ବିଶ୍ୱରେକର୍ଡ ଭାଙ୍ଗିଲେ ଏହି ମହିଳା: ଏକାଥରକେ ଜନ୍ମ ଦେଲେ ୧୦ ସନ୍ତାନ

ଦକ୍ଷିଣ ଆଫ୍ରିକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ଏକାଥରକେ ୧୦ ସନ୍ତାନ ଜନ୍ମ ଦେଇ ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଗତ ମାସରେ ମୋରକ୍କୋର ଜଣେ ମହିଳା ଏକାଥରକେ ୯ଟି ସନ୍ତାନ ଜନ୍ମ ଦେଇଥିଲେ। ସେ ୯ ସନ୍ତାନ ଜନ୍ମଦେଇ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଥିଲେ। କିନ୍ତୁ ଏବେ ତାଙ୍କର ଏହି ରେକର୍ଡ ମାତ୍ର ଗୋଟିଏ ମାସ ଭିତରେ ଭାଙ୍ଗିଯାଇଛି। ସୂଚନାଯୋଗ୍ୟ, ଜୁନ୍‌ ୭ରେ ଗୋସିୟାମୀ ଧମାରା […] The post ବିଶ୍ୱରେକର୍ଡ ଭାଙ୍ଗିଲେ ଏହି ମହିଳା: ଏକାଥରକେ ଜନ୍ମ ଦେଲେ ୧୦ ସନ୍ତାନ appeared first on Dharitri Odia News.

ବିଶ୍ୱରେକର୍ଡ ଭାଙ୍ଗିଲେ ଏହି ମହିଳା: ଏକାଥରକେ ଜନ୍ମ ଦେଲେ ୧୦ ସନ୍ତାନ
ଦକ୍ଷିଣ ଆଫ୍ରିକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଜଣେ ମହିଳା ଏକାଥରକେ ୧୦ ସନ୍ତାନ ଜନ୍ମ ଦେଇ ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଗତ ମାସରେ ମୋରକ୍କୋର ଜଣେ ମହିଳା ଏକାଥରକେ ୯ଟି ସନ୍ତାନ ଜନ୍ମ ଦେଇଥିଲେ। ସେ ୯ ସନ୍ତାନ ଜନ୍ମଦେଇ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଥିଲେ। କିନ୍ତୁ ଏବେ ତାଙ୍କର ଏହି ରେକର୍ଡ ମାତ୍ର ଗୋଟିଏ ମାସ ଭିତରେ ଭାଙ୍ଗିଯାଇଛି। ସୂଚନାଯୋଗ୍ୟ, ଜୁନ୍‌ ୭ରେ ଗୋସିୟାମୀ ଧମାରା ସିଟ୍‌ହୋଲ୍‌ ନାମକ ଏହି ୩୭ ବର୍ଷୀୟା ମହିଳା ଏକାସାଙ୍ଗରେ ୧୦ଟି ସନ୍ତାନ ଜନ୍ମ ଦେଇଥିଲେ। ଏଥିରେ ୭ଟି ପୁଅ ଏବଂ ୩ ଝିଅ ଅଛନ୍ତି। ସବୁ ସନ୍ତାନ ସୁସ୍ଥ ଅଛନ୍ତି। ଅପରେଶନ ଜରିଆରେ ତାଙ୍କର ପ୍ରସବ କରାଯାଇଥିଲା। ପ୍ରସବ ପୂର୍ବରୁ ଡାକ୍ତର ମହିଳାଙ୍କ ପେଟରେ ୬ଟି ସନ୍ତାନ ଥିବା ଆଶା କରିଥିଲେ। ସିଟ୍‌ହୋଲ୍‌ଙ୍କ ସ୍ବାମୀଙ୍କୁ ୮ଟି ସନ୍ତାନ ଜନ୍ମ ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ଏହି ଦମ୍ପତ୍ତି ୧୦ ସନ୍ତାନ ଜନ୍ମ ହେବାପରେ ବହୁତ ଖୁସି ଅଛନ୍ତି। ୧୦ ସନ୍ତାନ ଜନ୍ମଦେବା ସିଟ୍‌ହୋଲ୍‌ଙ୍କ ପାଇଁ ସହଜ ନ ଥିଲା। ଅବରେଶନ ସମୟରେ ଡାକ୍ତରମାନେ ସାବଧାନ ସହକାରେ ପିଲାଙ୍କୁ ଜନ୍ମ ଦେଇଥିଲେ। ସିଟ୍‌ହୋଲ୍‌ ଗର୍ଭବସ୍ଥାରେ ଥିବାବେଳେ ବହୁତ ଭୟଭୀତ ଥିଲେ। ସେ ସର୍ବଦା ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। The post ବିଶ୍ୱରେକର୍ଡ ଭାଙ୍ଗିଲେ ଏହି ମହିଳା: ଏକାଥରକେ ଜନ୍ମ ଦେଲେ ୧୦ ସନ୍ତାନ appeared first on Dharitri Odia News.