ରାଜ୍ୟ ସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତାରେ ଅନୁଗୋଳ ଉପ ବିଜେତା,

ରାଜ୍ୟ ସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତାରେ ଅନୁଗୋଳ ଉପ ବିଜେତା, ପ୍ରଥମ ରାଜ୍ୟ ସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତା ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇଥିଲା। ଏହି ପ୍ରତିଯୋଗିତାରେ ଅନୁଗୋଳ ଜିଲ୍ଲାରୁ ବାଳକ ଓ ବାଳିକା ଉଭୟ ୩୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରି ଉପ ବିଜେତା ହୋଇ ଅନୁଗୋଳ ଜିଲ୍ଲାର ଗୌରବ ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗୀ ମାନଙ୍କ ସହିତ ବାଳିକା ବିଭାଗର କୋଚ୍ (ଓ ପି ଜିନ୍ଦଲ ସ୍କୁଲ୍ ର ଶିକ୍ଷୟତ୍ରୀ) ତପସ୍ୱିନୀ ପ୍ରଧାନ, ବାଳକ ବିଭାଗର କୋଚ୍ (ରୋଟାରୀ ପବ୍ଲିକ ସ୍କୁଲ ର ଶିକ୍ଷକ) ଦୂଷ୍ମନ୍ତ କୁମାର ନାଥ ଓ ଚିତ୍ତ ରଞ୍ଜନ ମହନ୍ତ ଭୁବନେଶ୍ୱର ଅଭିମୁଖେ ଯାତ୍ର କରିଥିଲେ। ପ୍ରତିଯୋଗୀ ମାନେ ସଫଳତା ହାସଲ କରିଥିବାରୁ ଅନୁଗୋଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ, ଉପଜିଲ୍ଲାପାଳ ବୈତୁରା ଦୀପ , ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ କୁମାର ସିହ୍ନା , ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଅନୁଗୋଳ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିନୋଦ ଚନ୍ଦ୍ର ଦେହିରି , ପୂର୍ବ ତନ ନଗର ପାଳ ଶକ୍ତି ପ୍ରସାଦ ପଟ୍ଟନାୟକ, ବରିଷ୍ଠ ଆଇନ୍ ଯିବି ପ୍ରଦୀପ କୁମାର ଦେବତା ପ୍ରତିଯୋଗୀ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି। ଅନୁଗୋଳ ରୁ ନିହାର ରଞ୍ଜନ ପଟ୍ଟନାୟକ

ରାଜ୍ୟ ସ୍ତରୀୟ ଟାଇ ବକ୍ସ ପ୍ରତିଯୋଗିତାରେ ଅନୁଗୋଳ ଉପ ବିଜେତା,