ପାଦେ ପାଦେ ବିପଦ: ବିଦ୍ୟୁତ୍ ତାରକୁ କାଠ ଖୁଣ୍ଟି ଭରସା

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେବାର ୨୯ ବର୍ଷ ବିତିଲାଣି କିନ୍ତୁ ରାଜରାସ୍ତାରେ ବିଦ୍ୟୁତ୍ ବିଭାଗର ଅପାରଗତା କାରଣରୁ ପାଦେ ପାଦେ ବିପଦ ଦେଖା ଦେଇଛି। ହେମସୁରପଡା ୧୯ ନମ୍ବର ୱାର୍ଡରେ ବର୍ଷ ବର୍ଷ ଧରି ରାସ୍ତା କଡରେ କାଠ ଖୁଣ୍ଟିକୁ ଭରସା କରି ବିଦ୍ୟୁତ ତାର ଭିଡାହୋଇ ରହିଛି। ତାର ଏତେ ତଳେ ଝୁଲି ରହିଛି କେତେବେଳେ କଣ ହେବ କିଛି କହି ହେବ ନାହିଁ। ଲୋକଙ୍କ ଅଭିଯୋଗ ଅନୁସାରେ ସେସୁ ଅଧିନରେ ବିଭାଗ ଥିଲାବେଳେ ଟେଣ୍ଡର […]

ପାଦେ ପାଦେ ବିପଦ: ବିଦ୍ୟୁତ୍ ତାରକୁ କାଠ ଖୁଣ୍ଟି  ଭରସା
ଅନୁଗୁଳ: ଅନୁଗୁଳ ଜିଲ୍ଲା ହେବାର ୨୯ ବର୍ଷ ବିତିଲାଣି କିନ୍ତୁ ରାଜରାସ୍ତାରେ ବିଦ୍ୟୁତ୍ ବିଭାଗର ଅପାରଗତା କାରଣରୁ ପାଦେ ପାଦେ ବିପଦ ଦେଖା ଦେଇଛି। ହେମସୁରପଡା ୧୯ ନମ୍ବର ୱାର୍ଡରେ ବର୍ଷ ବର୍ଷ ଧରି ରାସ୍ତା କଡରେ କାଠ ଖୁଣ୍ଟିକୁ ଭରସା କରି ବିଦ୍ୟୁତ ତାର ଭିଡାହୋଇ ରହିଛି। ତାର ଏତେ ତଳେ ଝୁଲି ରହିଛି କେତେବେଳେ କଣ ହେବ କିଛି କହି ହେବ ନାହିଁ। ଲୋକଙ୍କ ଅଭିଯୋଗ ଅନୁସାରେ ସେସୁ ଅଧିନରେ ବିଭାଗ ଥିଲାବେଳେ ଟେଣ୍ଡର କରାଯାଇ ଠିକାଦାରଙ୍କ ଜରିଆରେ ଖୁଣ୍ଟ ପୋତିବା କାମ କରା ଯାଉଥିଲା। ସେସୁ ଯାଇ ଟାଟା ପାୱାର କାମ ହାତକୁ ନେବା ପରେ ପୂର୍ବର ଅଧାପନ୍ତରିଆ କାମ ସେହିଭଳି ପଡି ରହିଛି। ରାସ୍ତା କଡରେ ସିମେଣ୍ଟ ଖୁଣ୍ଟ ପୋତା ସରିଥିଲେ ମଧ୍ୟ ତାର ବାନ୍ଧିବା କାମ ଆଜିଯାଏ ହୋଇପାରୁ ନାହିଁ। ଲୋକଙ୍କ ଅଭିଯୋଗ ଟାଟା ତରଫରୁ ତାର ବାନ୍ଧିବା କାମ ତୁରନ୍ତ ଆରମ୍ଭ ନହେଲେ ସେମାନେ ରାଜ ରାସ୍ତାକୁ ଓହ୍ଲାଇବେ।