ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଜୋରଦାର ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍

ନୀଳଗିରି,୨୫/୦୩ ପଶ୍ଚିମବଙ୍ଗ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ଉଷ୍ମତା ସେତେ ବୃଦ୍ଧି ପାଇବାରେ ଲାଗିଛି।ବିଜେପି ଗତ ସାଧାରଣ ନିର୍ବାଚନରେ ପଶ୍ଚମବଙ୍ଗରେ  ଆଶାତୀତ ସଫଳତା ପାଇଥିଲା । ଏବେ ଦଳ ବିଧାନସଭା ନିର୍ବାଚନ ପାଇଁ ତାର ସମସ୍ତ ଶକ୍ତି ଲଗାଇଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନ ମଇଦାନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି।ବୁଧବାର କେଶପୁରା ନିର୍ବାଚନ ମଣ୍ଡଳକୁ ଯାଇ ପ୍ରତାପ ଷଡଙ୍ଗୀ ବିଜେପି ପ୍ରାର୍ଥୀ ପ୍ରୀତିଶ କୁଅଁରଙ୍କ ପାଇଁ ପ୍ରଚାର କରିଛନ୍ତି।ସେହିପରି ସେ ସନ୍ଧ୍ୟାରେ ଖଡ଼ଗପୁର ସଦର ନିର୍ବାଚନ ପାଇଁ ପ୍ରାର୍ଥୀ ହିରଣ୍ୟମୟୀ ଚୋଟପାଧ୍ୟାୟଙ୍କ ପାଇଁ ପ୍ରଚାର ଜୋରଦାର କରିଥିଲେ। ମୋଦୀଙ୍କ ଜନ ହିତକର କାର୍ଯ୍ୟକୁ ପାଥେୟ କରି ସୁନାର ବଙ୍ଗଳା ନିର୍ମାଣ କରିବାକୁ ହେଲେ ବିଜେପିକୁ ଶାସନଭାର ଦେବାକୁ ହେବ ବୋଲି ସେ ଭୋଟରଙ୍କୁ କହିଥିଲେ । କେନ୍ଦ୍ରମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗରେ ବେସ୍  ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।