ଶିକ୍ଷାନୁଷ୍ଠାନଗୁଡିକରେ ଅସାମାଜିକ ନିଶାଶକ୍ତ ଯୁବକଙ୍କର ଦୌରାତ୍ମ୍ୟ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ଦାବୀପତ୍ର

ଶିକ୍ଷାନୁଷ୍ଠାନଗୁଡିକରେ ଅସାମାଜିକ ନିଶାଶକ୍ତ ଯୁବକଙ୍କର ଦୌରାତ୍ମ୍ୟ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ଦାବୀପତ୍ର ତାଳଚେର ଅଞ୍ଚଳ ଏକ ଖଣି ଖାଦାନ ଭରା ଶିଳ୍ପାଞ୍ଚଳ ହୋଇଥିବାରୁ ବିଭିନ୍ନ ଜାତି, ବିଭିନ୍ନ ଧର୍ମ, ବିଭିନ୍ନ ଭାଷାଭାଷି ଲୋକମାନେ ଏଠାରେ ରହି ଜୀବିକା ନିର୍ବାହ କରୁଛନ୍ତି । ଏପରି ସ୍ଥଳେ ବିଭିନ୍ନ ପ୍ରକାର ନିଶା ଯଥା ମୋଦକ, ଗଞ୍ଜେଇ, ଦେଶୀ ମଦ, କୋରେକ୍ସ, ଡ୍ରଗ୍ଧ ଆଦିର ବିକ୍ରି ଓ ବ୍ୟବହାର ମଧ୍ୟ ବୃଦ୍ଧି ପାଉଛି । ସାଧାରଣ ପାନଦୋକାନ, ବିଭିନ୍ନ ବସ୍ତି ଅଞ୍ଚଳରେ ଥିବାଦୋକାନ ଗୁଡିକରେ ଏଗୁଡିକ ବିକ୍ରି ହେଉଛି । ଏଥିରେ ବେକାର କମ ବୟସର ଯୁବକମାନେ ଶସ୍ତା ନିଶାସେବନ କରି ଉତ୍ପାତ କରିବାରେ ଲାଗିଛନ୍ତି । ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯିବା ସମୟରେ ଛାତ୍ରୀମାନଙ୍କ ପିଛା କରୁଛନ୍ତି । ମଉକା ଦେଖ୍ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମଧ୍ୟରେ ପ୍ରବେଶ କରୁଛନ୍ତି । ନିଶାଶକ୍ତ ଯୁବକମାନେ ନିଶାଶକ୍ତ ଛାତ୍ରଛାତ୍ରୀମାନଙ୍କ ସହ ବନ୍ଧୁତା ଆଳ ଦେଖାଇ ଶିକ୍ଷାଦାନ କାର୍ଯ୍ୟ ଚାଲୁଥିବା ସମୟରେ ମଧ୍ୟ ଭେଟଭାଟ କରିବାକୁ ବାହାରକୁ ଡାକି ଅଣୁଛନ୍ତି ଓ ଅଶ୍ଳୀଳ ବ୍ୟବହାର କରୁଛନ୍ତି । ମାତ୍ର କିଛିଦିନ ତଳେ ତାଳଚେର ମହାବିଦ୍ୟାଳୟ ମଧ୍ୟରେ କିଛି ନିଶାଶକ୍ତ ଅସାମାଜିକ ଛାତ୍ର ପଶି ମରଣାତ୍ମକ ଆକ୍ରମଣ କରିଛନ୍ତି । ଏଭଳି ଗମ୍ଭୀର ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି l ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ସାହୁ, ପ୍ରଗତି ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରଭାତ କୁମାର ରଥ, କଂଗ୍ରେସ ନେତା ପ୍ରଦୀପ ମହାରଣା ପ୍ରମୁଖ ଆଜି ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସ୍ଵାତୀ. ଏସ୍. କୁମାରଙ୍କ ଅନୁପସ୍ଥିତିରେ ତାଙ୍କ କାର୍ଯ୍ୟାଳୟ ଠାରେ ଡାକ ଯୋଗେ ଏନେଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଅନୁଗୋଳ ରୁ ନିହାର ରଞ୍ଜନ ପଟ୍ଟନାୟକ

ଶିକ୍ଷାନୁଷ୍ଠାନଗୁଡିକରେ ଅସାମାଜିକ ନିଶାଶକ୍ତ ଯୁବକଙ୍କର ଦୌରାତ୍ମ୍ୟ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କୁ ଦାବୀପତ୍ର