ମା’ ଭାଙ୍ଗିଦେଲା ଝିଅ ସଂସାର # Dreams Rider
ଘରର ଲକ୍ଷ୍ମୀ ତଥା ନୂଆ ବୋହୂଟି ଚାହିଁଲେ ଶାଶୁଘରକୁ ସ୍ବର୍ଗ କରିଦେବ ଆଉ ଚାହିଁଲେ ନର୍କ ବି କରିଦେବ। ବୋହୂର ବାପଘରର ସଂସ୍କାର ଉପରେ ନିର୍ଭର କରେ, ସେ ସଂସାର ଯୋଡ଼ିବ ନା ଭାଙ୍ଗିବ ? ଝିଅକୁ ଚାଲିଚଲଣୀ, ଘରକରଣା ଏବଂ ସାଂଠଣା ଶିଖିବାରେ ବିଶେଷ କରି ମାଆର ଭୂମିକା ଗୁରୁତ୍ବପୂର୍ଣ୍ଣ ଥାଏ। ଝିଅକୁ ମାଆ ଯେମିତି ସଂସ୍କାର ଓ ଶିକ୍ଷା ଦେବ, ଶାଶୁଘରରେ ସେ ଠିକ ସେହିଭଳି କାମ କରିବ। ଯଦି ଥରେ ମାଆର କୁମନ୍ତ୍ରଣା ଶୁଣିବା ଆରମ୍ଭ କଲା ଝିଅ। ତେବେ ଜାଣନ୍ତୁ, ସିଏ ଘର ଭାଙ୍ଗିବ ନିଶ୍ଚିତ। ସୁନା ସଂସାର ଗଢ଼ିବା ବଦଳରେ ଝିଅ ଘର ଭାଙ୍ଗିବା ଆରମ୍ଭ କରିଦିଏ। ମାଆ ଯାହା କହିବ, ଝିଅ ସେୟା କରିବ ।ଯଦି ସ୍ୱାମୀର ଭଲ ରୋଜଗାର ଅଛି ତାହେଲେ କହିବେ, ସ୍ବାମୀ ରୋଜଗାର କରିବ, ସେମାନେ କାହିଁକି ବସି ଖାଇବେ, ତୁ ଆଉ ତୋ ସ୍ବାମୀ ଅଲଗା ରହିବା ପାଇଁ ବ୍ୟବସ୍ଥା କର। ମାଆ ତୁଣ୍ଡରୁ ଏତିକି କଥା ବାହାରିବା ମାତ୍ରେ, ଶାଶୁଘରରେ ତୁମ୍ବି ତୁଫାନ ଆରମ୍ଭ କରେ ଝିଅ। ଶାଶୁ-ଶ୍ବଶୁରଙ୍କୁ ହୀନ ଦୃଷ୍ଟିରେ ଦେଖିବା ସହ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଅନାଦର କରିବାକୁ ଲାଗେ ଘରର ବୋହୂ। କାହିଁକି ନା, ମାଆ କଥା ତାଙ୍କ ମୁଣ୍ଡରେ ପଶିଛି।ଯଦି ସ୍ୱାମୀର କମ୍ ରୋଜଗାର ତାହେଲେ ଦେଖେଇଥାଆନ୍ତି ଲୋଭ ଓ ଦେଇ ଥାନ୍ତି ମିଛ ପ୍ରତିସୃତିତେଣୁ ସ୍ବାମୀଙ୍କୁ ଧରି କିପରି ଅଲଗା ରହିବ, ସେଥିପାଇଁ ସେ ପୁରା ଜୀନଜାନ ଲଗାଇଦେ। ସେଥିପାଇଁ ସବୁଦିନ ଘରେ ଅଶାନ୍ତି ଲାଗିରହେ। ଅଧିକାଂଶ ସମୟରେ ଦେଖି୍ଥିବେ , ମାଆର କୁମନ୍ତ୍ରଣାରେ ପଡ଼ି ଝିଅ ବିଧବା ହୋଇଥିବେ ନହେଲେ ଉଭୟଙ୍କ ଭିତରେ ଛାଡ଼ପତ୍ର ହୋଇଥିବ। ଏସବୁର କାରଣ ହେଲେ ଜଣେ, ସେ ହେଲେ କୁମନ୍ତ୍ରଣାଧାରୀ ମାଆ। ଯଦି ପୁଅ ଭଲ ତେବେ ସେ କେବେ ବି ବାପା-ମାଆଙ୍କଠୁ ଅଲଗା ହେବନି ଆଉ ଯଦି ପୁଅ ସ୍ତ୍ରୀ ବୁଦ୍ଧିଆ ହୋଇଥିବ ତେବେ ବୁଢ଼ା-ମାଆଙ୍କୁ ଛାଡ଼ି ସ୍ତ୍ରୀ ସହ ଅଲଗା ରହିବ।ଯଦି ପୁଅ କଥା ନ ଶୁଣେ ଦେବେ ଆତ୍ମହତ୍ୟା କରିବାର ଧମକ ଓ ମିଛରେ କରିବେ କେସ,ଅଧିକାଂଶ ମାଆମାନଙ୍କ କୁମନ୍ତ୍ରଣା ଯୋଗୁ ଅନେକ ଘରେ ପାରିବାରିକ ବିବାଦ ଲାଗି ରହୁଛି। ସମସ୍ତେ ନୁହଁନ୍ତି, ଅନେକ ମାଆ ଅଛନ୍ତି ଯେଉଁମାନେ ଝିଅ ଯଦି ଦୁଷ୍ଟ ତେବେ ତାଙ୍କୁ ସୁଧୁରିବା ପାଇଁ ଚେଷ୍ଟା କରନ୍ତି ଆଉ ଶାଶୁଶ୍ବଶୁରଙ୍କୁ କେମିତି ନିଜର କରିବେ, ତାର ମନ୍ତ୍ର ମଧ୍ୟ ଝିଅକୁ ଶିଖାଆନ୍ତି। କିନ୍ତୁ ଅଧିକାଂଶ ମାଆ ଅଛନ୍ତି, ଯେଉଁମାନଙ୍କ ପାଇଁ ଝିଅର ସୁନାର ଘର ଭାଙ୍ଗି ଚୁରମାର ହୋଇଯାଏ। ତେବେ ଝିଅ ହେଉ କି ବୋହୂ, ସେମାନଙ୍କୁ ସଂସ୍କାର ଓ ଶାଠଣା ଶିଖିବା ମାଆର କର୍ତ୍ତବ୍ୟ ।
ବ୍ୟୁରୋ ରିପୋର୍ଟ Dreams Rider