ନିଲମ୍ବିତ ଶିକ୍ଷକ ଙ୍କ ଗିରଫ ଦାବି ରେ ମହାକାଳପଡ଼ା ବିଜେପି ମହିଳା ମୋର୍ଚ୍ଚା ଥାନାର ଦ୍ୱାରସ୍ଥ ହେଲେ

ନିଲମ୍ବିତ ଶିକ୍ଷକ ଙ୍କ ଗିରଫ ଦାବି ରେ ମହାକାଳପଡ଼ା ବିଜେପି ମହିଳା ମୋର୍ଚ୍ଚା ଥାନାର ଦ୍ୱାରସ୍ଥ ହେଲେ Place -ମହାକାଳପଡ଼ା କେନ୍ଦ୍ରାପଡା ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିଶେଷକରି ପରିସ୍ଥିତି ଅତି ଜଟିଳ ଆଡ଼କୁ ଗତି କରିବାକୁ ଲାଗିଲାଣି ଯଦି ସତକଥା ଦେଖିବାକୁ ଯିବା ଖୋଦ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ହୁଅନ୍ତୁ ଅବା ,ଶିକ୍ଷକ ମାନେ ବି ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବାକୁ ପଶ୍ଚାତାପ କରୁନାହାଁନ୍ତି, l ତେବେ ଯେପରି ଜିଲ୍ଲାର ମହାକାଳପଡ଼ା ବ୍ଲକ ବିଜୟନଗର ହାଇସ୍କୁଲ ର ଶିକ୍ଷକ ସେହି ବିଦ୍ୟାଳୟର ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରି ପୋଲିସ ପ୍ରଶାସନ ଆଖିରେ ଧୂଳି ଦେଇ ଖୁଲମ ଖୁଲା ରେ ଘୁରିବୁଲୁଛନ୍ତି, l ଅନ୍ୟପଟେ ଦୁଇ ସପ୍ତାହ ତଳେ ଘଟିଥିବା ଅଘଟଣର ସୁଚାରୁ ରୂପେ ତଦନ୍ତ ନକରି ଶିକ୍ଷା ଜିଲ୍ଲା ଅଧିକାରୀ ସଂଜୀବ ସିଂ ଲମ୍ପଟ ଶିକ୍ଷକ ଙ୍କୁ ଚାକିରୀ ରୁ ବହିଷ୍କାର କରିବା ପରିବର୍ତ୍ତେ ପ୍ରଥମେ ବଦଳି ଓ ତାପରେ ନିଲମ୍ବିତ ନିର୍ଦେଶ ଦେଇଛନ୍ତି,! ସେହିପରି ମହାକାଳପଡ଼ା ପୋଲିସ କୁ ଚକମା ଦେଇ ଘୁରିବୁଲୁଥିବା କାମୁକ ଶିକ୍ଷକ ଙ୍କ ଗିରଫ ଦାବିକରି ଆଜି ମହାକାଳପଡ଼ା ବିଜେପି ମହିଳା ମୋର୍ଚ୍ଚା ରୋଜାଲିନି ମହାନ୍ତି ନାରିନେତ୍ରୀ ଓ ରାଜ୍ୟ କୃଷକ ମୋର୍ଚ୍ଚା ର ପବିତ୍ର କୁମାର ପରିଡ଼ା ଙ୍କ ନେତୃତ୍ୱରେ ଶତାଧିକ ମହିଳା ମାନେ ଏକତ୍ରିତ ହୋଇ ବିଭିନ୍ନ ନାରାବାଜି କରି ଅବିଳମ୍ଭେ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦେବା ପାଇଁ ଅଣ୍ଟାଭିଡିଛିନ୍ତି,! ଏପରିକି ପୂର୍ବାହ୍ନ ରେ ମହିଳା ମାନେ ରାଲିରେ ଆସି ମହାକାଳପଡ଼ା ଥାନା ଅଧିକାରୀ ଶ୍ରୀ ମନୋରଞ୍ଜନ ଚୌଧୁରୀ ଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି,! କେନ୍ଦ୍ରାପଡ଼ା ରୁ ବ୍ୟୁରେ ଚି଼୍ଫ ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (dreams rider News )

ନିଲମ୍ବିତ ଶିକ୍ଷକ ଙ୍କ ଗିରଫ ଦାବି ରେ ମହାକାଳପଡ଼ା ବିଜେପି ମହିଳା ମୋର୍ଚ୍ଚା ଥାନାର ଦ୍ୱାରସ୍ଥ ହେଲେ