ବିଜୁଳି କାଟ ହେଲେ ଅନ୍ଧାରରେ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର!

ବିଜୁଳି କାଟ ହେଲେ ଅନ୍ଧାରରେ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର! ଢେଙ୍କାନାଳ (୭/୦୭): କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ଧରି ଏହି ସମସ୍ୟା ରହି ଆସିଛି। ସନ୍ଧ୍ୟା ପରେ ପାଓ୍ବାର କଟ ହେଲେ ଡାକ୍ତରଖାନା ପରିସର ଅନ୍ଧରାଛନ୍ନ ହୋଇଯାଏ। ଗୋଟିଏ ବଲ ଫାଟକ ସାମନାରେ ମିଞ୍ଜି ମିଞ୍ଜି ହୋଇ ଜଳୁଥିବା ଦୃଶ୍ୟ ଦେଖିବାକୁ ମିଳେ। ପୂର୍ବରୁ ଅନେକ ଥର ବିଭିନ୍ନ ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇଛି, କେତେବେଳେ ଅଂଶୁଘାତ ରୋଗୀଙ୍କୁ ପଟି ରେ ଚିକିତ୍ସା କରାଯାଉଥିବା ବେଳେ ଆଉ କେତେ ବେଳେ ମୋବାଇଲ ଲାଇଟ୍ ଭରସାରେ! ଆଜି ମଧ୍ୟ ଏ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ଯୋଗୁଁ ଡ଼ାକ୍ତରଖାନାଟି ଅନ୍ଧକାରଛନ୍ନ ହୋଇଥିବା ଦେଖାଯାଇଥିଲା। ସ୍ଥାନୀୟ ସମାଜସେବୀ ତଥା ସାମ୍ବାଦିକ ପର୍ଶୁରାମ ମହାଭୋଇ ଏ ସମ୍ପର୍କରେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ଯେଉଁ କାରଣ ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଆପଣେଇବାକୁ ସେ ପ୍ରକାଶ କରିଛନ୍ତି। ରିପୋର୍ଟ ଜିତେନ୍ଦ୍ର ବେହେରା ଢେଙ୍କାନାଳ

ବିଜୁଳି କାଟ ହେଲେ ଅନ୍ଧାରରେ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର!