ନିଯୁକ୍ତି ଦାବି ରେ ବିର୍ଲା ଠିକା କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନ।

ନିଯୁକ୍ତି ଦାବି ରେ ବିର୍ଲା ଠିକା କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନ। ନିଯୁକ୍ତି କୁ ନେଇ ତାଳଚେର ର ଯୁବକ ଯୁବତୀ ଏବେ ବେକାର। ମହାନଦୀ କୋଇଲା କଂପାନୀ ତାଳଚେର ରେ କୋଇଲା ଉତ୍ତୋଳନ ପାଈଁ ଦେଇଥିବା ବେଳେ। ସ୍ଥାନୀୟ ଅଞ୍ଚଳ ର ଲୋକମାନଙ୍କୁ ନିଯୁକ୍ତି ଦେବା ବଦଳରେ ବ୍ୟତିକ୍ରମ ଦେଖା ଦେଇଛି। ସରକାର ଙ୍କ କହିବା ଅନୁସାରେ ଯେଉଁଠି ଲୋକମାନେ ତାଙ୍କର ଜମି ହରାଉଛନ୍ତି, ସେଠି ୯୦ଭାଗ ଲୋକ ଙ୍କୁ ନିଯୁକ୍ତି ଦେବା କଥା କିନ୍ତୁ ବିର୍ଲା ଠିକା କମ୍ପାନୀ ତାଳଚେର ର ଭୁବନେଶ୍ଵରୀ କୋଇଲା ଖଣି ର କୋଇଲା ଉତ୍ତୋଳନ କରିବା ର ଠିକା ନେଇଥିବା ବେଳେ ସ୍ଥାନୀୟ ଲୋକ ଙ୍କୁ ନିଯୁକ୍ତି ପରିବର୍ତ୍ତେ ଜିଲ୍ଲା ବାହାର ଲୋକଙ୍କୁ ପଇସା ପତ୍ର ନେଇ ନିଯୁକ୍ତି କରାଉଛି। ଯାହା ଫଳରେ ତାଳଚେର ରେ ଜମି ହରାଇ ବି ତାଳଚେର ର ଯୁବକ ଯୁବତୀ ମାନେ ଆଜି ବେକାର ହେବା ସହ ପଥଭ୍ରଷ୍ଟ ହେଉଛନ୍ତି। ବିର୍ଲା ଠିକା କମ୍ପାନୀ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ଆଜି ସ୍ଥାନୀୟ ଯୁବକ ଯୁବତୀ ମାନେ ଖଣି ବନ୍ଦ୍ ଆନ୍ଦୋଳନ କରିଛନ୍ତି। ଯାହାକୁ ତାଳଚେର ସୁରକ୍ଷା ମଞ୍ଚ ସହଯୋଗ କରିବା ସହ ତାଳଚେର ବିଧାୟକ ଙ୍କ ସହ ଅନେକ ସୁରକ୍ଷା ମଞ୍ଚ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଗଣଧାରଣା ଦେଇଥିଲେ। ଅନୁଗୋଳ ରୁ ନିହାର ରଞ୍ଜନ ପଟ୍ଟନାୟକ

ନିଯୁକ୍ତି ଦାବି ରେ ବିର୍ଲା ଠିକା କମ୍ପାନୀ ବିରୁଦ୍ଧରେ ଆନ୍ଦୋଳନ।