ରୁପେଶ ଅଗ୍ରୱାଲ ମୃତ୍ୟୁ ଘଟଣା, ୪ ସନ୍ଦିଗ୍ଧ ଅଟକ

କଳାହାଣ୍ଡି ୨୧।୦୩: ରୁପେଶ ଅଗ୍ରଓ୍ୱାଲ୍‌ ମୃତ୍ୟୁ ଘଟଣା । ମାମଲାରେ ୪ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ । ହତ୍ୟା ପରେ ଆତ୍ମହତ୍ୟାର ରୁପ ଦିଆଯାଇଥିବା ସନ୍ଦେହ କରୁଛି ପୋଲିସ । ଖବର ଅନୁଯାୟୀ, ଗତ ୧୬ ତାରିଖ ଦିନ ମଦନପୁର ରାମପୁର ଆଶ୍ରମ ଛକ ନିକଟ ରାସ୍ତାରୁ ରୁପେଶ ଅଗ୍ରୱାଲଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ମଦନପୁର ରାମପୁର ପେଟ୍ରୋଲ ପମ୍ପର ସିସିଟିଭିରେ ମୃତକ ସହ ଅନ୍ୟ ମାନେ ରାତି ୧୦ ଟା ୧୦ରେ ପେଟ୍ରୋଲ ପକାଇଥିଲେ। ଯାହାକୁ ଆଧାର କରି ପୋଲିସ ୪ ଜଣଙ୍କୁ ଅଟକ ରଖିଛି । ମାମଲାରେ ବଲାଙ୍ଗୀର ଜିଲ୍ଲାର ମାଡେକେଲାର ୩ ଜଣ ଓ ରିଷିଡାର ଜଣଙ୍କୁ ମିଶାଇ ମୋଟ ୪ ସନ୍ଦିଗ୍ଧଙ୍କୁ ଜେରା ଜାରି ରଖିଛି ପୋଲିସ । ରୁପେଶଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ଷଡ଼ଯନ୍ତ୍ର କରାଯାଇଥିବା  ସନ୍ଦେହ କରୁଛି ପୋଲିସ। ତେବେ ଘଟଣାର ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ରୁପେଶଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା । ତାହା ମଧ୍ୟ ସ୍ପଷ୍ଟ ହେବ । ଯଦି ଏହା ହତ୍ୟା , ତେବେ ହତ୍ୟା ପଛର କାରଣ କଣ । ତାହା ମଧ୍ୟ ସ୍ପଷ୍ଟ ହେବ ।