ବ୍ରହ୍ମପୁରରେ ଛାତ୍ରୀଙ୍କୁ ରାଗିଂ ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ; ୨ ଛାତ୍ର ଗିରଫ,୩ ଛାତ୍ର ଅଟକ

ବ୍ରହ୍ମପୁରରେ ଛାତ୍ରୀଙ୍କୁ ରାଗିଂ ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ; ୨ ଛାତ୍ର ଗିରଫ,୩ ଛାତ୍ର ଅଟକ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଅଭିଯୋଗ । ରାଗିଂର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରୁ ଜଣାପଡୁଛି କିପରି ଜୁନିୟର ଛାତ୍ରଛାତ୍ରୀଙ୍କୁ ରାଗିଂ କରୁଛନ୍ତି ସିନିୟର । ଏଥିରେ ଯୁକ୍ତ ୨ରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ କିଛି ଛାତ୍ରଛାତ୍ରୀ ରାଗିଂ କରୁଥିବାର ଦୃଶ୍ୟ ରହିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ୨ ଜଣ ଛାତ୍ରଙ୍କୁ ଗିରଫ କରିଛି ପୁଲିସ । ଏହି ଦୁଇ ଜଣ ହେଲେ ଅଭିଷେକ ନାୟକ ଓ ବାବୁଲୁ ପଣ୍ଡା । ଗିରଫ ୨ ଛାତ୍ରଙ୍କୁ କଲେଜରୁ ବହିଷ୍କାର ପାଇଁ ପୁଲିସ କଲେଜ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରିଛି । ଏହା ସହ ରାଗିଂ ଘଟଣାରେ ୩ ଜଣ ନାବାଳକ ଛାତ୍ରଙ୍କୁ ଅଟକ ରଖାଯାଇଛି । ଏମାନଙ୍କୁ ୧ ବର୍ଷ ଯାଏଁ ନିଲମ୍ବିତ କରିବା ପାଇଁ ସୁପାରିଶ ହୋଇଛି । ଭାଇରାଲ ଭିଡିଓ ଘୁରି ବୁଲୁଥିବା ବେଳେ ବଡ଼ ବଜାର ପୁଲିସ ନଜରକୁ ଆସିଥିଲା । ତଦନ୍ତ ବେଳେ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ହୋଇଥିବା ଜାଣିବାକୁ ପାଇଥିଲା ପୁଲିସ । ରାଗିଂର ମୁଖ୍ୟ କୁହାଯାଉଥିବା ଛାତ୍ରକୁ ପୁଲିସ ଚିହ୍ନଟ କରିବା ପରେ ହରଡ଼ାଖଣ୍ଡି ଶାନ୍ତିନଗର ଅଞ୍ଚଳରୁ ତାଙ୍କୁ ଉଠାଇ ଆଣିଥିଲା । ସୂଚନା ମୁତାବକ, ଛାତ୍ରୀ ଜଣକ ଚଳିତ ବର୍ଷ ବିନାୟକ ଆଚାର୍ଯ୍ୟ କଲେଜରେ +୨ ବିଜ୍ଞାନରେ ନାମ ଲେଖାଇଛନ୍ତି । ଗିରଫ ଅଭିଯୁକ୍ତ ଅଭିଷେକ ପୂର୍ବରୁ ଏକ ଅପରାଧିକ ମାମଲାରେ ଗିରଫ ହୋଇଥିଲା। ଗତକାଲି ସେ ଅନ୍ୟ ସହଯୋଗୀଙ୍କ ସହ କଲେଜ ପରିସରରେ ଛାତ୍ରୀଜଣଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଏଭଳି କାଣ୍ଡ ଘଟାଇଥିଲା । ପୁଣି ତାର ଭିଡିଓ ରେକର୍ଡ଼ିଂ କରିବାକୁ ମଧ୍ୟ ସହପାଠୀଙ୍କୁ କହିଥିଲା । ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ରାଗିଂକୁ ନିଷେଧ କରାଯାଇଥିବା ବେଳେ ଆଣ୍ଟିରାଗିଂ ସେଲ୍ ଗଠନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଯଦି ଆଣ୍ଟିରାଗିଂ ସେଲ୍ କୌଣସି ପଦକ୍ଷେପ ନେଉନାହିଁ ତେ‌ବେ ନିକଟସ୍ଥ ପୁଲିସ ଥାନା କିମ୍ବା ୧୧୨ ନମ୍ବରରେ କଲ୍ କରି ଜଣାଇ ପାରିବେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି । The post ବ୍ରହ୍ମପୁରରେ ଛାତ୍ରୀଙ୍କୁ ରାଗିଂ ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ; ୨ ଛାତ୍ର ଗିରଫ,୩ ଛାତ୍ର ଅଟକ

ବ୍ରହ୍ମପୁରରେ ଛାତ୍ରୀଙ୍କୁ ରାଗିଂ ! ସୋସିଆଲ ମିଡିଆରେ ଭିଡିଓ ଭାଇରାଲ; ୨ ଛାତ୍ର ଗିରଫ,୩ ଛାତ୍ର ଅଟକ