ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ, ମୃତକଙ୍କ ନାଁରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି ୧୩।୧: ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେଓ୍ବାଡା ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଫଳରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ଗୋଟେ ୯ ଏମଏମ ପିସ୍ତଲ ଜବତ ହୋଇଛି । ଦନ୍ତେଓ୍ବାଡା ଚିକପାଲ୍-ମର୍ଜୁମ୍ ଅଞ୍ଚଳରେ ଏହି ଗୁଳିବିନିମୟ ହୋଇଛି । ମୃତ ନକ୍ସଲଙ୍କ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ସୂଚନାଯୋଗ୍ୟ ଯେ, ବୁଧବାର ସକାଳେ ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ନକ୍ସଲଙ୍କ ସହିତ ମୁହାଁମୁହିଁ ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ଗୁଳିବିନିମୟ । ଦୀର୍ଘ ୪୫ ମିନିଟ୍ ଧରି ଗୁଳିବିନିମୟ ପରେ ମାଓବାଦୀ ନିହତ ହୋଇଥିଲେ । ମୃତ ନକ୍ସଲ ହିଡ଼ମା ମୁଚାକି ବୋଲି ଜଣାପଡିଛି ।