ପୁଅଙ୍କ ଏହି ଗୁଣକୁ ଦେଖି ନିଜର କରିବାକୁ ଚାହାନ୍ତି ଝିଅମାନେ

ପୁଅ ହୁଅନ୍ତୁ ଅବା ଝିଅ ସମସ୍ତଙ୍କର ନିଜର ପସନ୍ଦ ରହିଛି। କାହାକୁ ଯତ୍ନଶୀଳ ସ୍ବଭାବର ସାଥୀ ପସନ୍ଦ ତ ଆଉ କାହାକୁ ମଜାଳିଆ ପ୍ରକୃତିର। ସେହିପରି କେହି ସୁନ୍ଦର ଚେହେରାକୁ ପସନ୍ଦ କରିଥାନ୍ତି ତ ଆଉ କେହି ଭଲ ଗୁଣ ଦେଖି। ହେଲେ ଦିନେ ନା ଦିନେ ସମସ୍ତଙ୍କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ପଡ଼ିଥାଏ। ତେବେ ସବୁ ପୁଅ ଏବଂ ଝିଅ ନିଜ ମନ ମୁତାବକ ସାଥୀ ଖୋଜିଥାନ୍ତି। ଏକ ରିପୋର୍ଟ ଅନୁଯାୟୀ, ପୁଅମାନେ କେବଳ […] The post ପୁଅଙ୍କ ଏହି ଗୁଣକୁ ଦେଖି ନିଜର କରିବାକୁ ଚାହାନ୍ତି ଝିଅମାନେ appeared first on Dharitri Odia News.

ପୁଅଙ୍କ ଏହି ଗୁଣକୁ ଦେଖି ନିଜର କରିବାକୁ ଚାହାନ୍ତି ଝିଅମାନେ
ପୁଅ ହୁଅନ୍ତୁ ଅବା ଝିଅ ସମସ୍ତଙ୍କର ନିଜର ପସନ୍ଦ ରହିଛି। କାହାକୁ ଯତ୍ନଶୀଳ ସ୍ବଭାବର ସାଥୀ ପସନ୍ଦ ତ ଆଉ କାହାକୁ ମଜାଳିଆ ପ୍ରକୃତିର। ସେହିପରି କେହି ସୁନ୍ଦର ଚେହେରାକୁ ପସନ୍ଦ କରିଥାନ୍ତି ତ ଆଉ କେହି ଭଲ ଗୁଣ ଦେଖି। ହେଲେ ଦିନେ ନା ଦିନେ ସମସ୍ତଙ୍କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ପଡ଼ିଥାଏ। ତେବେ ସବୁ ପୁଅ ଏବଂ ଝିଅ ନିଜ ମନ ମୁତାବକ ସାଥୀ ଖୋଜିଥାନ୍ତି। ଏକ ରିପୋର୍ଟ ଅନୁଯାୟୀ, ପୁଅମାନେ କେବଳ ସୁନ୍ଦର ଚେହେରା ଦେଖି ଝିଅମାନଙ୍କୁ ପସନ୍ଦ କରି ନ ଥାନ୍ତି। ଝିଅମାନଙ୍କ କିଛି କଥା ସେମାନଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଯାହାଫଳରେ ପୁଅମାନେ ଉକ୍ତ ଝିଅକୁ ନିଜର ଜୀବନସାଥୀ କରିବାକୁ ଚାହିଁଥାନ୍ତି। ସମୟ ସହ ନିଜକୁ ପରିବର୍ତ୍ତନ କରିପାରୁଥିବା ଝିଅମାନଙ୍କୁ ପୁଅମାନେ ବେଶି ପସନ୍ଦ କରନ୍ତି। ଯେମିତି କି, କେଉଁ ସମୟରେ କିପରି କଥାବାର୍ତ୍ତା କରାଯିବ, କିପରି ପୋଷାକ ପିନ୍ଧିବାକୁ ହେବ ଆଦି। ଏସବୁ ବୁଝିପାରୁଥିବା ଝିଅମାନଙ୍କୁ ପୁଅମାନେ ବେଶି ପସନ୍ଦ କରିଥାନ୍ତି। ଠିକ୍‌ ସେହିପରି ଶାନ୍ତ ସ୍ବଭାବର ଝିଅଙ୍କୁ ଖୁବ୍‌ କମ୍‌ ପୁଅ ପସନ୍ଦ କରିଥାନ୍ତି। ଅର୍ଥାତ୍‌ ଯେଉଁ ଝିଅମାନେ ଖୋଲାଖୋଲି ଭାବେ କଥା ହୋଇଥାନ୍ତି ସେମାନଙ୍କୁ ପୁଅମାନେ ବହୁତ ପସନ୍ଦ କରିଥାନ୍ତି। ଏଥିସହ ବଡ଼ମାନଙ୍କ କଥା ଶୁଣୁଥିବା ଏବଂ ସେମାନଙ୍କୁ ସମ୍ମାନ ଦେଉଥିବା ଝିଅମାନଙ୍କୁ ପୁଅମାନେ ବେଶି ପସନ୍ଦ କରିଥାନ୍ତି। ଯେଉଁ ଝିଅ ଭଲ ରୋଷେଇ କରନ୍ତି ସେମାନେ ପୁଅମାନଙ୍କା ବେଶି ପସନ୍ଦ। The post ପୁଅଙ୍କ ଏହି ଗୁଣକୁ ଦେଖି ନିଜର କରିବାକୁ ଚାହାନ୍ତି ଝିଅମାନେ appeared first on Dharitri Odia News.