ପ୍ଲାଷ୍ଟିକ୍ ଓ ପଲିଥିନ୍ ବେପାରୀଙ୍କୁ ୫୦ ହଜାର ଜରିମାନା
ଭୁବନେଶ୍ବର : ସୋମବାର ବିଏମ୍ସି ପକ୍ଷରୁ ଆଇଗିଣିଆ କୁବେରପୁରୀସ୍ଥିତ ଆଳୁଗଦି ଭିତରେ ଚଢ଼ଉ କରାଯାଇ ଜଣେ ନିଷିଦ୍ଧ ପଲିଥିନ୍ ଓ ପ୍ଲାଷ୍ଟିକ୍ ବେପାରୀଙ୍କୁ ଜରିମାନା କରାଯାଇଛି। ସାହୁ ଟ୍ରେଡର୍ସ ନାମକ ଏହି ସଂସ୍ଥାରୁ ବିପୁଳ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଜବତ କରାଯାଇଛି ଓ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଗତ କିଛି ଦିନ ହେଲା ରାଜଧାନୀରେ ନିଷିଦ୍ଧ ପ୍ଲାଷ୍ଟିକ୍ ବିକ୍ରି ବନ୍ଦ କରିବାକୁ ବିଏମ୍ସି ପକ୍ଷରୁ ଜୋର୍ଦାର୍ ଚଢ଼ଉ କରାଯାଇଛି। ଦୋକାନରୁ ଆରମ୍ଭ କରି ପଲିଥିନ୍ […]
The post ପ୍ଲାଷ୍ଟିକ୍ ଓ ପଲିଥିନ୍ ବେପାରୀଙ୍କୁ ୫୦ ହଜାର ଜରିମାନା first appeared on Sambad.
ଭୁବନେଶ୍ବର : ସୋମବାର ବିଏମ୍ସି ପକ୍ଷରୁ ଆଇଗିଣିଆ କୁବେରପୁରୀସ୍ଥିତ ଆଳୁଗଦି ଭିତରେ ଚଢ଼ଉ କରାଯାଇ ଜଣେ ନିଷିଦ୍ଧ ପଲିଥିନ୍ ଓ ପ୍ଲାଷ୍ଟିକ୍ ବେପାରୀଙ୍କୁ ଜରିମାନା କରାଯାଇଛି। ସାହୁ ଟ୍ରେଡର୍ସ ନାମକ ଏହି ସଂସ୍ଥାରୁ ବିପୁଳ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଜବତ କରାଯାଇଛି ଓ ୫୦ ହଜାର ଟଙ୍କା ଜରିମାନା କରାଯାଇଛି।
ଗତ କିଛି ଦିନ ହେଲା ରାଜଧାନୀରେ ନିଷିଦ୍ଧ ପ୍ଲାଷ୍ଟିକ୍ ବିକ୍ରି ବନ୍ଦ କରିବାକୁ ବିଏମ୍ସି ପକ୍ଷରୁ ଜୋର୍ଦାର୍ ଚଢ଼ଉ କରାଯାଇଛି। ଦୋକାନରୁ ଆରମ୍ଭ କରି ପଲିଥିନ୍ ଉତ୍ପାଦନ କରୁଥିବା କମ୍ପାନିରେ ମଧ୍ୟ ଚଢ଼ଉ କରାଯାଉଛି। ରାଜଧାନୀରେ ଏବେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବାକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ବିଭିନ୍ନ ଜୋନ୍ରେ ଜୋନାଲ୍ ଡେପୁଟି କମିସନରମାନେ ବିଭିନ୍ନ ଗୋଦାମ, ହାଟ, ବଜାର ଉପରେ ଚଢ଼ଉ କରୁଛନ୍ତି। ଆଜି ଦକ୍ଷିଣ-ପଶ୍ଚିମ ଜୋନ୍ ପକ୍ଷରୁ ଆଇଗିଣିଆରେ ଏହି ଗୋଦାମରେ ଚଢ଼ଉ କରାଯିବାବେଳେ ଦୁଇ ଟନ୍ ନିଷିଦ୍ଧ ପ୍ଲାଷ୍ଟିକ୍ ଓ ଥର୍ମୋକୁଲ୍ ମହଜୁଦ୍ ଥିବା ଜଣାପଡ଼ିଥିଲା। ତେଣୁ ଗୋଦାମ ମାଲିକଙ୍କୁ ତାଗିଦ୍ କରାଯିବା ସହ ସମସ୍ତ ସାମଗ୍ରୀକୁ ଜବତ କରାଯାଇଥିଲା ଓ ୫୦ ହଜାର ଟଙ୍କା ଜରିମାନା କରାଯାଇଥିଲା। ସୂଚନାଯୋଗ୍ୟ, ପୂର୍ବରୁ ପାତ୍ରପଡ଼ା ଶିଳ୍ପାଞ୍ଚଳରେ ବେଆଇନଭାବେ ନିଷିଦ୍ଧ ପଲିଥିନ୍ ପ୍ରସ୍ତୁତ କରୁଥିବା ଏକ କମ୍ପାନି ଉପରେ ଚଢ଼ଉ କରାଯାଇଥିଲା।The post ପ୍ଲାଷ୍ଟିକ୍ ଓ ପଲିଥିନ୍ ବେପାରୀଙ୍କୁ ୫୦ ହଜାର ଜରିମାନା first appeared on Sambad.