରେ ମଧ୍ୟ ଶବର ଲାଇନ୍ ଲାଗୁଛି ।  କେବଳ ଏତିକି ନୁହେଁ, ଅନ୍ତିମ ସତ୍କାର କରିବା ପାଇଁ ମଧ୍ୟ ଶ୍ମଶାନରେ କୌଣସି ସ୍ଥାନ ବାକି ନାହିଁ । କଂଗ୍ରେସ ନେତା ଅଜୟ ମାକେନ୍ ସୋସିଆଲ ମିଡିଆରେ ଦିଲ୍ଲୀ ଶ୍ମଶାନ ଘାଟର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଏହି ହୃଦୟସ୍ପର୍ଶୀ ଦୃଶ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଛି । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ଘରେ ରୁହନ୍ତୁ । ଟେଷ୍ଟିଙ୍ଗ ପାଇଁ ଲମ୍ବା ଲାଇନ ଲାଗୁଛି । ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ତାହାଠାରୁ ଆହୁରି ଲମ୍ବା ଲାଇନ ଲାଗୁଛି । ବର୍ତ୍ତମାନ ଶ୍ମଶାନରେ ମଧ୍ୟ ଶବଦାହ ପାଇଁ ଲାଇନ୍ ଲାଗିଛି । ସେଥିପାଇଁ ଭଲ ହେବ - ଘରେ ରୁହନ୍ତୁ । କୋଭିଡ ନିୟମ ଅନୁସରଣ କରି ସୁସ୍ଥ ରୁହନ୍ତୁ । घर पर ही रहें।टेस्टिंग के लिए लम्बी लाईन है।अस्पताल में भर्ती के लिए उससे भी लम्बी लाईन है।अब तो शमशान मे भी दाह संस्कार के लिए लाईन है।सुभाष नगर शवदाह केंद्र का वीडियो किसी ने शेयर करा है।देखें ????इसीलिए बेहतर है- घर मे ही रहें।कोविड नियमों का पालन कर स्वस्थ रहें। pic.twitter.com/LjBt86l1kj— Ajay Maken (@ajaymaken) April 26, 2021 ଦିଲ୍ଲୀରେ ହଜାର ହଜାର କରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସୁଛି । ଡାକ୍ତରଖାନାରେ ଅମ୍ଳଜାନ ଅଭାବ ହେତୁ ରୋଗୀମାନେ ମଧ୍ୟ ଜୀବନ ହରାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି ।