ବିଦେଶରେ ପହଞ୍ଚିଲାଣି କୃଷକଙ୍କ ଆନ୍ଦୋଳନ : କୃଷି ବିଲ୍ ନେଇ ଭାରତ ସହ ବ୍ରିଟେନ୍ କଥା ହେଉ ବୋଲି ଦାବି କଲେ ୩୬ ବ୍ରିଟିଶ୍ ସାଂସଦ

ନୂଆଦିଲ୍ଲୀ ୫।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ସମର୍ଥନରେ ଦେଶର ଅନେକ ଲୋକ ସମର୍ଥନ କରୁଛନ୍ତି । ଏହି ଆନ୍ଦୋଳନ ଏବେ ବିଦେଶ ପର୍ଯ୍ୟନ୍ତ ପହଞ୍ଚି ସାରିଲାଣି । ସାରା ବିଶ୍ବରେ ରହୁଥିବା ଶିଖ୍ ଓ ପଞ୍ଜାବୀ ଲୋକ କୃଷକ ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଛନ୍ତି । ଏ ଭିତରେ ବ୍ରିଟେନର କିଛି ସାଂସଦ ଏହି ବିଲ୍ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଥିବା କହିଛନ୍ତି । ସୂଚନାଯୋଗ୍ୟ ଯେ, ବ୍ରିଟେନରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଏବଂ ପଞ୍ଜାବ ସହ ସମ୍ପର୍କ ରଖୁଥିବା ୩୬ ସାଂସଦ କୃଷି ବିଲ୍ କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏହି ପ୍ରସଙ୍ଗ ଉଠାଇବା କଥା କହିଛନ୍ତି । ସେମାନେ ବୈଦେଶିକ ସଚିବ ଡୋମିନିକ୍ ରାବ୍ଙ୍କୁ ଲେଖିଛନ୍ତି ଯେ, ସେ କୃଷକଙ୍କ ଆନ୍ଦୋଳନକୁ ନେଇ ମୋଦିଙ୍କ ସହ ଚର୍ଚ୍ଚା କରିଛନ୍ତି । ଶ୍ରମ ସାଂସଦ ତମନଜୀତ୍ ସିଂହ ଢେସୀ ଦ୍ବାରା ସମନ୍ବିତ ଚିଠିରେ ରାବ୍ ହ୍କ ସହ ଏକ ତତ୍କାଳ ବୈଠକ କରିବାକୁ ଦାବି କରାଯାଇଛି । ଚିଠିରେ ଦସ୍ତଖତ କରିଥିବା ନେତାମାନଙ୍କ ମଧ୍ୟରେ ଶ୍ରମ, କନଜରଭେଟିଭ୍ ଏବଂ ସ୍କାଟିସ ନ୍ୟାସନାଲ ପାର୍ଟିର ପୂର୍ବ ଶ୍ରମ ନେତା ଜେରିମି କର୍ବିନ, ବୀରେନ୍ଦ୍ର ଶର୍ମା, ସୀମା ମାଲହୋତ୍ରା, ମାର୍ଟିନ ଡାକଟ୍ରି-ହ୍ୟୁଜେସ ଏବଂ ଏଲିସନ ଥେଓ୍ବାଲିସ ସାମିଲ ଅଛନ୍ତି । ଚିଠିରେ କୁହାଯାଇଛି ଯେ, ଏହା ବ୍ରିଟେନରେ ଶିଖ୍ ଏବଂ ପଞ୍ଜାବ ସହ ଜଡିତ ଲୋକମାନଙ୍କ ପାଇଁ ବିଶେଷ ରୂପରେ ଚିନ୍ତାଜନକ ବିଷୟ । ଯଦିଓ ଏହା ଅନ୍ୟ ଭାରତୀୟ ରାଜ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଛି । କେତେକ ବ୍ରିଟିଶ ଶିଖ୍ ଏବଂ ପଞ୍ଜାବୀମାନେ ନିଜ ସାଂସଦଙ୍କ ସହ ଏହି ମାମଲାକୁ ଉଠାଇଛନ୍ତି, କାରଣ ସେମାନେ ପଞ୍ଜାବରେ ପରିବାର ସଦସ୍ୟ ଏବଂ ପୈତୃକ ଭୂମି ସହ ସିଧା ପ୍ରଭାବିତ ଥିଲେ ।’